@subhasisdas1
@subhasisdas1

💛ସମ୍ପର୍କ ହୃଦୟ ର(15.5k)💛

🙏ପ୍ରତିଦିନ ନୂଆ ପୋଷ୍ଟ ପାଇବା ପାଇଁ ମତେ ଫୋଲୋ କରନ୍ତୁ🙏

#

✋ରାଶିଫଳ ଏବଂ ଜ୍ୟୋତିଷ ଶାସ୍ତ୍ର

🕉🌼ଆଜିର ଅନୁଚିନ୍ତା🌼🕉 ✅ତାରିଖ 23:02:19✅ 🌹🌹🌹🌹🌹🌹🌹🌹 ନିଜ ଅନ୍ତରର ଗୁପ୍ତ କଥା ହଠାତ୍ ଅନ୍ୟ ଜଣକ ପାଖରେ ଖୋଲି ଦେବା ବିଜ୍ଞତାର ପରିଚାୟକ ନୁହେଁ । ନିଜ ଭିତରେ ନିଜର ଗୋପନୀୟ କଥାକୁ ଲୁଚାଇ ରଖିବା ଆବଶ୍ୟକ !! ନିଜ ପରିବାରର ସବୁରି ସହିତ ଉତ୍ତମ ବ୍ୟବହାର କରିବା ଦରକାର, ନିଜ ହାତରେ କରାଯାଇଥିବା କାମହିଁ ଶ୍ରେଷ୍ଠ କାମ । ନିଜ କାମ ନିଜେ କରିବା ଉଚିତ୍ !! ନିଜର ଶତ୍ରୁକୁ ସାଧାରଣ ଭାବି ଅବହେଳା କରିବା ଆଦୌ ଉଚିତ୍ ନୁହେଁ, ପରିସ୍ଥିତି ଓ ସମୟ ସହିତ ତାଳ ଦେଇ କାମ କରିବ !! ପାଖରେ ଧନ ନଥିଲେ କେହି ପଚାରିବେ ନାହିଁ । କାରଣ ଧନହିଁ ସବୁ କିଛିକୁ ବଶୀଭୂତ କରି ରଖିପାରେ । ଧନବାନ ସମାଜରେ ସମ୍ମାନ ପାଇଥାଏ !! 🌿🌹🌿🌹🌿🌹🌿🌹 🙏🙏🙏🙏🙏🙏🙏🙏 🌼ଜୟ ଜଗନ୍ନାଥ🌼 🌿🌹🌿🌹🌿🌹🌿🌹 🙏🙏🙏🙏🙏🙏🙏🙏
4k views
5 hours ago
#

🙏ଆଜିର ଅନୁଚିନ୍ତା

🌼 ଆଜିର ଅନୁଚିନ୍ତା ପଢ଼ନ୍ତୁ ଏବଂ ଶୁଣନ୍ତୁ 🌼 🌹 ତାରିଖ ୨୩ ଫେବୃୟାରୀ ୨୦୧୯ 🌹 ========================= ସାଧୁ ସନ୍ଥ ମାନଙ୍କ ଉପଦେଶ ମାନିଲେ ମଣିଷ ସଦାଚାରୀ ହୋଇଥାଏ ========================= ☆ ଅଧିକାର, ସ୍ୱଳ୍ପ ସମ୍ପତ୍ତି, ଗର୍ଭ, ଶ୍ୱାନ, ମୈଥୁନ – ଏସବୁ ଆଦ୍ୟରେ ସୁଖ ଜନକ ଓ ପରେ ଦୁଃଖ ଜନକ ହୋଇଥାଏ ।- ଚାଣକ୍ୟ ☆ ଆପଣାର ସ୍ତ୍ରୀ, ଭୋଜନ ଓ ନିଜ ଅର୍ଜିତ ଧନରେ ସଦା ସନ୍ତୁଷ୍ଟ ରହିବ ।- ଚାଣକ୍ୟ ☆ ଆହାର, ମୈଥୁନ, ଜୁଆଖେଳ, ବେଶ୍ୟାଗମନ, ମଦ୍ୟପାନ, ଚୋରି, କଳହ, କଣ୍ଡୁ, ଖଚ, କୃପଣତା ଯେତେ ବଢାଇବ ସେତେ କରିବାକୁ ଇଚ୍ଛା ହେବ ।- ଚାଣକ୍ୟ ☆ ଉଚ୍ଚକୁଳ, ଧନ, ସତ୍ସ୍ୱଭାବ, ସୌଜନ୍ୟ, କାର୍ଯ୍ୟରେ ଉତ୍ସାହ, ତତ୍ପରତା, ବିନୟ – ଏସବୁ ଗୁଣ ଥିଲେ ଅସାଧ୍ୟ କାର୍ଯ୍ୟକୁ ମଧ୍ୟ ସାଧନ କରାଯାଇପାରିବ ।- ଚାଣକ୍ୟ ☆ ଉତ୍ତମ ସ୍ୱାସ୍ଥ୍ୟ, ମନୋମୋହିନୀ ସ୍ତ୍ରୀ, ଗୁଣବାନ ପୁତ୍ର, ବିଶିଷ୍ଟ ବ୍ୟକ୍ତିଙ୍କ ସହିତ ବନ୍ଧୁତା, ଭୟ ଶୂନ୍ୟ ସ୍ଥାନରେ ବସବାସ, ନିତ୍ୟ ଆୟ, ଅନ୍ନ ବସ୍ତ୍ରର ପ୍ରାଚୁର୍ଯ୍ୟ, ଅଭିଳଷିତ ଦ୍ରବ୍ୟପ୍ରାପ୍ତି ମହାସୁଖକର ହୋଇଥାଏ ।- ଚାଣକ୍ୟ 🙏🙏🙏🙏🙏🙏🙏🙏🙏🙏🙏🙏
3.4k views
5 hours ago
#

🙏ଆଜିର ଅନୁଚିନ୍ତା

💝 *ଆଜିର ଅନୁଚିନ୍ତା*💝 🌷🌻 *ତାରିଖ-୨୩/୦୨/୨୦୧୯*🌻🌷 *ହଠାତ୍ ବିପଦର ସମ୍ମୁଖୀନ ହେଲେ ହଡବଡେଇ ନଯାଇ ଧୈର୍ଯ୍ୟର ସହିତ ତାର ମୁକାବିଲା ପାଇଁ ଅଂଟା ଭିଡିବା ଦରକାର ।ସୌଭାଗ୍ୟ ଚିରସ୍ଥାୟୀ ନୁହେଁ । ଆଲୋକ-ଅନ୍ଧାର, ସୁଖ-ଦୁଃଖ, ହସ-କାନ୍ଦ ଚିରନ୍ତନ । ଏସବୁ ଚକ୍ରବତ୍ ଗୋଟିକ ପରେ ଅନ୍ୟଟି ଆସନ୍ତି ।।* *ସୁଖ ସମୟରେ ଅଧିକ ମସ୍ଗୁଲ୍ ହେବା ଉଚିତ୍ ନୁହେଁ । ସୁଖ ପରେ ଦୁଃଖ ଯେ ନିଶ୍ଚିତ ଆସିବ ଏକଥା ମନେ ରଖି ଆଗେଇବାକୁ ପଡିବ । ସୁଖ ପାଖରେ ଜ୍ଞାନ ନଥାଏ । ଯିଏ ଜ୍ଞାନୀ ସେ ସୁଖ ପଛରେ ଗୋଡାଏ ନାହିଁ ।।* *ସମୟର ବିବର୍ତନ ସହିତ ତାଳ ଦେଇ, ଭଲ-ମନ୍ଦ ବିଚାର କରି ଯେଉଁମାନେ ନିଜ ଜୀବନକୁ ପରିଚାଳିତ କରନ୍ତି ସେମାନେ ସୁଖୀ ହୋଇପାରନ୍ତି ।ସନ୍ତୋଷ ହେଉଛି ଶାନ୍ତିର ମୂଳ ଉତ୍ସ । ସଦା ସନ୍ତୁଷ୍ଟ ରହିପାରିଲେ କୌଣସି ଦୁଃଖ ଉଦ୍ବେଗ ମାନସିକ ଶାନ୍ତିକୁ ନଷ୍ଟ କରିପାରେ ନାହିଁ ।।* *ସନ୍ତୋଷ ହେଉଛି ଶାନ୍ତିର ମୂଳ ଉତ୍ସ । ସଦା ସନ୍ତୁଷ୍ଟ ରହିପାରିଲେ କୌଣସି ଦୁଃଖ ଉଦ୍ବେଗ ମାନସିକ ଶାନ୍ତିକୁ ନଷ୍ଟ କରିପାରେ ନାହିଁ ।ସଦ୍ ଗୁରୁ ମହାନ୍ । ସଦ୍ ଗୁରୁ ବିନା ଜ୍ଞାନ ନାହିଁ । ଜ୍ଞାନ ବିନା ମାନବିକତାର ସତ୍ତା ନାହିଁ ।।* 🙏🙏🏻🙏🙏🏻🙏🙏🏻🙏🙏🏻🙏🙏🏻
3.4k views
5 hours ago
#

✋ରାଶିଫଳ ଏବଂ ଜ୍ୟୋତିଷ ଶାସ୍ତ୍ର

୨୩ ଫେବ୍ରୁଆରୀ, ଶନିବାର: ଜାଣନ୍ତୁ ଆପଣଙ୍କ ଆଜିର ରାଶିଫଳ. ମେଷ : ଆଜିର ଦିନ ଗୃହସ୍ଥ ଏବଂ ଦାମ୍ପତ୍ୟ ଜୀବନ ପାଇଁ ବହୁତ ଭଲ। ଆର୍ଥିକ ଲାଭ ତଥା ଯାତ୍ରାର ସମ୍ଭାବନା ଅଛି। ବିଚାରରେ ଉଗ୍ରତା ତଥା ଅଧିକାରର ଭାବନା ବଢ଼ିବ। ଆପଣଙ୍କ କାର୍ଯ୍ୟର ପ୍ରଶଂସା ମଧ୍ୟ ହୋଇପାରେ। ବାଦ-ବିବାଦରୁ ଦୂରରେ ରୁହନ୍ତୁ। ବାହନସୁଖ ମିଳିବ। ବୃଷ : ଆଜିର ଦିନ ଶୁଭଫଳଦାୟୀ ଅଟେ। ଆପଣଙ୍କ ଶାରୀରିକ ଏବଂ ମାନସିକ ସ୍ଵାସ୍ଥ୍ୟ ଭଲ ରହିବ। ସାରା ଦିନ ଆପଣ ଆନନ୍ଦ ଏବଂ ଉଲ୍ଲାସରେ ବିତାଇବେ। ଦିନର ସମସ୍ତ କାର୍ଯ୍ୟ ଯୋଜନାନୁସାରେ ସଂପନ୍ନ ହେବ। ଧନ ସମ୍ବନ୍ଧିତ ଲାଭର ସମ୍ଭାବନା ରହିବ। ମା’ଘରୁ ଭଲ ସମାଚାର ମିଳିବ ଏବଂ ଲାଭ ହେବ। ମିଥୁନ : ଆପଣ ହୃଦୟ ଏବଂ ମନରେ ଫୂର୍ତ୍ତି ଅନୁଭବ କରିବେ। ଆଜି ନୂଆ କାମ ଆରମ୍ଭ କରିବାର ଯୋଜନା ବନିବ। ମାନହାନି ନ ହେଉ, ଏହାର ଧ୍ୟାନ ରଖିବେ। ସନ୍ତାନମାନଙ୍କର ଭବିଷ୍ୟକୁ ନେଇକରି ଚର୍ଚ୍ଚା ହୋଇପାରେ। ଜୀବନସାଥୀଙ୍କର ସ୍ଵାସ୍ଥ୍ୟର ଚିନ୍ତା ହୋଇପାରେ। ବିଦ୍ୟାର୍ଥିମାନଙ୍କ ପାଇଁ ବହୁତ ଭଲ ଦିନ ଅଟେ। କର୍କଟ : ଆପଣଙ୍କ ପାଇଁ ଆଜିର ଦିନ ମିଶ୍ରିତ ଫଳଦାୟୀ ଅଟେ। ଆଜି ଆପଣଙ୍କ ମଧ୍ୟରେ ଆନନ୍ଦ ଏବଂ ଫୂର୍ତ୍ତିର ଅଭାବ ରହିବ। ଘରେ ଝଗଡ଼ାର ବାତାବରଣ ନ ହେଉ, ଏହାର ଧ୍ୟାନ ରଖିବେ। ସ୍ଵଜନମାନଙ୍କ ସହିତ ମନମାଳିନ୍ୟ ହେବାର ଆଶଂକା ଅଛି। ଧନର ବ୍ୟୟ ହୋଇପାରେ। କ୍ରୋଧ ଏବଂ ବାଣୀ ଉପରେ ନିୟନ୍ତ୍ରଣ ରଖିବେ। ସିଂହ : ଆପଣଙ୍କ ଆଜିର ଦିନ ଶୁଭ ଫଳଦାୟୀ ଅଟେ। ଆଜି ଆପଣଙ୍କ ସ୍ଵାସ୍ଥ୍ୟ ଭଲ ରହିବ। ଭାଇ-ବନ୍ଧୁମାନଙ୍କ ସହିତ ସମୟ ଆନନ୍ଦ ପୂର୍ବକ କଟିବ। ମିତ୍ର ଏବଂ ସ୍ଵଜନମାନଙ୍କ ସହିତ ସାକ୍ଷାତ ହେବ। କାର୍ଯ୍ୟ ସଫଳତାରେ ମିତ୍ର ପ୍ରସନ୍ନ ହେବେ। କଳା କ୍ଷେତ୍ରରେ ଆପଣଙ୍କ ବିଶେଷ ରୁଚି ରହିବ। କନ୍ୟା : ଆଜିର ଦିନ ଆପଣଙ୍କ ପାଇଁ ଶୁଭ ଫଳ ଦେବ। ନିଜର ମିଠା ବାଣୀରେ କାହାର ମଧ୍ୟ ହୃଦୟ ଆପଣ ଜୀତି ପାରିବେ। ଆପଣଙ୍କ କାର୍ଯ୍ୟ ସିଦ୍ଧ ହେବାର ବହୁତ ସମ୍ଭାବନା ଅଛି। ପରିବାରରେ ଆନନ୍ଦର ବାତାବରଣ ରହିବ। ପରିଜନମାନଙ୍କ ସହିତ ସୁଖ ପୂର୍ବକ ସମୟ ଅତିବାହିତ ହେବ। ତୁଳା : ଆପଣଙ୍କ ଦିନ ଶୁଭଫଳଦାୟୀ ଅଟେ। ଶାରୀରିକ ଏବଂ ମାନସିକ ସ୍ଵାସ୍ଥ୍ୟର ବିଶେଷ ଧ୍ୟାନ ରଖିବେ। ସୃଜନାତ୍ମକ କାର୍ଯ୍ୟ ଆପଣ କରିପାରନ୍ତି। ବିଚାରର ଦୃଢତାରେ ଆପଣ କାମକୁ ଭଲ ଭାବରେ ସମ୍ପୂର୍ଣ୍ଣ କରି ପାରିବେ। ବିଚ୍ଛା : କଥାବାର୍ତ୍ତାରେ କାହା ସହିତ ଭ୍ରାନ୍ତି ନ ହେଉ ଏହାର ଧ୍ୟାନ ରଖିବେ। ଶାରୀରିକ କଷ୍ଟ ଏବଂ ମାନସିକ ଚିନ୍ତାରେ ଆପଣ ଚିନ୍ତିତ ହୋଇପାରନ୍ତି। ଆମୋଦ-ପ୍ରମୋଦ ପଛରେ ଖର୍ଚ୍ଚ ହେବାର ଆଶଂକା ଅଛି। ସ୍ଵଜନମାନଙ୍କ ସହିତ କଳହ ହେବାର ପ୍ରସଙ୍ଗ ନବନୁ, ଏହାର ଧ୍ୟାନ ରଖିବେ। ଧନୁ : ଆଜିର ଦିନ ଆପଣଙ୍କ ପାଇଁ ଲାଭକାରୀ ଅଟେ। ଗୃହସ୍ଥ ଜୀବନର ସଂପୂର୍ଣ୍ଣ ଆନନ୍ଦ ଆପଣ ନେଇ ପାରିବେ। ମିତ୍ରମାନଙ୍କ ସହିତ ସୁନ୍ଦର ସ୍ଥାନକୁ ଯାତ୍ରାର ଆୟୋଜନ ହେବ। ଆୟରେ ବୃଦ୍ଧି ହେବାର ଯୋଗ ଅଛି। ଭୋଜନ ଭଲ ମିଳିପାରେ। ମକର : ଆଜି ଆପଣଙ୍କ ଦିନ ସଂଘର୍ଷ ମୟ ରହିବ। ବ୍ୟାପାର ପାଇଁ ଯାତ୍ରା କରିବାରେ ଲାଭ ହେବ। ଉଚ୍ଚ ଅଧିକାରୀ ପ୍ରସନ୍ନ ରହିବେ। ଚାକିରିରେ ପ୍ରମୋସନ ହେବ। ସନ୍ତାନମାନଙ୍କର ପାଠପଢ଼ା ସମ୍ବନ୍ଧରେ ଆପଣଙ୍କୁ ସନ୍ତୋଷ ଅନୁଭବ ହେବ। ଗୃହସ୍ଥ ଜୀବନ ଆନନ୍ଦ ପୂର୍ବକ ବିତିବ। ଧନ, ମାନ, ସମ୍ମାନ ମିଳିବ। କୁମ୍ଭ : ଆପଣଙ୍କ ଦିନ ମିଶ୍ରତ ଫଳଦାୟୀ ହେବ। ଆପଣଙ୍କ ସ୍ଵାସ୍ଥ୍ୟ ମଧ୍ୟମ ଧରଣର ରହିପାରେ, ଏହି କାରଣରୁ କାର୍ଯ୍ୟ କରିବାପାଇଁ ଉତ୍ସାହ କମ ହେବ। ଅଧିକାରୀମାନଙ୍କଠାରୁ ସମ୍ଭାଳି କରି ଚାଲିବା ହିତକର। ଆମୋଦ-ପ୍ରମୋଦ, ବୁଲିବା ପଛରେ ଧନ ବ୍ୟୟ ହୋଇପାରେ। ମୀନ : ଆପଣଙ୍କ ଦିନ ମଧ୍ୟମ ଫଳଦାୟୀ ହେବ। ଅଧିକ ପରିଶ୍ରମର କାର୍ଯ୍ୟ ବର୍ତ୍ତମାନ କରନ୍ତୁ ନାହିଁ ଲାଭ ମିଳିବାର ସମ୍ଭାବନା କମ। ଆକସ୍ମିକ ଧନଲାଭର ଯୋଗ ଅଛି। ବ୍ୟାପାରୀବର୍ଗଙ୍କୁ ପୁରୁଣା ପଡ଼ିଥିବା ବାକୀରୁ ଧନ ମିଳିପାରେ। ଅଧିକ ଖର୍ଚ୍ଚ ନ ହେଉ ଏହାର ଧ୍ୟାନ ରଖିବେ।
3.5k views
5 hours ago
Share on other apps
Facebook
WhatsApp
Copy Link
Delete
Embed
I want to report this post because this post is...
Embed Post
Share on other apps
Facebook
WhatsApp
Unfollow
Copy Link
Report
Block
I want to report because