@15568088
@15568088

samir ranjan das

I love ShareChat :)

#

ପ୍ରେରଣା

ଭାଇଭଉଣୀର ସେନେହ ଆଦର ରାକ୍ଷୀ ପୂନେଈରେ ଦିଶେ, ଭାଇ ମନ ସାଙ୍ଗେ ଭଉଣୀ ମନଟି କେତେ କେମିତିକା ମିଶେ॥୧॥ ଏକଗୋଟି ନାହି ବେନିଖଣ୍ତହୋଇ ଦୁଇଟି ଦେହରେ ସିନା, ଗୋଟିଏ ଫୁଲର ଦୁଇଟି ପାଖୂଡା ଜଣେ ମୋତି ଜଣେ ସୁନା॥୨॥ଗୋଟିଏ ଓଠରେ ହସ ଖେଳିଗଲେ ଅାର ଓଠ ଯାଏ ଖୋଲି, ଭଉଣୀ ମନର ଅବୁଝା କାହାଣୀ ଭାଇ ପାଖେ ଯାଏ ମେଲି ॥୩॥ ସରଗରେ ଗଢା ଭାଇ ଭଉଣୀର ସେନେହ ମମତା ଡୋରି, ବାଲିଘର ଅବା ଲୁଚକାଳି ଖେଳ ଗାଁ ଦାଣ୍ତ ବୋହୂଚୋରି॥୪॥ ରାକ୍ଷୀପୂନେଇର ରେଶମୀ ରାକ୍ଷୀରେ କେତେ ପ୍ରତିଶ୍ରୂତି ଥାଏ, ହରଷ ମନରେ ଭାଇର ହାତରେ ଭଉଣୀଟି ବାନ୍ଧି ଦିଏ॥୫॥ ଏଇ ପୂନେଇରେ ଭାଇର ପାଖରେ ଭଉଣୀ ନଥାଏ ଯଦି, ଭାବିଭାବି ତା'ର ଆଖିରୁ ଝରଇ ଲୋତକର ଭରା ନଦୀ॥୬॥ ଏବେତ ଆସୁଛି ରାକ୍ଷୀର ବାରତା ମୋବାଇଲ୍ ରେ ତା'ଛବି, ରାକ୍ଷୀ ଶବଦର ବହୁଳ ପ୍ରସାର ଲେଖିଲେଣି ବହୁ କବି॥୭॥ଜାଣେନା ଲେଖା ଏ ମୋହର କବିତା ପଢିବେ କି ନାହିଁ କିଏ? ଯଦିକେ ପଢିକି ଆନନ୍ଦିତ ହେଲ ଛାଡିବ ଲାଇକ୍ ଟିଏ॥୮॥ରାକ୍ଷୀ ପୂନେଇରେ କବି କାଇଁଚର ସମସ୍ତଙ୍କୁ ସୁସକାଳ, ଯୁଗ ଯାଉପଛେ ପରବ ନ ଯାଉ ଏତିକି କାମନା ମୋର୯॥
140 views
6 months ago
Share on other apps
Facebook
WhatsApp
Copy Link
Delete
Embed
I want to report this post because this post is...
Embed Post
Share on other apps
Facebook
WhatsApp
Unfollow
Copy Link
Report
Block
I want to report because