#📰ସମ୍ବାଦ
📰ସମ୍ବାଦ - ପ୍ରମେୟ FOLLOW THE PRAMEYA ଦେଶ - ବିଦେଶ ଚପଲ ପିନ୍ଧି ଦୁଇ ଚକିଆ ଗାଡି ଚଲାଇଲେ ଦେବାକୁ ପଡିବ ଫାଇନ୍ , ଦ୍ବିତୀୟ ଥର | ଧରାପଡିଲେ ଯିବାକୁ ପଡିବ ଜେଲ୍ BY PRAMEYA 6 SEPTEMBER 2019 ନୂଆଦିଲ୍ଲୀ , ୬j୯ : ଦେଶରେ ୧ ସେପ୍ଟେମ୍ବରରୁ ନୂଆ ମୋଟର ଭେଇକିଲ ଆକ୍ସ ୨୦୧୯ ଲାଗୁ ହେବାପରେ ଟ୍ରାଫିକ୍ ନିୟମ ଉଲଂଘନ କରୁଥିବା ବାହାନ ଚାଳକଙ୍କୁ ବହୁ ପରିମାଣରେ ଜରିମାନା ଦେବାକୁ ପଡୁଛି । ଏଭଳି ହେବା ଫଳରେ ଏବେ ଲୋକଙ୍କ ଭିତରେ ଏକ ପ୍ରକାର ଭୟ ସୃଷ୍ଟି ହୋଇଛି । ତେବେ ଆପଣମାନେ ଆଉ ଏକ କଥା ଶୁଣି ଆଶ୍ଚର୍ଯ୍ୟ ହୋଇଯିବେ , ତାହା ହେଲା ନୂଆ ନିୟମ ଅନୁସାରେ ଚପଲ କିମ୍ବା ବ୍ୟାଣ୍ଡେଲ ପିନ୍ଧି ବାଇକ୍ ଚଳାଇଲେ ଜରିମନା ଦେବାକୁ ପଡିବ । ଆକ୍ଟ ଅନୁସାରେ ହଇ ଚପଲ ପିନ୍ଧି ଗିୟର ଥିବା ଦୁଇ ଚକିଆ ବାହାନ ଚଳାଇବା ଟ୍ରାଫିକ୍‌ ନିୟମର ଉଲଂଘନ । ଏହି ନିୟମ ପୂର୍ବରୁ ରହିଛି , କିନ୍ତୁ ଏପର୍ଯ୍ୟନ୍ତ ଲାଗୁ ହୋଇନଥିଲା । ଏବେ ଚପଲ କିମ୍ବା ବ୍ୟାଣ୍ଡଲ ପିନ୍ଧି ବାଇକ ଚଳାଇବା ପାଇଁ ଚାଲାନ କଟାଯିବ । ଟ୍ରାଫିକ୍ ଅଧୁକାରୀଙ୍କ ସୂଚନା ଅନୁସାରେ ଯାତାୟତ ନିମୟ ଅନୁସାରେ ହଇ ଚପଲ ପିନ୍ଧି ଗିୟର ଥିବା ଦୁଲ ଚକିଆ ବାହାନ ଚଳାଇବା ଟ୍ରାଫିକ୍ ରୁଲ ବିରୋଧରେ ରହିଛି । ଯେବେଠାରୁ ନୂଆ ଟ୍ରାଫିକ ନିୟମ ଲାଗୁ ହୋଇଛି ଓ ଟ୍ରାଫିକ୍ ନିୟମ ଭାଙ୍ଗିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ଏବେ ଚପଲ କିମ୍ବା ବ୍ୟାଣ୍ଡେଲ ପିନ୍ଧି ଦୁଇ ଚକିଆ ବାହାନ ଚଳାଉଥିବା ଲୋକଙ୍କୁ ଜରିମନା ଦେବାକୁ ପଡିବ , ଯଦି ଦ୍ବିତୀୟ ଥର ପାଇଁ ଧରାପଡନ୍ତି ତେବେ ଜେଲ ଯିବେ । - ShareChat
5.7k ଜଣ ଦେଖିଛନ୍ତି
1 ମାସ ପୂର୍ବରୁ
ଅନ୍ୟ ଏପ୍ ରେ ଶେୟର କରନ୍ତୁ
Facebook
WhatsApp
ଲିଙ୍କ କପି କରନ୍ତୁ
ଡିଲିଟ କରନ୍ତୁ
Embed
ଏହି ପୋଷ୍ଟକୁ ମୁଁ ରିପୋର୍ଟ କରିବାକୁ ଚାହେଁ, କାରଣ..
Embed Post