💑ରୋମାଣ୍ଟିକ ବର୍ଷା କବିତା
sudipta #💑ରୋମାଣ୍ଟିକ ବର୍ଷା କବିତା
#💑ରୋମାଣ୍ଟିକ ବର୍ଷା କବିତା
#💑ରୋମାଣ୍ଟିକ ବର୍ଷା କବିତା
#💑ରୋମାଣ୍ଟିକ ବର୍ଷା କବିତା
#💑ରୋମାଣ୍ଟିକ ବର୍ଷା କବିତା
#💑ରୋମାଣ୍ଟିକ ବର୍ଷା କବିତା
kagaja danga #💑ରୋମାଣ୍ଟିକ ବର୍ଷା କବିତା
( ସୁନ୍ଦର ଧରିତ୍ରୀ ) କି ସୁନ୍ଦର ଆହା ଦିଶୁଛି ଧରଣୀ ବରଷାର ଆଗମନେ ସବୁଜିମା ରାଜି ଗାଉଅଛି ଗୀତ ନାନା ଫୁଲ ଉପବନେ ।। ନୀଳ ଆକାଶର ନିଳିମା କୋଳରେ ବାଦଲ ଖେଳୁଛି ଦୋଳି ଘୋର ଅନ୍ଧକାରେ ଦିଶୁଥାଇ ଧରା ସୌଦାମିନୀ ଯାଏ ଜଳି ।। ମେଘ ଡମ୍ବରୁର ଶବବ୍ଦ ଶୁଭୁଛି କମ୍ପଇ ଅବନୀ ରାଣୀ ଶୀତଳ ସମୀର ଦେଉଛି ପରଶ ମନ ନେଉଅଛି କିଣି ।। ନଦୀ ପୂର୍ଣ୍ଣଗଭା ଅମାନିଆ ଧାରେ ବହୁଛି ଅଳସୀ ହୋଇ ସାଗରେ କରିବ ସଂଗମ ବିହାର ରହିଛି ତା ପଥ ଚାହିଁ ।। କୁଳୁ କୁଳୁ ହୋଇ ଝରଣା ବହୁଛି ଭାଷା ରେ ଭରିଛି ଶୋଷ ଅତି ମଧୁର ତା ସିକ୍ତ ଜଳବିନ୍ଦୁ ସତେ ସରଗ ପୀୟୁଷ ।। ପାହଡ ସାଜିଛି ପ୍ରକୃତି ବାଟୋଇ ଶ୍ୟାମଳ ତୋରଣ ମେଲି ଶିଖି ନାଚ ଦେଖ କେତେ ମନୋହର ଟାହିଆ ଦେଇଛି ମେଲି ।। କେଉଁ ବିଧାତାର ହାତ ଗଢାଏହି ବସୁଧା ଲାଗେ କଣ୍ଢେଇ ନାନା ବିହଙ୍ଗର ଧାବମାନ ମେଳି ବିହର ନ୍ତି ଗୀତ ଗାଇ ।। କେବେ ଆଙ୍କିଦିଏ ଇନ୍ଦ୍ରଧନୁ ଛବି ଗଗନ ବୁକୁର ଧାରେ ସାତ ରଙ୍ଗି ସେହି ପୀରତିର ରଙ୍ଗ ଲାଗଇ ନଭ ଓଠରେ ।। ଏହି ସେହି ବର୍ଷା ଭିଜାଏ ଧରଣୀ କେତେ ଖୁସି ଦିଏ ବାଣ୍ଟି କୀଟ ତରୁ ଲତା ଜନ ଜୀବନର ଶୋଷକୁ ଦିଅଇ ମେଣ୍ଟି ।। କୃଷକର ଲାଗି ବରଷାର ବାରି ବିଧାତାର ବରଦାନ ନାନା ଶସ୍ଯ କ୍ଷେତ ହସାଏ ଧରାରେ ଏହି ତା ସେବା ମହାନ ।। ବେଙ୍ଗୁଲି ନାନୀର ହୁଏ ବାହାଘର ସାରୁଗଛ ବେଦୀ ଠାରେ ପିଲାବେଳ ସେହି କାଗଜ ଡଙ୍ଗା ମୋ ଭାସଇ ଗାଆଁ ଦାଣ୍ଡରେ ।। ବରଷା ଅଟଇ ମାନବର ଲାଗି ବିହୀର ଅମୃତ ଦାନ ନମସ୍ତେ ନମସ୍ତେ ସୁନ୍ଦର ଧରିତ୍ରୀ ସକଳ ତୀର୍ଥ ତୋ ଚରଣ ।। #💑ରୋମାଣ୍ଟିକ ବର୍ଷା କବିତା
#💑ରୋମାଣ୍ଟିକ ବର୍ଷା କବିତା