ShareChat
click to see wallet page
#⚠️ସେପ୍ଟେମ୍ବର 25 ଗୁରୁତ୍ୱପୂର୍ଣ୍ଣ ଅପଡେଟ 📲 #💐ଶୁଭେଚ୍ଛା #🌞ସୁପ୍ରଭାତ🌞 #🌹🌹good morning 🌹🌹 # 💚💚💚ଶୁଭ ସକାଳ💚💚💚 *ଖବର ଆଜିର, ୨୫ ସେପ୍ଟେମ୍ବର, ଗୁରୁବାର* ======================= ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଜାରି। ଆଜି ସୃଷ୍ଟି ହେବ ଆଉ ଏକ ଲଘୁଚାପ, ୨୬ ତାରିଖରେ ବର୍ଷା। ମହାନଦୀରେ ବନ୍ୟା ଆଶଙ୍କା, ହୀରାକୁଦର ୧୬ଟି ଗେଟ୍‌ରେ ଜଳ ନିଷ୍କାସନ ବିଧାନସଭା ମୌସୁମୀ ଅଧିବେଶନ ଶେଷ। ପାଟିତୁଣ୍ଡରେ ଅଟକିଗଲା ଚର୍ଚ୍ଚା। ଦିନକ ପୂର୍ବରୁ ଗୃହ ମୁଲତବୀ। ଛଅ ଦିନ ଚାଲିଲା ଗୃହ ପ୍ରଧାନମନ୍ତ୍ରୀଙ୍କ ମୋଦୀ ଝାରସୁଗୁଡ଼ା ଆସି ଲୋକଙ୍କୁ ୫୦ ହଜାର ଗୃହ ନିର୍ମାଣ ୱାର୍କ ଅର୍ଡର କାର୍ଯ୍ୟାଦେଶ ବାଣ୍ଟିବେ ୨୦୨୬ ଫେବୃୟାରୀ ୧୭ ତାରିଖରୁ ଆରମ୍ଭ ହେବ ସିବିଏସଇ ଦଶମ ଓ ଦ୍ବାଦଶ ପରୀକ୍ଷା। ଦକ୍ଷିଣ ଓଡ଼ିଶାରେ ବର୍ଷା ତାଣ୍ଡବ ଯୋଗୁଁ, ତିନି ଜିଲ୍ଲାରେ ୨୮ ତାରିଖ ଯାଏଁ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ। ସରକାରୀ କର୍ମଚାରୀଙ୍କୁ ପୂଜା ପାଇଁ ଆଗୁଆ ଦରମା ଦେବେ ସରକାର। ୨୬ ତାରିଖ ସୁଦ୍ଧା ପାଇଯିବେ ଟଙ୍କା ସମ୍ବଲପୁର ସହର ପ୍ରବଳ ବର୍ଷାରେ ବୁଡ଼ିଲା। ଗାଡି ମୋଟର ବୁଡ଼ି ନଷ୍ଟ ହେଲେ। ପୁଣି ହୀରାକୁଦ ଖୋଲିଲା ଆଉ ୪ଟି ଗେଟ୍। ସରକାରୀ ତଥ୍ୟ ସାଙ୍ଘାତିକ। ଗତ ୫ ମାସରେ ୩୩ ଛାତ୍ରୀ ଗର୍ଭବତୀ, ୨୬ ନାବାଳିକା ମାଆ ହେଲେ, ୬୧ ନାବାଳିକା ଓ ୪୦ ମହିଳା ଚାଲାଣ, ୩୧ ନାବାଳିକା ବିବାହ, ୧୦ ମହିଳାଙ୍କ ଦେହରେ ନିଆଁ, ୩୮୬୧ ଯୌନ ଶୋଷଣ, ୮୪୭ ଦୁଷ୍କର୍ମ, ୩୭ ଗଣଦୁଷ୍କର୍ମ ନାରୀ ନିର୍ଯାତନା ବୃଦ୍ଧି ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇଲା ମହିଳା କଂଗ୍ରେସ। ବିକ୍ଷୋଭ ବେଳେ ପୋଲିସ ସହ ଠେଲାପେଲା ହେଲେ। ଭୁବନେଶ୍ୱର ସ୍ମାର୍ଟ ସିଟିର ନୂଆ ମରାମତି ରାସ୍ତା ଗୁଡିକ ଖଣ୍ଡିଆ ହୋଇ ପାଣି ଜମିଲାଣି। ସରକାରୀ ଇଞ୍ଜିନିୟରଙ୍କ ତଦାରଖକୁ ନେଇ ପ୍ରଶ୍ନ ଯାଜପୁର ଜିଲ୍ଲା ମୁଖ୍ୟ ହସପିଟାଲରେ ଦୂରରୁ ଆସୁଥିବା ଆଦିବାସୀ ରୋଗୀଙ୍କୁ ଅବହେଳା କରା ଯାଉଛି ବୋଲି ଅଭିଯୋଗ ଅନୁଗୁଳ ଜିଲ୍ଲାରେ ସପ୍ତାହରେ ଗୋଟିଏ ହତ୍ୟାକାଣ୍ଡ ହେଉଥିଲା ବେଳେ ମାସକୁ ୭ ଜଣ ଦୁଷ୍କର୍ମର ଶିକାର ହେଉଛନ୍ତି ବଲାଙ୍ଗୀର ଜିଲ୍ଲା ଦେଓଗାଁ ରାସ୍ତାର ୨୬ ନମ୍ବର ଜାତୀୟ ରାଜପଥରେ ପଡ଼ିଲା ଗଛ। ଶହ ଶହ ଗାଡି ଓ ଆମ୍ବୁଲାନ୍ସ ଅଟକିଲା ଯାଜପୁର ବଡ଼ଚଣାରେ ବ୍ୟବସାୟୀଙ୍କୁ ଥାନାରେ ବେଆଇନ ଅଟକ, ହନିଟ୍ରାପ୍‌ ରାକେଟ୍‌ ସମ୍ପୃକ୍ତି। ବନ୍ଧାହେଲେ ସାମ୍ବାଦିକ, ଖସିଗଲା ପୁଲିସ ଗଞ୍ଜାମ ପୋଲସରା ବିଜ୍ଞାନ ମହାବିଦ୍ୟାଳୟରେ ଯୁକ୍ତ ତିନି ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ। ପୁରୁଷ ବନ୍ଧୁଙ୍କ ଘରୁ ମୃତଦେହ ଉଦ୍ଧାର।odiaxpress ଭଦ୍ରକରେ ଭିଜିଲାନ୍ସ ଜାଲରେ ରାଧାବଲ୍ଲଭପୁର ସର୍କଲ ଆରଆଇ ୪ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଲେ। ରାଜଧାନୀରେ ହିଟ୍‍ ଆଣ୍ଡ ରନ୍‍ ମାମଲାରେ ଦେଢ ମାସ ପରେ ଧରାପଡିଲା ଥାର୍‍ ଗାଡିର ଡ୍ରାଇଭର୍‍ ସୋମନାଥ ବେହେରା ପୁରୀରେ ନାବାଳିକାଙ୍କୁ ବାଇକ୍‌ରେ ବୁଲେଇ ନେଇ ଲଜ୍‌ରେ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ ଗିରଫ କଲା ପୋଲିସ। ଆଇଟିଡିଏ ର ଆଦିବାସୀ କଲ୍ୟାଣ ‌ଯୋଜନାରେ ୧୪୮.୭୫ କୋଟି ଟଙ୍କାକୁ ସରକାରୀ ଇଞ୍ଜିନିୟର ମାନେ ନିଜ ଖାତାକୁ ନେଇ ମିଳିମିଶି ଖାଇଛନ୍ତି ବୋଲି ସିଏଜି ଧରିଲେ ମୋବାଇଲରେ ମାଗଣାରେ ଟିଭି ଦେଖନ୍ତୁ। ପ୍ଲେ ଷ୍ଟୋରରୁ 'mera channel' ଡାଉନଲୋଡ କରନ୍ତୁ ବ୍ରହ୍ମପୁର–ସୁରଟ ମଧ୍ୟରେ ‘ଅମୃତ ଭାରତ ଏକ୍ସପ୍ରେସ୍‌’କୁ ମୋଦୀ ଲୋକାର୍ପଣ କରିବେ। ସୁରଟର ହଜାର ହଜାର ଗଞ୍ଜାମ ଶ୍ରମିକ ଉପକୃତ ହେବେ। odiaxpress ଆନ୍ଧ୍ର-ଓଡ଼ିଶା ସୀମାରେ ହଜି ଯାଉଛି ଓଡ଼ିଆ ଅସ୍ମିତା। ସ୍ୱାଭିମାନ ଅଞ୍ଚଳରେ ୭୦% ଲୋକ ଓଡ଼ିଆ କହିପାରୁନାହାନ୍ତି। ବିହାର ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ କମିଶନ ଆରମ୍ଭ କଲେ ଇ-ସାଇନ୍‌ ଫିଚର ଛତିଶଗଡ଼ରେ ସଂଗଠନ ଛାଡ଼ିଲେ ୭୧ ମାଓବାଦୀ। ୩୦ ଜଣଙ୍କ ମୁଣ୍ଡରେ ଥିଲା ୬୪ ଲକ୍ଷର ପୁରସ୍କାର ରାଜ୍ୟ ମାନ୍ୟତା ଦାବିରେ ହିଂସା, ଜଳିଲା ଲଦାଖ। ୪ ମୃତ, ୭୨ ଆହତ, ବିଜେପି ଅଫିସରେ ନିଆଁ, କର୍ଫ୍ୟୁ ଜାରି ଦେଶରେ ବଢ଼ିଲା ମେଡ଼ିକାଲ୍ ସିଟ୍। ୫୦୦୦ ପିଜି, ୫,୦୨୩ ଏମବିବିଏସ୍ ସିଟ୍ ବୃଦ୍ଧି। ରେଳ କର୍ମଚାରୀଙ୍କୁ ପୂଜା ଭେଟି ଦେବେ ସରକାର। ମିଳିବ ୭୮ ଦିନର ବୋନସ୍ ବାଂଲାଦେଶକୁ ପରାସ୍ତ କରି ଏସିଆ କପ୍ କ୍ରିକେଟ ଫାଇନାଲରେ ପହଞ୍ଚିଲା ଭାରତ ହନୁମାନ ଭଗବାନଙ୍କୁ ଆମେରିକା ଟ୍ରମ୍ପଙ୍କ ଦଳର ନେତା ସମାଲୋଚନା କଲେ ======================= ଆଜି ବିଶ୍ୱ ଫାର୍ମାସିଷ୍ଟ ଦିବସ ଆଜି ଅନ୍ତଦୋୟ ଦିବସ ଆଜି ଜନ୍ମଦିନ: ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ, ସତୀଶ ଧାବନ, ଚୌଧୁରୀ ଦେବୀ ଲାଲ, ବିଶନ ସିଂ ବେଦୀ, ଫିରୋଜ ଖାନ, ଦିବ୍ୟା ଦତ୍ତ, ବ୍ରଜ କିଶୋର ତ୍ରିପାଠୀ (ନେତା, ପୁରୀ), ଜଗନ୍ନାଥ ସରକାର (ସ୍ୱାଧୀନତା ସଂଗ୍ରାମୀ, ପୁରୀ) ଆଜି ତିରୋଧାନ: ଡଃ ରୁକମାବାଇ ରାଉତ (ଦେଶର ପ୍ରଥମ ମହିଳା ଡାକ୍ତର), ଏସପି ବାଲସୁବ୍ରମନ୍ୟମ (ଗାୟକ) ଇତିହାସରେ ଆଜି: (୧୨୩୭) ଇଂଲଣ୍ଡ ଓ ସ୍କଟଲାଣ୍ଡ ସୀମା ଚୁକ୍ତି/ (୧୫୨୪) ଭାସ୍କୋ ଡା ଗାମା ଙ୍କ ଶେଷଥର ଭାରତ ଆଗମନ/ (୨୦୦୬) ପାକିସ୍ତାନ ସେନାରେ ଯୋଗଦେଲା ପ୍ରଥମ ହିନ୍ଦୁ ସୈନିକ/ (୨୦୦୯) ଦେଶରେ ୫୦୦୦ କୋଟି ଟଙ୍କାର ହାୱାଲା ରାକେଟ ଧରାହେଲା ======================= *ବନ୍ଦେ ଉତ୍କଳ ଜନନୀ* 🪻🌻🪻

More like this