ShareChat
click to see wallet page
search
#⚠️ଅକ୍ଟୋବର 2 ଗୁରୁତ୍ୱପୂର୍ଣ୍ଣ ଅପଡେଟ 📲 #💐ଶୁଭେଚ୍ଛା #🌹🌹good morning 🌹🌹 # 💚💚💚ଶୁଭ ସକାଳ💚💚💚 #🌞ସୁପ୍ରଭାତ🌞 *ଖବର ଆଜିର, ୨ ଅକ୍ଟୋବର, ଗୁରୁବାର* ======================= ଲଘୁଚାପ ଯୋଗୁଁ ବର୍ଷାରେ ପ୍ରଭାବିତ ହେବ ପୁରୀ, ଗଂଜାମ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ଯାଜପୁର, ଖୋର୍ଦ୍ଧା, କଟକ, ନୟାଗଡ଼, ମୟୂରଭଂଜ, କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ, ଦେବଗଡ଼, ସମ୍ବଲପୁର, ସୁନ୍ଦରଗଡ଼, ବୌଦ୍ଧ, ସୁବର୍ଣ୍ଣପୁର, କନ୍ଧମାଳ, ବଲାଙ୍ଗୀର ଓ ବରବଡ଼ ଜିଲ୍ଲା ଓଡ଼ିଶାର ୬ଟି ସ୍ଥାନରେ ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ପାଇଁ ମିଳିଲା କେନ୍ଦ୍ରର ଅନୁମତି କ୍ରୀଡ଼ା ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶା ରଣଜୀ ଟିମ୍‌ ଘୋଷଣା। ୩ଟି ମ୍ୟାଚ୍‌ ପାଇଁ ୧୫ ଜଣିଆ ଟିମରେ ଶୁଭ୍ରାଂଶୁ ସେନାପତି ଅଧିନାୟକ ହେବେ। ଭୁବନେଶ୍ୱର ନନ୍ଦନକାନନ ପାଇଁ ନୂଆ ସମୟ। ସକାଳ ୮ରେ ଖୋଲିବ, ସନ୍ଧ୍ୟା ୫ରେ ବନ୍ଦ ହେବ। odiaxpress ରାଜ୍ୟ ସରକାର ହାତୀଙ୍କ ପାଇଁ ଘର କରିବେ। ଘର ନଥିବାରୁ ସେମାନେ ବୁଲୁଛନ୍ତି ବୋଲି କହିଲେ ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ପୁଲିସ ସବ ଇନ୍ସପେକ୍ଟର ଚାକିରୀ ପାଇଁ ୨୫ ଲକ୍ଷ ଲେଖାଏଁ ଲାଞ୍ଚ କାରବାରରେ ୧୧୭ ଗିରଫ। ଆନ୍ଧ୍ର ବିଜୟନଗର ସେମାନଙ୍କୁ ମିଳିଥାନ୍ତା ପ୍ରଶ୍ନପତ୍ର ଛାତ୍ର ବିଜେଡି ରାସ୍ତାକୁ ଓହ୍ଲାଇବ। ୧୫ମାସରେ ୧୫ ଥର ନିଯୁକ୍ତି ପରୀକ୍ଷା ବାତିଲ, ସିବିଆଇ ତଦନ୍ତ ଦାବି। ପୂଜାରେ ରାଜଧାନୀ ଟ୍ରାଫିକ ବ୍ୟବସ୍ଥା ଭୁଶୁଡିଗଲା। ରସୁଲଗଡ଼ ଛକରେ ଯିଏ ଯୁଆଡ଼େ ପାରିଲେ, ସିଆଡ଼େ ପଶିଗଲେ। ସିସିଟିଭି ଓ ଆପ ଦ୍ୱାରା ନିୟନ୍ତ୍ରଣ ହେଲାନି କଟକରେ ବର୍ଷା ଯୋଗୁଁ ଫିକା ପଡ଼ିଲା ଦୁର୍ଗାପୂଜା, ରାସ୍ତା ଉପରେ ଭାଙ୍ଗିପଡିଲା ଲାଇଟ୍ ଗେଟ୍। odiaxpress ନୟାଗଡ଼ ଦଶପଲ୍ଲା ଗେଣ୍ଡାଳି ଗ୍ରାମରେ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ, ୨ କିମି ଖଟିଆରେ ବୋହି ରୋଗୀଙ୍କୁ ନେଲେ ଗ୍ରାମବାସୀ। ଭୁବନେଶ୍ବରରେ ପର୍ଯ୍ୟଟକ ବେଶରେ ଟ୍ରଲି ବ୍ୟାଗରେ ଗଞ୍ଜେଇ ନେବା ବେଳେ ରେଲୱେ ସୁରକ୍ଷା ବଳଙ୍କ ଦ୍ବାରା ଚାଲାଣକାରୀ ଧରାପଡିଲେ। ପୁରୀ ଜିଲ୍ଲା ନିମାପଡ଼ା ପିପିଲି ମୁଖ୍ୟ ରାସ୍ତାରେ ଥିବା ୩ଟି ମନ୍ଦିରରୁ ଏକା ସାଙ୍ଗରେ ଲୁଟ୍ ହୋଇଛି। ତାରିଣୀ ମନ୍ଦିର, ରାମ ମନ୍ଦିର ଓ ବିରିଖାଣୀ ମନ୍ଦିରରୁ ଲୁଟ୍‌। ଗଂଜାମ ଜିଲ୍ଲା ଚିକିଟି ବ୍ଲକରେ ଗ୍ୟାସ୍‌ ସିଲିଣ୍ଡରରୁ ଅଗ୍ନିକାଣ୍ଡ, ରୋଷେଇ ଘରେ ଦୁଇ ମହିଳା ପୋଡି ଗୁରୁତର ବାଲେଶ୍ଵର ଜିଲ୍ଲା ସୋରରୁ ସାଇବର ଅପରାଧୀଙ୍କୁ ଧରିଲେ ଅନୁଗୁଳ ପୋଲିସ। ଟ୍ରେଡିଂ ଆପର ଜାଲ ବିଛାଇ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଉଥିଲେ ଶେୟାର ମାର୍କେଟରେ ରାତାରାତି ଲାଭ କରାଇବା ପାଇଁ ଆସୁଛି ଠକେଇ ଫୋନ। ସ୍ୱାତୀ ଓ ଦେବ ମହାନ୍ତି ନାମରେ କଥା ହେଉଛନ୍ତି। ମୟୂରଭଞ୍ଜରେ ଆନ୍ତଃ ରାଜ୍ୟ ଲୁଟେରା ଗିରଫ ହେଲେ, ୪ ଟି ବାଇକ ଜବତ ହେଲା ଅନୁଗୁଳରେ ଗଛରେ ପିଟିହେଲା କାର, ସଡ଼କ ଦୁର୍ଘଟଣାରେ ଚାଲିଗଲା ଆରଆଇଙ୍କ ଜୀବନ, ଛଅ ଗୁରୁତର ତେଲୁଗୁ ଅଭିନେତ୍ରୀ ଡିମ୍ପଲ ଏବଂ ସ୍ବାମୀ ଡେଭିଡଙ୍କ ବିରୋଧରେ ତାଙ୍କ ‌ଘରୋଇ ସହାୟିକା ରାୟଗଡାର ପ୍ରିୟଙ୍କା ଆଣିଲେ ନିର୍ଯ୍ୟାତନା ଅଭିଯୋଗ ମହାରାଷ୍ଟ୍ରର ଥାଣେ ଜିଲ୍ଲାରେ ଗରବା ନାଚ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଅଣ୍ଡା ଫିଙ୍ଗି ବିପର୍ଯ୍ୟସ୍ତ କରିଦେଲେ ଅଣ-ହିନ୍ଦୁ ବିହାର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କଲେ ନିର୍ବାଚନ କମିଶନ। ବାଦ୍‌ ପଡ଼ିଲେ ୬୮.୬୬ ଲକ୍ଷ। ୨୧ ଲକ୍ଷ ୫୩ ହଜାର ନୂଆ ନାଁ ସାମିଲ। ସ୍ୱଚ୍ଛତା ଉପରେ ବିରୋଧୀ ଦଳଙ୍କ ସନ୍ଦେହ। ସ୍ୱାମୀଙ୍କ ଋଣ ପରିଶୋଧ କରିଥିବା ସ୍ତ୍ରୀ, ସବୁ ସମ୍ପତ୍ତିର ମାଲିକାଣୀ ହୋଇପାରିବେ ନାହିଁ, କହିଲେ ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା ତିନି ପ୍ରତିଶତ ବଢ଼ିଲା। ୫୫ ପ୍ରତିଶତରୁ ବୃଦ୍ଧି ପାଇ ୫୮ ପ୍ରତିଶତ ହେଲା। ମହିଳା ଦିନିକିଆ ବିଶ୍ବକପ୍‌ର ଉଦ୍‌ଘାଟନୀ ମ୍ୟାଚ୍‌ରେ ସହ ଆୟୋଜକ ଶ୍ରୀଲଙ୍କାକୁ ୫୯ ରନ୍‌ରେ ଭାରତ ପରାସ୍ତ କରିଛି। ଆମେରିକାରେ ସିନେଟ୍‌ରେ ଫଣ୍ଡିଂ ବିଲ୍ ପାସ୍ ନହୋଇ ପାରିବାରୁ ସଟ୍‌ ଡାଉନ୍ । ୨୦ଲକ୍ଷ କର୍ମଚାରୀଙ୍କୁ ମିଳି ନପାରେ ଦରମା। ଫିଲିପାଇନ୍ସରେ ଶକ୍ତିଶାଳୀ ଭୂମିକମ୍ପରେ ମୃତ୍ୟୁସଂଖ୍ୟା ୬୯କୁ ବୃଦ୍ଧି ପାଇଛି। ମୋବାଇଲରେ ମାଗଣାରେ ଟିଭି ଦେଖନ୍ତୁ। ପ୍ଲେ ଷ୍ଟୋରରୁ 'mera channel' ଡାଉନଲୋଡ କରନ୍ତୁ ======================= ଆଜି ଅନ୍ତର୍ଜାତୀୟ ଅହିଂସା ଦିବସ ଆଜି ବିଶ୍ୱ ମଦ୍ୟପାନ ନିରୋଧ ଦିବସ ଆଜି ଜନ୍ମଦିନ: ଲାଲ ବାହାଦୂର ଶାସ୍ତ୍ରୀ, ମହାତ୍ମା ଗାନ୍ଧୀ, ଆଶା ପାରେଖ, ପର୍ସିସ ଖମ୍ବାଟା, କେକେ ମେନନ, ରଚନା ବାନାର୍ଜୀ, ପ୍ରକାଶ ଅମୃତରାଜ (ଟେନିସ) ଆଜି ତିରୋଧାନ: ରାଜକୁମାରୀ ଅମ୍ରିତ କୌର, ଚିନ୍ତାମଣି ଦେଶମୁଖ ଇତିହାସରେ ଆଜି: (୧୯୫୧) ଭାରତୀୟ ଜନସଂଘ ତିଆରି ହେଲା/ (୧୯୫୨) ଗୋଷ୍ଠୀ ଉନ୍ନୟନ କାର୍ଯ୍ୟକ୍ରମ ଆରମ୍ଭ/ (୧୯୬୧) ସିପିଙ୍ଗ କର୍ପୋରେସନ ଅଫ ଇଣ୍ଡିଆ ସ୍ଥାପନ/ (୧୯୮୫) ଯୌତୁକ ନିରୋଧ ପ୍ରଣୟନ ଆଇନ ଲାଗୁ ======================= *ବନ୍ଦେ ଉତ୍କଳ ଜନନୀ* 🪻🌻🪻