🙏ଜୟ ମା' ସରସ୍ଵତୀ📔
3K Posts • 2M views
PRAMOD★«SAHOO»
790 views 29 days ago
#🙏ଜୟ ମା' ସରସ୍ଵତୀ📔 #🌹🌹good morning 🌹🌹 #💐ଶୁଭେଚ୍ଛା #ନମୋ ଭଗବତେ ବାସୁଦେବାୟ #🌹🌹🙏 କାକଟପୁର ଜୟ ମା ମଙ୍ଗଳା 🙏🌹🌹 ମା ସନ୍ତୋଷୀ 🙏* ଆଜି ପରା ଶୁକ୍ରବାର ମୋ ମା ର ବାର ସକାଳୁ ସକାଳୁ ମା'ର ପୂଜା ମୋହର ଶାନ୍ତି ପ୍ରଦାୟିନୀ ଯୋଗମାୟା ମା ମୋହରି ଦୁଃଖର ସାଗର ରେ ମା ମୋର କରୁଣା ଵାରି ପଥର ଥିଲେ ରାସ୍ତା ରେ ମା ଫୁଲ ଵିଛାଏ କଣ୍ଟାର ଆଘାତ କୁ ମା ସୋଲ ରେ ନିଏ ଉଦାସ ମନରେ ଦିଏ ଅଫୁରନ୍ତ ଆନନ୍ଦ ଭରି ଥରେ ନେଇଗଲେ ମନରେ ନାମ ତାହାରି ଜୟଜୟ ମାତା ସନ୍ତୋଷୀ ଜୟ ସନ୍ତୋଷ ମାତା ତୋ ଦୟା ବିନା କା ଭାଗ୍ୟେ ନାହିଁ ଶାନ୍ତି ଲେଖା ଜୟଜୟ ମାଗୋ ଜନନୀ ଜୟ ସନ୍ତୋଷୀ ମାତା ଦେ ଦେ ମା ଜଗତେ ଭରି ଶାନ୍ତି ର ବାର୍ତ୍ତା... ସୁଖ ଠାରୁ ମା ଦୁଃଖ ଵଳି ପଡଇ ମୋର ... ଦେ ମା ଘୋଡାଇ ଲମ୍ବା ପଣତ ତୋ ଭକ୍ତ ଉପର ଭୟ ରେ କାତର ହୋଇ ମା ତୋତେ ଡାକଇ ସବୁ ବିପଦକୁ ଆଡେଇ ଶାନ୍ତି ଭରିଦେ ମୋତେ କେମିତି କହିବି ମା ଲୋ ମୁଁ ତୋର ମହିମା ଆଜି ଯାଏଁ ଯାହା ମିଳିଛି ସବୁ ପରା ତୋର କରୁଣା ଜୀବନର ନାଆ ଚାଲିଛି ଏ ସଂସାର ର ଅଥଳ ସାଗରେ ଉଦ୍ଧାର କରିବୁ ମା ଲୋ ତୋ ଭକ୍ତ ହାତ ତା ପାତେ ଅତି ନିରିମାଖି ମା ଲୋ ମୋତେ ତୋ କରୁଣା ଲୋଡା ଦେ ଦେ ମା କରୁଣା ଅଶାନ୍ତି ମୋର ଏ ମନ ପରା ଆଜି ଶୁକ୍ରବାର ମା ଲୋ ତୋର ବାର ପୂଜା ଅଟଇ.. ଆଣିଛି ନାଲି ମନ୍ଦାର ତୋ ପୂଜା ପାଇଁ.. ଚଣା ଗୁଡ଼ କଦଳୀ ,ଧୂପ ,ଦୀପ ,ଝୁଣା ରେ ମା ତୁ ସନ୍ତୁଷ୍ଟ ହେବୁ ଯେତେ ଅଶାନ୍ତ ଗ୍ରହ ସବୁ କୁ ମୋ ଜୀବନେ ହଟାଇ ଦେବୁ ହାତ ଯୋଡି ବିନୟେ ମା କରେ ତୋତେ କୋଟି ପ୍ରଣତି ରଖିବୁ ମା ଲୋ ତୋ ଭକ୍ତ ର ମାନ ତୋତେ ଏତିକି ମିନତି 🙏
12 likes
16 shares