@manoranjan012
@manoranjan012

Ⓜ️anoranjan🐯Nayak💙

🍁Jai🕉Jagannath🍁

#

📱ହ୍ବାଟସ୍ଏପ୍ ଷ୍ଟାଟସ୍

ପିଲାମାନେ,ଗୋଟେ ମଜେଦାର ଲେଖା ପାଇଲି ।😁😂😁😂ସମସ୍ତେ ପଢ ଆଉ ମଜା ନିଅ, 😍😍😍😍😍😍😍😍 WhatsAppରେ ମେସେଜ୍ ପଠେଉଥିବା ଲୋକଙ୍କ ବିଷୟରେ କିଛି। ଆପଣ ଏହା ଭିତରୁ କୋଉଟା, ଆପଣ ନିଜେ ଠିକ କରିବେ।* *୧. WhatsApp ଗଞ୍ଜା*🐓 ଭୋର ହେଲେ, ଗଞ୍ଜା ଯେମିତି କୁକୁଡୁ କୁ କରି ସମସ୍ତଙ୍କୁ ନିଦରୁ ଉଠାଏ, ସକାଳୁ ସକାଳୁ ଉଠିବା ପରେ ଏମାନଙ୍କ ପ୍ରଥମ କାମ ହେଉଛି, ଅନ୍ୟମାନଙ୍କୁ Good Morning ମେସେଜ୍ ପଠେଇ ନିଦରୁ ଉଠେଇବା। ଏମାନଙ୍କ ମେସେଜ୍ ଆସିଲେ ଜଣାପଡେ ଯେ ସକାଳ ହେଲା। ବାକି ଦିନସାରା ଏମାନଙ୍କ ପାଖରୁ ଆଉ ମେସେଜ୍ ଆସେନି। *୨. WhatsApp ବାବାଜୀ*👨‍🦱 ଏମାନେ କେବଳ ଠାକୁର/ଠାକୁରାଣୀ, ବିଭିନ୍ନ ମହତ ବାଣୀର ଫଟୋ ପଠେଇ ଆପଣଙ୍କ ଷ୍ଟୋରେଜ ଫୁଲ କରିଦିଅନ୍ତି। ମଝିରେ ମଝିରେ ଠାକୁର/ଠାକୁରାଣୀଙ୍କ ଫଟୋ ପଠେଇ ସେଇଟା ୧୩ ଜଣ ଲୋକଙ୍କୁ ଫରୱାର୍ଡ କରିବାକୁ "ନ ହେଲେ ସତ୍ୟାନାଶ ହେବ" କହି ଡରାନ୍ତି। ଏମାନଙ୍କୁ ବୁହେ ପିଟିବାକୁ ସମସ୍ତେ ଚାହାଁନ୍ତି, ସୁଯୋଗ ଅଭାବରୁ ପାରନ୍ତି ନାହିଁ। *୩. WhatsApp ଚୋର*🏃 ଏମାନେ ଅନ୍ୟର ମେସେଜ୍ କପି କରି ପେଷ୍ଟ କରନ୍ତି ଆଉ ସେଇଟାକୁ ପୋଷ୍ଟ ବି କରିଦିଅନ୍ତି। ଯୁଆଡୁ ଯାହା ମିଳିଲା, ଦେଖା ନାହିଁ, ବୁଝା ନାହିଁ, ଅନ୍ୟକୁ ଫରୱାର୍ଡ କରିଦେବାକୁ ଜମା ପଛାନ୍ତି ନାହିଁ। ଏଇମାନଙ୍କ ଯୋଗୁ ଗୁଜବ ସବୁ ହୁ ହୁ ହେଇ ଖେଳିଯାଏ। *୪. WhatsApp ଦେବଦାସ* 🤒🤕 ଏମାନେ ଭୀଷଣ ଦୁଃଖୀ ଶ୍ରେଣୀୟ ଲୋକ। ଦିନ ସାରା ମୁକେଶ ଆଉ ସୋନୁ ନିଗମର ଦୁଃଖ ଗୀତ ଶୁଣନ୍ତି। ଖୋଜି ଖୋଜି ଦୁଃଖ କବିତା, ଦୁଃଖ ମେସେଜ ଅନ୍ୟକୁ ଫରୱାର୍ଡ କରି ନିଜ ଦୁଃଖ ଅନ୍ୟ ଉପରେ ଲଦିବାକୁ ଚେଷ୍ଟା କରନ୍ତି। *୫. WhatsApp ରିପୋର୍ଟର* 🕵‍♀ ଏମାନେ କୋଉ ଜନ୍ମରେ ସାମ୍ବାଦିକ ଥିଲେ ବୋଲି ୟାଙ୍କର ଦୃଢ଼ ବିଶ୍ୱାସ। ଯୋଉଠୁ ଯାହା ଦେଶ, ବିଦେଶର ଖବର ପାଇଲେ, ବ୍ରେକିଙ୍ଗ୍ ନିଉଜ୍ ଭଳି ଛାପିଦେବା ଏମାନଙ୍କ ସଉକ। ଏମାନଙ୍କ ପକ୍କା ଧାରଣା ଯେ ଆଉ କାହାକୁ ଇଣ୍ଟରନେଟରୁ ଖବର ଦେଖିବା ଆସେନି। *୬. WhatsApp ବିଦୁଷକ*🤡 ଏମାନେ ଭାରି ମଜାଳିଆ ଲୋକ। ନିଜ ମନ ଯେତେ ଦୁଃଖ ଥାଉ, ଘରେ ପଛେ ହାଣ୍ଡି ପରି ମୁହଁ କରି ସ୍ତ୍ରୀ ସହ ଝଗଡା ଆଉ ଅଫିସରେ ସମସ୍ତଙ୍କ ସହ ଅପଡ଼ ହେଇଥିବ, କିନ୍ତୁ ମଜା ମଜା ମେସେଜ୍ ପଠେଇ ଅନ୍ୟକୁ ହସାନ୍ତି। ମାନେ, ଚେଷ୍ଟା ତ ସେଇଆ ଥାଏ। *୭. WhatsApp ମୌନୀ ବାବା*😷 ଏମାନେ ସବୁ ମେସେଜ୍ ପଢ଼ନ୍ତି, କିନ୍ତୁ ଉତ୍ତର ଦିଅନ୍ତି ନାହିଁ। ଆପଣ ଯେତେ ଯାହା ମେସେଜ୍ ପଠାନ୍ତୁ, ଏମାନଙ୍କ ଠାରୁ ରିପ୍ଲାଏ ପାଇବା ଅସମ୍ଭବ। *୮. WhatsApp ଜ୍ଞାନୀ*👼 ଏମାନେ ବିଜ୍ଞ ଗୋଷ୍ଠୀର ବ୍ୟକ୍ତି। ସବଜାନତା ପରି ଜଣା ଅଜଣା ସବୁ କଥା ଉପରେ ନିଜର ସୁଚିନ୍ତିତ ମତାମତ ଦିଅନ୍ତି। ଅନ୍ୟ କିଏ ଭିନ୍ନ ମତ ଦେଲେ, ତା ଉପରେ ବୁହେ ହସିଥାନ୍ତି। ଲୋକ ଏମାନଙ୍କ ପଛରେ ମୁହଁରେ ଲୁଗା ହେଇ ହସି ହସି ବେଦମ ହେଇଯାଆନ୍ତି। *୯. WhatsApp ଭାବୁକ*👨‍🎨 ଏମାନେ ଲୋକଙ୍କୁ ନିଜର/ଅନ୍ୟର କବିତା, ଗପ ଆଉ ବିଭିନ୍ନ ଶିକ୍ଷଣୀୟ ଭିଡିଓ ସବୁ ପଠେଇ ଚାଲନ୍ତି। ସେଗୁଡା କିଏ ବୁଝୁ, ନ ବୁଝୁ ଏମାନଙ୍କୁ ଫରକ ପକେଇ ନଥାଏ। *୧୦. WhatsApp ଚାଟର*🗣 ଏମାନେ ସବୁବେଳେ online ଥାଆନ୍ତି। ଯିଏ ଯାହା ଲେଖିଲେ, ଉତ୍ତରରେ ପଦେ ଦି ପଦ ଲେଖିବାକୁ ଭୁଲନ୍ତି ନାହିଁ। *୧୧. WhatsApp ମାଙ୍କଡ଼*🐒 ଏମାନେ ନିଜ ଆଡୁ କାହାକୁ କିଛି ପଠାନ୍ତି ନାହିଁ। ହେଲେ, ଯିଏ ଯାହା ପଠେଇଲେ ହେ ହେ, ହା ହା କରନ୍ତି। *୧୨. WhatsApp ହିରୋ*🕺 ଏମାନେ WhatsAppର ମୁଖ୍ୟ ଆକର୍ଷଣ। ଖୋଜି ଖୋଜି ମନକୁ ପାଇବା ଭଳି ଭିଡିଓ (??) ସବୁ ପଠାନ୍ତି। କହିବାକୁ ଗଲେ, ଲୋକ ଏମାନଙ୍କ ଭିଡ଼ିଓର ଅପେକ୍ଷାରେ ହିଁ ଥାଆନ୍ତି। *ଆମେ ସମସ୍ତେ ଉପରୋକ୍ତ କୋଉ ନା କୋଉ ଶ୍ରେଣୀର ଲୋକ।* ନିଜକୁ ଚିହ୍ନନ୍ତୁ ଆଉ ଅନ୍ୟକୁ ଫରୱାର୍ଡ କରି ସେମାନଙ୍କୁ ବି ନିଜକୁ ଚିହ୍ନିବାକୁ ଦିଅନ୍ତୁ। 😆😆😆 ମଜା ଲାଗିଥିବ ନିଶ୍ଚୟ, 😂😁😂😁😂😁😂😁😂😁😂
644 views
1 days ago
ShareChat - Best & Only Indian Social Network - Download Now
Share on other apps
Facebook
WhatsApp
Copy Link
Delete
Embed
I want to report this post because this post is...
Embed Post
Share on other apps
Facebook
WhatsApp
Unfollow
Copy Link
Report
Block
I want to report because