ShareChat
*ଖବର ଆଜିର* ତାରିଖ ୧୫/୦୫/୨୦, ଶୁକ୍ରବାର ୧-ଭୁବନେଶ୍ବର : ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ,୪୦ ଡିଗ୍ରୀ ଉପରେ ୭ ସହର। ୨-ଅକୃତକାର୍ଯ୍ୟ ହେଲେ ପୁଣିଥରେ ପରୀକ୍ଷା ଦେବେ ନବମ ଓ ଏକାଦଶ ଛାତ୍ରଛାତ୍ରୀ:CBSE ୩-ସର୍ତ୍ତମୂଳକ ଭାବେ ଭୁବନେଶ୍ୱର ବାପୁଜୀନଗରରେ ଖୋଲିଲା ୫୦ଟି ଦୋକାନ। ୪-ଜିଲ୍ଲାପାଳ କ୍ଷମତା ପ୍ରୟୋଗ କଲେ ବଲାଙ୍ଗୀର ଜିଲ୍ଲା ସଇଁତଲା ସରପଞ୍ଚ, ବ୍ଯବସାୟୀଙ୍କଠାରୁ ଆଦାୟ କଲେ ୨୭୦୦୦ ଟଙ୍କା ଜରିମାନା। ୫-ବରିଷ୍ଠ ସ୍ୱାଧିନତା ସଂଗ୍ରାମୀ ଓ ରାଜନୀତିଜ୍ଞ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କ ୯୯ ବୟସରେ ପରଲୋକ। ୬-ଆଜି ମଧ୍ୟାହ୍ନ ସୁଦ୍ଧା ରାଜ୍ୟର ୧୫ଟି ଜିଲ୍ଲାରେ କାଳବୈଶାଖୀ, ଘଡ଼ଘଡ଼ି ସହ ହେବ କୁଆପଥର ବର୍ଷା। ୭-ସରପଞ୍ଚ ବି କରୋନା ଯୋଦ୍ଧା; ମୃତ୍ୟୁ ହେଲେ ତାଙ୍କ ପରିବାରକୁ ମିଳିବ ୫୦ ଲକ୍ଷ କ୍ଷତିପୂରଣ: ରାଜ୍ୟ ସରକାର। ୮-ଚଳିତ ମାସ ଶେଷ ସୁଦ୍ଧା ରାଜ୍ୟର ୪ ନୂଆ ମେଡିକାଲ କଲେଜରେ ହେବ କୋଭିଡ ଟେଷ୍ଟିଂ, OMSCL ଜରିଆରେ ଉପକରଣ ଶୀଘ୍ର କିଣିବା ପାଇଁ ପ୍ରସ୍ତାବ। ୯-ଷ୍ଟ୍ରିଟ ଭେଣ୍ଡରଙ୍କ ପାଇଁ ୫ ହଜାର କୋଟି ଘୋଷଣା , ପ୍ରତି ଦୋକାନୀଙ୍କୁ ୧୦ ହଜାର ଟଙ୍କାର ମିଳିବ ଫାଇଦା । ଉପକୃତ ହେବେ ୫୦ ଲକ୍ଷ ରାସ୍ତାକଡ ଦୋକାନୀ । ୧୦-'ଆତ୍ମ ନିର୍ଭର ଭାରତ ଅଭିଯାନ'ରେ ଗରିବ, ଶ୍ରମିକ ଓ କୃଷକ । ଆଗାମୀ ୨ ମାସ ପାଇଁ ସମସ୍ତ ପ୍ରବାସୀଙ୍କୁ ମାଗଣା ଖାଦ୍ୟଶସ୍ୟ, ୱାନ ନେସନ୍ ୱାନ ରାସନ କାର୍ଡ ଘୋଷଣା କଲେ କେନ୍ଦ୍ର ଅର୍ଥମନ୍ତ୍ରୀ । ୧୧-ଦକ୍ଷିଣପୂର୍ବ ବଙ୍ଗୋପସାଗର ଓ ତତସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଲଘୁଚାପ ବଳୟ ସୃଷ୍ଟି।ଶନିବାର ସନ୍ଧ୍ୟାରୁ ସାମୁଦ୍ରିକ ଝଡ଼ବାତ୍ୟା ରୂପନେବା ସମ୍ଭାବନା,୨୦ରେ ମାଡ଼ ହୋଇପାରେ ବାତ୍ୟା। ୧୨-ମୁମ୍ବାଇ ପୋଲିସ୍‌ଙ୍କୁ ଅକ୍ଷୟ କୁମାର ଦେଲେ ହଜାରେ ହାତ ବ୍ୟାଣ୍ଡ୍‌, କୋଭିଡ୍‌-୧୯ ସଂକ୍ରମଣ ସମ୍ପର୍କରେ ଦେବ ସୂଚନା। *ସୁପ୍ରଭାତ, ଗୁଡ଼ ମର୍ଣିଂ* #🗞ଓଡ଼ିଶା ନ୍ୟୁଜ