#🇮🇳ଗଣତନ୍ତ୍ର ଦିବସର ଶୁଭେଚ୍ଛା🕊️🇮🇳 #🌞ସୁପ୍ରଭାତ🌞 # 💚💚💚ଶୁଭ ସକାଳ💚💚💚 #💐ଶୁଭେଚ୍ଛା #🌹🌹good morning 🌹🌹 *ଖବର ଆଜିର, ୨୬ ଜାନୁଆରୀ, ସୋମବାର*
====================
ରାଜ୍ୟରେ ଆସନ୍ତା ୪ ଦିନ ମଧ୍ୟରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ।
ଓଡ଼ିଶାର ୪ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିଲା। ସୀମାଞ୍ଚଳ ପାତ୍ର, ଚରଣ ହେମ୍ବ୍ରମ୍, ଶରତ ପାତ୍ର ଏବଂ ମହେନ୍ଦ୍ର ମିଶ୍ର।
ପୋଲିସ ସେବା ପଦକ ଘୋଷଣା ହେଲା, ସାହସିକତା ପାଇଁ ଓଡ଼ିଶାରୁ ୪ ଜଣ ମେଡାଲ ପାଇବେ।
ପୁରୀ ଚନ୍ଦ୍ରଭାଗାରେ ବୁଡ଼ ପକାଇଲେ ଦୁଇଲକ୍ଷ ଶ୍ରଦ୍ଧାଳୁ । ବେଳାଭୂମିରେ ସୂର୍ଯ୍ୟ ଦର୍ଶନ ଓ ନବଗ୍ରହଙ୍କୁ ପୂଜାର୍ଚ୍ଚନା କରାଗଲା।
ରାଜ୍ୟ ନିର୍ବାଚନ କମିଶନର କହିଲେ, ନିର୍ଦ୍ଧାରିତ ସମୟରେ ପଞ୍ଚାୟତ ନିର୍ବାଚନ ହେବ। ମନମୋହନଙ୍କ ବକ୍ତବ୍ୟକୁ ଖଣ୍ଡନ କଲେ
ଭୁବନେଶ୍ୱର ଖଣ୍ଡଗିରି ଯାତ୍ରା ପାଇଁ କମିଶନରେଟ ପୋଲିସର ନୋଟିସ୍। ଯାତ୍ରା କମିଟିଙ୍କ ପାଇଁ ୧୪ ନିୟମ, ୧୦ ପ୍ଲାଟୁନ ଫୋର୍ସ ଜଗିବେ।
ଯାଜପୁର ଜିଲ୍ଲାର ଟମକାକୁ ବାଦ୍ ଦେଲେ ଅନ୍ୟ ତିନି ବନାଞ୍ଚଳ (ସୁକିନ୍ଦା, ଯାଜପୁର ରୋଡ୍ ଓ ଡାଳିଯୋଡ଼ା)ରେ ପକ୍ଷୀସଂଖ୍ୟା ଗତବର୍ଷ ତୁଳନାରେ ହ୍ରାସ ପାଇଛି।
ତାଳଚେରରେ ୪୩ କୋଟି ଟଙ୍କା ବ୍ୟୟରେ ‘ଘଣ୍ଟପଡ଼ା ରେଳ ଓଭର ବ୍ରିଜ’ର ଲୋକାର୍ପଣ ହେଲା।
ସଙ୍ଗୀତଜ୍ଞ ଅଭିଜିତ ମଜୁମଦାରଙ୍କ ବିୟୋଗରେ ବିଭିନ୍ନ ମହଲରୁ ଶୋକ ପ୍ରକାଶ। ନବୀନ ପଟ୍ଟନାୟକ ଦିଗଙ୍ଗତ ଆତ୍ମାର ସଦଗତି କାମନା କଲେ।
କୋରାପୁଟରେ ଜିଲ୍ଲାପାଳଙ୍କ ଆମିଷ ବିକ୍ରି କଟକଣା ଉପରେ ସାଧାରଣ ଜନତାଙ୍କ ତୀବ୍ର ସମାଲୋଚନା, ନିଷ୍ପତ୍ତି ପ୍ରତ୍ୟାହାର ହେଲା।
ଆଇଏଏସ ଓ ଆଇପିଏସ କ୍ୟାଡର ନିୟମ ବଦଳିଲା। ରାଜ୍ୟଗୁଡ଼ିକର ଚାରିଟି ଗ୍ରୁପ୍ ହେବ।
ବାହାର ଠିକାଦାରଙ୍କୁ ସୁନ୍ଦରଗଡ଼ ମନା। ୧୦ କୋଟି ଟଙ୍କାରେ ଜିଲ୍ଲାରେ ଉନ୍ନୟନ କାମରେ କେବଳ ଜିଲ୍ଲାର ପ୍ରାଧିକୃତ ଠିକାଦାର ହିଁ ଟେଣ୍ଡର ପକାଇବେ।
ଢେଙ୍କାନାଳରେ ବୃଦ୍ଧ ବାପା ମାଆଙ୍କୁ ବଡ଼ ପୁଅ ଖାଇବାକୁ ଦେଲାନି ବୋଲି ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କଲେ।
ଭଦ୍ରକ ଚାନ୍ଦବାଲିରେ ଚୋରା ମଦ ବିକ୍ରିକୁ ବିରୋଧ କରି ତାତିଲେ ମହିଳା, ମଦ ଦୋକାନ ଏବଂ ମଦ ବୋତଲ ଭାଙ୍ଗିଲେ।
କେନ୍ଦୁଝର ଘଷିପୁରାରେ ସାନଭାଇ ଓ ବୋହୂଙ୍କ ସମେତ ଝିଆରୀଙ୍କୁ ନୃଶଂସ ହତ୍ୟା, ବର୍ତ୍ତିଲେ ୨ଭଉଣୀ।
ଭଦ୍ରକ ବାରିକପୁର ନିକଟରେ ପେଟ୍ରୋଲ ଟ୍ୟାଙ୍କରରୁ ୩୦ରୁ ଅଧିକ ଗୋରୁ ଉଦ୍ଧାର ହୋଇଥିବା ବେଳେ ଦୁଇ ଗୋରୁଙ୍କର ମୃତ୍ୟୁ।
ଖୋର୍ଦ୍ଧା ବାଣପୁର ନଛିପୁର ରଉପଡା ଗ୍ରାମ ମଝିରେ ଥିବା ଦୀର୍ଘ ଚାଳିଶି ବର୍ଷର ହାତୀ ନାଳ ବ୍ରିଜ ଭୁଶୁଡ଼ିପଡ଼ିଲା।
ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ବନ୍ଧଗାଁର ଅଭିଯୁକ୍ତ ଦ୍ୱାରା ୩ ବର୍ଷରେ ୨ ଜଘନ୍ୟ ହତ୍ୟାକାଣ୍ଡ, ପୁଲିସ ତଦନ୍ତକୁ ନେଇ ଉଠିଲା ପ୍ରଶ୍ନ।
ରାଉରକେଲା ରେଳ ଷ୍ଟେସନରେ କାର୍ଯ୍ୟାନୁଷ୍ଠାନ, ଅନେକ ବୁଲା ବେପାରୀ ଗିରଫ।
ଗୁରୁତର ଅଭିଯୋଗ ଆଣିଲେ ଭୁବନେଶ୍ୱର ୧ ନମ୍ବର ହାଟ ବିପନ୍ନ ଉଠାଦୋକାନୀ। ଦୋକାନ ଜଳିନି, ଜାଳି ଦିଆଯାଇଛି।
ଭୁବନେଶ୍ୱର ପାତ୍ରପଡା "ଆମ ବସ" ଡିପୋ ରେ ସୁରକ୍ଷା ଦାବିରେ କର୍ମଚାରୀଙ୍କ ଧାରଣା, ଗଡ଼ିଲାନି ୨୦୦ ‘ଆମ ବସ୍’
ସରଣ୍ଡା ଘଟଣାକୁ ନେଇ ନକ୍ସଲ ସଂଗଠନର ବଡ଼ ଦାବି। ପୁଲିସ ଏନକାଉଣ୍ଟର ଫର୍ଜି ଥିଲା।
ଗୌହାଟୀ କ୍ରିକେଟ ମ୍ୟାଚରେ ୧୦ ଓଭରରେ ସରିଲା ମ୍ୟାଚ୍, ସିରିଜ ଜିତିଲା ଭାରତ।
ହିମାଚଳ ପ୍ରଦେଶ, ଜମ୍ମୁ କାଶ୍ମୀରରେ ଭୟଙ୍କର ବରଫପାତରେ ଜନଜୀବନ ସାଂଘାତିକ ଭାବରେ ପ୍ରଭାବିତ ହୋଇଛି।
ଜାତିସଂଘ ରିପୋର୍ଟରେ ଜଳ ସଂକଟ ସତର୍କବାଣୀ। ଦିଲ୍ଲୀ, ବେଙ୍ଗାଲୁରୁ ଓ ମୁମ୍ବାଇରେ ଭୟଙ୍କର ସ୍ଥିତି ହେବ।
ଇରାନରେ ବଙ୍କରରେ ଲୁଚିଛନ୍ତି ଖେମିନି, ପୁଅ ମୁଣ୍ଠରେ ଶାସନ ଭାର।
ଏଆଇ ପ୍ରଭାବରେ ବିକଶିତ ଦେଶଗୁଡ଼ିକରେ ୬୦ ପ୍ରତିଶତ ଚାକିରି ଲୋପ ପାଇବ, କହିଲା ଆଇଏମ୍ଏଫ୍।
*ଗତବର୍ଷ ଏଇ ସମୟରେ*
ରାଜ୍ୟରେ ୩୨ ହଜାର କୋଟିର ନିବେଶ, ୮ ପ୍ରକଳ୍ପକୁ ମଞ୍ଜୁରୀ, ୧୮ ହଜାର ନିଯୁକ୍ତି ହେବାର ଥିଲା।
ଦୁଇବର୍ଷ ପୂର୍ବେ ଓଡ଼ିଶାର ଆର୍ଥିକ ପରିଚାଳନା ଦେଶରେ ଶ୍ରେଷ୍ଠ ଥିଲା ବୋଲି ରିପୋର୍ଟ।
ମାଗଣାରେ ଟିଭି ଦେଖନ୍ତୁ। ପ୍ଲେ ଷ୍ଟୋରରୁ "mera channel" ଡାଉନଲୋଡ କରନ୍ତୁ।
====================
ଆଜି ଭାରତର ସାଧାରଣତନ୍ତ୍ର ଦିବସ
ଅଷ୍ଟ୍ରେଲିଆ ଦିବସ
ଆଜି ଜନ୍ମଦିନ: ଶିବଲାଲ ଯାଦବ, ରବି ତେଜା, ରାଜସ୍ମିତା କର
ଆଜି ତିରୋଧାନ: ଆରକେ ଲକ୍ଷ୍ମଣ
ଇତିହାସରେ ଆଜି: (୧୯୫୦) ଭାରତର ସମ୍ବିଧାନ ଗୃହୀତ। ସି ରାଜଗୋପାଳଚାରୀ ଇସ୍ତଫା ଦେଲେ, ଡଃ ରାଜେନ୍ଦ୍ର ପ୍ରସାଦ ରାଷ୍ଟ୍ରପତି ହେଲେ/ (୧୮୩୭) ମିଚିଗାନ ହେଲା ଆମେରିକାର ୨୬ ତମ ପ୍ରଦେଶ/ (୧୯୦୫) ବିଶ୍ୱର ସବୁଠୁ ବଡ଼ ୩୧୦୬ କ୍ୟାରେଟ ହୀରା, ଦକ୍ଷିଣ ଆଫ୍ରିକାରେ ବାହାରିଲା/ (୧୯୫୦) ଅଶୋକ ସ୍ତମ୍ଭର ସିଂହ ହେଲେ ଜାତୀୟ ଚିହ୍ନ/ (୧୯୬୩) ମୟୁର ହେଲା ଜାତୀୟ ପକ୍ଷୀ/ (୧୯୭୨) ଦିଲ୍ଲୀ ଇଣ୍ଡିଆ ଗେଟ ପାଖରେ ଆମର ଜବାନ ଜ୍ୟୋତି ସ୍ଥାପିତ/ (୧୯୮୨) ରେଳବାଇର ପ୍ୟାଲେସ ଅନ ହୁଇଲସ ଆରମ୍ଭ/ (୨୦୦୦) କୋଙ୍କଣ ରେଳ ପ୍ରକଳ୍ପ ଶେଷ, ପାସେଞ୍ଜର ସେବା ଆରମ୍ଭ/ (୨୦୦୧) ଲତା ମଙ୍ଗେସକର ଓ ବିସମିଲ୍ଲା ଖାନଙ୍କୁ ଭାରତରତ୍ନ
====================
*ବନ୍ଦେ ଉତ୍କଳ ଜନନୀ* 🪻🌻🪻
#odiaxpress