#🔝ଅକ୍ଟୋବର 4 ଗୁରୁତ୍ୱପୂର୍ଣ୍ଣ ଅପଡେଟ 🟥 #🌞ସୁପ୍ରଭାତ🌞 #🌹🌹good morning 🌹🌹 # 💚💚💚ଶୁଭ ସକାଳ💚💚💚 #💐ଶୁଭେଚ୍ଛା *ଖବର ଆଜିର, ୪ ଅକ୍ଟୋବର, ଶନିବାର*
=======================
ଆଜି ରାଜ୍ୟରେ ଅଳ୍ପ ବର୍ଷା ହୋଇପାରେ। ନବରଙ୍ଗପୁର ଓ ନୂଆପଡ଼ାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବ
ଆରବ ସାଗରରେ ବାତ୍ୟା ସମ୍ଭାବନା। ଆଗାମୀ ୧୨ ଘଣ୍ଟାରେ ଋତୁର ପ୍ରଥମ ବାତ୍ୟା ଆଶଙ୍କା। ବାତ୍ୟାର ନାଁ ଶକ୍ତି। ଓଡିଶାକୁ ବିପଦ ନାହିଁ
ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର କାର୍ତ୍ତିକ ନୀତି ଆରମ୍ଭ। ରାଧା ଦାମୋଦର ବେଶରେ ଦର୍ଶନ ଦେବେ ମହାପ୍ରଭୁ।
ଋଷିକୁଲ୍ୟା ନଦୀରେ ବନ୍ୟାଜଳ ବୃଦ୍ଧି। ନଦୀକୁଳିଆ ଲୋକ ସତର୍କ ରହିବାକୁ ପରାମର୍ଶ।
ରାଜଧାନୀରେ ଦୁର୍ଗା ପୂଜା ବୁଲିବା ବେଳେ ହଜାରେ ମୋବାଇଲ ଚୋରି, ଶହଶହ ଗହଣା ଛିଣ୍ଡେଇ ନେବା ଅଭିଯୋଗ
କଟକ ଚୌଦ୍ୱାର ଜେଲରୁ ୨ ବିହାରୀ କଏଦୀ ଫେରାର ଘଟଣାରେ ମୁଖ୍ୟ ୱାର୍ଡରଙ୍କ ସହ ଦୁଇଜଣ ୱାର୍ଡରଙ୍କୁ ନିଲମ୍ୱିତ କଲେ ଜେଲ୍ ଡିଜି।
ଗଜପତିରେ ବାଦଲଫଟା ବର୍ଷା। ଭାସିଗଲେ ୪ ଜଣ, ୨ ନିଖୋଜ, ଦୁଇ ଜଣଙ୍କ ଶବ ଉଦ୍ଧାର
ଆନ୍ଧ୍ରରେ ଅଧିକ ଭତ୍ତା ମିଳୁଛି ବୋଲି ଲୋଭରେ ରାୟଗଡା ଜିଲ୍ଲାରୁ ଗାଁ ଛାଡୁଛନ୍ତି ବରିଷ୍ଠ ନାଗରିକ।
ଓଡିଶା ପୋଲିସ ଏସଆଇ ପରୀକ୍ଷା ଜାଲିଆତିରେ ସିଲିକନ ସିଇଓଙ୍କୁ ଜେରା, ବରିଷ୍ଠ ପୁଲିସ ଅଧିକାରୀଙ୍କ ପୁଅ ଓ ଝିଅ ସନ୍ଦେହ ଘେରରେ
କଟକ ସିଡିଏ ସେକ୍ଟର ୬ ବାଲିଘାଟ ଅଞ୍ଚଳରେ କାଠଯୋଡ଼ି ନଦୀରେ ବୁଡି ନାବାଳକ ନିଖୋଜ, ଅଗ୍ନିଶମ ବାହିନୀର ସର୍ଚ୍ଚ ଅପରେସନ ଆରମ୍ଭ।
ବାଲେଶ୍ଵର ନୀଳଗିରିରେ ପୂର୍ବ ଶତ୍ରୁତାକୁ ନେଇ ସଂଘବଦ୍ଧ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ, ଅଭିଯୁକ୍ତମାନେ ଫେରାର
କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଡୁଲୁରି ଶଙ୍ଖରେ ତିନି ଜଣ ବ୍ୟକ୍ତିଙ୍କ ଦୁର୍ଘଟଣାରେ ମୃତ୍ୟୁ। ପରିଚୟ ମିଳିନାହିଁ
ମୟୁରଭଞ୍ଜ ବୈଶିଙ୍ଗାରେ ଲକ୍ଷାଧିକ ଟଙ୍କାର ବାଣ ଓ ବିସ୍ଫୋରକ ଜବତ, ୩ ଅଭିଯୁକ୍ତ ଗିରଫ
ମଧ୍ୟପ୍ରଦେଶ ଛିନ୍ଦୱାଡା ରେ ବିଷାକ୍ତ ଔଷଧ ସହ କଫ୍ ସିରପ୍ ପିଇ ୧୨ପିଲାଙ୍କ ମୃତ୍ୟୁ।
ଅହମଦାବାଦ କ୍ରିକେଟ ଟେଷ୍ଟରେ ଜାଡେଜାଙ୍କ ଶତକ। ୨୮୬ ରନ୍ ରେ ଭାରତ ଆଗୁଆ।
ଟି-୨୦ ବିଶ୍ବକପ୍-୨୦୨୬ ପାଇଁ ଯୋଗ୍ୟତା ହାସଲ କଲେ ଜିମ୍ବାୱେ ଓ ନାମିବିଆ
ପାଞ୍ଚବର୍ଷ ପରେ ଆସନ୍ତା ୨୬ ତାରିଖରୁ ଭାରତରୁ ଚୀନକୁ ଉଡିବ ବିମାନ
ପାକିସ୍ତାନ ପେସୱାର୍ରେ ବିସ୍ଫୋରଣ, ୯ ମୃତ, ୪ ଆହତ
ଆମେରିକାର ଆର୍ଥିକ ସଙ୍କଟ ଯୋଗୁଁ ମହାକାଶ ସଂସ୍ଥା ନାସାର ଦୈନିକ ଅପଡେଟ୍ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଅଟକିଲା
ଆଜି ବିଶ୍ୱ ପଶୁ ଦିବସ
ଆଜି ଜନ୍ମଦିନ: ଶ୍ଵେତା ତିୱାରୀ, ସୋହା ଅଲ୍ଲୀ ଖାନ, ରିଷଭ ପନ୍ଥ, ମାଧବୀ ମୁଦଗଲ, ଶୈଳେନ୍ଦ୍ର ସିଂ (ଗାୟକ), ବିଜୟପତ ସିଂହାଣିଆ, ମାନସୀ ପ୍ରଧାନ (ସମାଜସେବୀ, ଖୋର୍ଦ୍ଧା), ମଧୁସ୍ମିତା ବେହେରା (କ୍ରିକେଟ, କଟକ)
ଆଜି ତିରୋଧାନ: ଭଗବତ ଝା ଆଜାଦ, ନୀଳମଣି ରାଉତରାୟ
ଇତିହାସରେ ଆଜି: (୧୯୭୭) ମିଳିତ ଜାତିସଂଘରେ ବାଜପେୟୀଙ୍କ ହିନ୍ଦୀ ଭାଷଣ/ (୧୯୯୬) ଶାହୀଦ ଆଫ୍ରିଦି ୩୭ ବଲରେ ଶତକ କଲେ/ (୧୯୫୭) ସ୍ଫୁଟନିକ ୧ ରକେଟ ପଠାଇଲା ଋଷିଆ/ (୧୯୬୯) ଚୀନ ଦ୍ୱାରା ହାଇଡ୍ରୋଜେନ ବୋମା ପରୀକ୍ଷା/ (୧୮୯୫) ପ୍ରଥମ ୟୁଏସ ଓପନ ଗଲ୍ଫ ଟୁର୍ଣ୍ଣାମେଣ୍ଟ ଆରମ୍ଭ/ (୧୯୦୭) କଲିକତାରେ ସାମ୍ପ୍ରଦାୟିକ ଦଙ୍ଗା/ (୧୯୭୭) ଜେଲରୁ ମୁକୁଳିଲେ ଇନ୍ଦିରା ଗାନ୍ଧୀ
=======================
*ବନ୍ଦେ ଉତ୍କଳ ଜନନୀ*