🔥ଝାମୁ ଯାତ୍ରା
କଳା ରୁଦ୍ରମଣୀ କି ଭଜ ହେ............. ତପ୍ତ ତାପ ଝାଞ୍ଜି ଖରା ହାରିଯାଏ ତେର ଭକ୍ତ ତେର ଦିନ ଆହାର ବିହାର ସଂଯମତା ସହ କଠୋର ଅନୁଶାସନ ।୧। ମାତା ପାର୍ବତୀଙ୍କ ଧରାବ ତରଣ କାଳୀ କରାଳୀ ରୂପରେ ଭକତ ଗୁହାରୀ ଦୁଃଖ ଯାତନା କୁ ଘୁଞ୍ଚାଇ ଦିଅନ୍ତି ଦୁରେ ।୨ । ଅସାଧ୍ୟ କୁ ସାଧ୍ୟ ଦୁରାରୋଗ୍ୟ ବ୍ୟାଧି ଭକ୍ତ ଜନଙ୍କୁ ସନ୍ତୋଷ ପ୍ରଭୁ ସଦାଶିବ ହୁଅନ୍ତି ପ୍ରସନ୍ନ ଦିଅନ୍ତି ଶୁଭ ଆଶିଷ ।୩ । ମାଆ ଙ୍କ ଆଲମ ବାବାଙ୍କର ଧଣ୍ଡା ଧରି ହୋଇ ସଜବାଜ ଘଣ୍ଟ ଘଣ୍ଟା ଢୋଲ ନିଶାଣ ମହୁରୀ କଳା ରୁଦ୍ରମଣି ଭଜ ।୪ । ମଧ୍ୟାହ୍ନ ସମୟେ ଧୂଳି ଦଣ୍ଡ କରି ଶେଷରେ ବଳୁଙ୍କା ପୂଜା ସନ୍ଧ୍ୟାରେ ଆଳତୀ ପୂଜା ସାରି ରାତ୍ରେ ଦଣ୍ଡନୃତ୍ୟ ପାଇଁ ସଜା ।୫ । ତେର ଭକ୍ତ ଙ୍କ ର ଗୁଣ ବଖାଣିବେ ଦଣ୍ଡ ଦଣ୍ଡୁଆଣୀ ଆସି ହାଡି ହାଡିଆଣୀ ପ୍ରବେଶ ହୋଇଣ ମନ କରିଦେବେ ଖୁସି ।୬ । ଶିବ ପାର୍ବତୀ ଙ୍କ ପରେ ବ୍ରହ୍ମଚାରୀ ନାବକେଳି ନବରସ ରାଧାକୃଷ୍ଣ ସହ ଗୋପୀ ଗୋପ।ଙ୍ଗ ନା ଅଜା ନାତି ଙ୍କ ରହସ୍ୟ ।୭ । ଯୋଗୀ ଯୋଗିଆଣୀ କେଳା କେଳୁଣୀ କୁ ଶବରୁଣୀ କି ଶବର ସଉରା ସଉରାଣୀ ଚଡେୟା ଚଢ଼େୟାଣୀ ବାଇ ଧନ ବୀଣା କାର ।୮ । ତେର ଭକ୍ତଙ୍କର ତେର ଅଭିନୟ କରିଥାନ୍ତି ପ୍ରଦର୍ଶନ ତେର ଦିନପରେ ମେରୁ ଯାତ୍ରା ହୋଇ ବ୍ରତ ହୁଏ ସମାପନ ।୯ । ଜୟ ମା ମଙ୍ଗଳା ଜୟ ରୁଦ୍ର କାଳୀ ଜୟ ମା କାମନା କାଳୀ ଜୟ ମା କାଳୀକା ଦକ୍ଷିଣ କାଳୀ ମା ରଖୁଥା ଭକ୍ତ ଙ୍କ ଅଳୀ ।୧୦ । ଘୋର କଳି କାଳ ବଢ଼େ ପାପ ଭାର ରକ୍ଷା କର ଶିବ ଶକ୍ତି ପ୍ରଦ୍ୟୁ୍ତ ଅଧମ କରଯୋଡି ଡାକେ ସଙ୍କଟ ରୁ କର ମୁକ୍ତି ।୧୧ । ପ୍ରଦ୍ୟୁ୍ତ କୁମାର ମହାକୁଢ଼, କଣ୍ଟା ପାଳ
#

🔥ଝାମୁ ଯାତ୍ରା

🔥ଝାମୁ ଯାତ୍ରା - ShareChat
22.3k ଜଣ ଦେଖିଛନ୍ତି
4 ମାସ ପୂର୍ବରୁ
ଅନ୍ୟ ଏପ୍ ରେ ଶେୟର କରନ୍ତୁ
Facebook
WhatsApp
ଲିଙ୍କ କପି କରନ୍ତୁ
ଡିଲିଟ କରନ୍ତୁ
Embed
ଏହି ପୋଷ୍ଟକୁ ମୁଁ ରିପୋର୍ଟ କରିବାକୁ ଚାହେଁ, କାରଣ..
Embed Post