ମେଷ
ଆଜି ଭାଗ୍ୟାଧିପତି ଭାଗ୍ୟସ୍ଥାନକୁ ଦେଖୁଥିବାରୁ କୌଣସି କାମରେ ପଛକୁ ଫେରିବେ ନାହିଁ। କିନ୍ତୁ ଚତୁର୍ଥାଧିପତି ପାପାକ୍ରାନ୍ତ ଯୋଗୁ ପାରିବାରିକ କ୍ଷେତ୍ର ଶୃଙ୍ଖଳିତ ରହି ନ ପାରେ। ସାମାଜିକ ଜୀବନରେ ପାରିପାର୍ଶ୍ୱିକ ପରିସ୍ଥିତି ଭଲ ରହିବ। ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣାଧୀନ ରହିବ ଓ ଆର୍ଥିକ ଉନ୍ନତି ଘଟିବାର ଆଶା ରହିଛି।
ବୃଷ
ବୃଷ
ପରିବାରରେ ମତଭେଦ କିମ୍ବା ଅସୁସ୍ଥତା ଭଳି ସମସ୍ୟାର ସମ୍ମୁଖୀନ ହେବେ। ବ୍ୟବସାୟ, ଯାତ୍ରା, ପ୍ରତିଦ୍ୱନ୍ଦ୍ୱିତା ପ୍ରଭୃତିରେ ବିଶେଷ ଖର୍ଚ୍ଚାନ୍ତ ହୋଇପାରନ୍ତି। ଘରକୁ ବହୁତ ଦିନରୁ ଇଚ୍ଛା କରି ମଧ୍ୟ ଆଣି ପାରି ନଥିବା ଜିନିଷଟି ଆଜି ଆଣିବେ। ଦୀର୍ଘଦିନରୁ ରହିଥିବା ବ୍ୟାଙ୍କ କିମ୍ବା ସୋସାଇଟିର ଋଣ ପରିଶୋଧ କରିବାରେ ସଫଳ ହେବେ।
ମିଥୁନ
ମିଥୁନ
ଆଜି ପରିସ୍ଥିତିବଶତଃ ଆପଣଙ୍କୁ ନିଜର ଘର କାମ ସାଙ୍ଗକୁ ବନ୍ଧୁଙ୍କ କାମକୁ ମଧ୍ୟ ଅଗ୍ରାଧିକାର ଦେବେ। ପ୍ରଶାସନିକ ସ୍ତରରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ଅଂଶ ଗ୍ରହଣ କରିପାରନ୍ତି। ପ୍ରତ୍ୟୁଷ ଯାତ୍ରାରେ ସଫଳତା ପାଇବେ, କିନ୍ତୁ ବିଭିନ୍ନ ସମସ୍ୟା ଦେଇ ଯିବାକୁ ହେବ। ଉପରିସ୍ଥଙ୍କ ଆଦେଶ ପ୍ରାପ୍ତ ହୋଇ କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ନେବେ।
କର୍କଟ
କର୍କଟ
କାର୍ଯ୍ୟଭାରର ବୋଝ ଆପଣଙ୍କୁ ଅତିଷ୍ଠ କରିପାରେ। ନୂତନ ସ୍ଥାନ, ନୂଆ କାମ, ଅଜଣା ଲୋକଙ୍କ ସଂସ୍ପର୍ଶରେ ଆସି ନିଜକୁ ସାମାନ୍ୟ ସଂକୁଚିତ ବୋଧ କରିପାରନ୍ତି। କର୍ମକ୍ଷେତ୍ରରେ ଫାଇଲ୍ କାମ, ଯାନ୍ତ୍ରିକ ତ୍ରୁଟି, ମିଟିଂ ପ୍ରଭୃତିରେ ଜଞ୍ଜାଳ ବୃଦ୍ଧି ପାଇବ। ପରିବାର ପ୍ରତି ବିମୁଖ କିମ୍ବା ଉଦାସୀନତା ଯୋଗୁ ବିତର୍କର ଆଶଙ୍କା ରହିଛି। #⚛️ଅକ୍ଟୋବର 5 ସ୍ପେଶାଲ ରାଶିଫଳ🪬