🙏ନୀଳାଦ୍ରିବିଜେ
ରଥଯାତ୍ରାର ଅନ୍ତିମ ପର୍ବ ‘ନୀଳଦ୍ରିବିଜେ’ ! ରଥାରୁଢ ଶ୍ରୀଜିଉ ଆଜି ଫେରିବେ ନୀଳକନ୍ଦରକୁ। ‘ନୀଳାଦ୍ରିବିଜେ’ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ଅନ୍ତିମ ପର୍ବ। 'ନୀଳାଦ୍ରିବିଜେ’ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ଅନ୍ତିମ ପର୍ବ । ଏହି ପର୍ବ ମଧ୍ୟ ଅତ୍ୟନ୍ତ ଆନନ୍ଦଦାୟକ । କାରଣ ଏହି ଦିନ ଠାକୁରମାନେ ସେମାନଙ୍କର ରତ୍ନସିଂହାସନକୁ ବାହୁଡ଼ିଥାଆନ୍ତି ।  ଏହାର ଗୁରୁତ୍ୱ ହେଉଛି, ସାରା ବର୍ଷରେ ମାତ୍ର ଗୋଟିଏ ଥର, ଠାକୁରମାନେ ଶ୍ରୀମନ୍ଦିରର ରତ୍ନସିଂହାସନ ଛାଡ଼ିଥାଆନ୍ତି । ସେଇଟି ହେଉଛି ସ୍ନାନପୂର୍ଣ୍ଣିମା । ସେଦିନ ରତ୍ନସିଂହାସନ ଛାଡ଼ି ସ୍ନାନବେଦିକୁ ଯିବା ପରେ, ସେମାନେ ଦୀର୍ଘ ପ୍ରାୟ ଏକ ମାସ ରତ୍ନସିଂହାସନକୁ ଫେରି ନଥାନ୍ତି । ସ୍ନାନ ବେଦିରୁ ସେମାନେ ଅଣସରବେଦିକୁ ଯାଆନ୍ତି ଏବଂ ସେଠି ପ୍ରଥମେ ଅସୁସ୍ଥ ଓ ପରେ ସୁସ୍ଥ ହେବା ପରେ, ନବଯୌବନରେ ଦର୍ଶନ ଦେଇ, ରଥରେ ଚଢ଼ି ଗୁଣ୍ଡିଚା ମନ୍ଦିରକୁ ଚାଲି ଯାଇଥାଆନ୍ତି । ବାହୁଡ଼ାଯାତ୍ରାରେ ଫେରିବା ପରେ, ରଥରେ ସୁନାବେଶ ଓ ଅଧରପଣା ନୀତି ହୁଏ । ଅଧରପଣା ନୀତି ପରେ ଯାଇ ସେମାନେ ଶ୍ରୀମନ୍ଦିରକୁ ଫେରନ୍ତି । ତେଣୁ ଜ୍ୟେଷ୍ଠ ପୂର୍ଣ୍ଣମୀରୁ ଆଷାଢ଼ ଶୁକ୍ଳ ତ୍ରୟୋଦଶୀ, ଦୀର୍ଘ ପ୍ରାୟ ଏକ ମାସ ବ୍ୟବଧାନରେ ସେମାନେ ରତ୍ନସିଂହାସନକୁ ଫେରନ୍ତି । ଏହା ହେଉଛି ‘ନୀଳାଦ୍ରି ବିଜେ’ । ଇତିହାସର ତଥ୍ୟ ଅନୁସାରେ, ଯେତେବେଳେ ଶ୍ରୀମନ୍ଦିର ଉପରେ ବାରମ୍ବାର ଆକ୍ରମଣ ହେଉଥିଲା, ସେତେବେଳେ ସେବକମାନେ ଠାକୁରମାନଙ୍କୁ ବାରମ୍ବାର ଶ୍ରୀମନ୍ଦିରରୁ ଅନ୍ୟ ସୁରକ୍ଷିତ ସ୍ଥାନକୁ ନେଇ ଯାଉଥିଲେ । ଆକ୍ରମଣର ଆଶଙ୍କା ଟଳିବା ପରେ ସେମାନଙ୍କୁ ପୁଣି ଶ୍ରୀମନ୍ଦିରକୁ ବାହୁଡ଼ାଇ ଆଣୁଥିଲେ । ତାହା ମଧ୍ୟ ଥିଲା ‘ନୀଳାଦ୍ରିବିଜେ’ । ବିଶିଷ୍ଟ ଔପନ୍ୟାସିକ ସୁରେନ୍ଦ୍ର ମହାନ୍ତି ‘ନୀଳଶୈଳ’ ଓ ‘ନୀଳାଦ୍ରି ବିଜୟ’ ନାମରେ ଦୁଇଟି ସୁନ୍ଦର, ଐତିହାସିକ ଉପନ୍ୟାସ ସେହି ଘଟଣାକୁ ନେଇ ଲେଖିଛନ୍ତି । ‘ଅଦ୍ରି’ର ଅର୍ଥ ‘ପର୍ବତ’ । ‘ନୀଳ’ ସହିତ ଏହା ମିଶି ‘ନୀଳାଦ୍ରି’ ହୋଇଛି । ଏଣୁ ‘ନୀଳାଦ୍ରି’ର ଅର୍ଥ ‘ନୀଳପର୍ବତ’ । ଏହା ମଧ୍ୟ ‘ନୀଳଶୈଳ’ । ଏହା କାହିଁକି ‘ନୀଳଶୈଳ’ ତାହାର ସ୍ୱତନ୍ତ୍ର ତତ୍ତ୍ୱ ଅଛି । ତତ୍ତ୍ୱ ଅନୁସାରେ, ସେହି ନୀଳଶୈଳ ଉପରେ ଶ୍ରୀମନ୍ଦିର ନିର୍ମିତ । ତାହାରି ଗର୍ଭଗୃହ ବା କନ୍ଦରରେ ଥିବା ରତ୍ନବେଦିରେ ଠାକୁରମାନେ ବିରାଜମାନ ଥାଆନ୍ତି । ଏଣୁ ଏହା ସେମାନଙ୍କର ଅତି ପ୍ରିୟ । ସେଇଥିପାଇଁ ‘ସ୍କନ୍ଦ ପୁରାଣ’ରେ ପ୍ରଭୁ ନିଜେ କହିଛନ୍ତି- ଏହି ‘ପ୍ରାସାଦ’ (ମନ୍ଦିର) ଭଗ୍ନ ହେଲେ ମଧ୍ୟ ସେ ଏଠାରେ ବିରାଜମାନ ରହିବେ । ସେଇଥିପାଇଁ ସେହି ପ୍ରିୟ ସ୍ଥାନକୁ ତାଙ୍କର ପ୍ରତ୍ୟାବର୍ତ୍ତନ ଏତେ ଆନନ୍ଦଦାୟକ । #🙏ନୀଳାଦ୍ରିବିଜେ
#

🙏ନୀଳାଦ୍ରିବିଜେ

🙏ନୀଳାଦ୍ରିବିଜେ - ରଥ କଥା ବାହା ଗଇଷ୍ଠାଳ ଫିଟିଲା : କଳାଠାକୁର ଉଦ୍ଧୃସିଂହାସନ ଗଲେ - ShareChat
24.8k ଜଣ ଦେଖିଛନ୍ତି
1 ମାସ ପୂର୍ବରୁ
ଅନ୍ୟ ଏପ୍ ରେ ଶେୟର କରନ୍ତୁ
Facebook
WhatsApp
ଲିଙ୍କ କପି କରନ୍ତୁ
ଡିଲିଟ କରନ୍ତୁ
Embed
ଏହି ପୋଷ୍ଟକୁ ମୁଁ ରିପୋର୍ଟ କରିବାକୁ ଚାହେଁ, କାରଣ..
Embed Post