ବେଷ୍ଟ କବିତା ଚ୍ୟାଲେଞ୍ଜ

ବେଷ୍ଟ କବିତା ଚ୍ୟାଲେଞ୍ଜ

Best Poem Challenge
#

ବେଷ୍ଟ କବିତା ଚ୍ୟାଲେଞ୍ଜ

273 ଜଣ ଦେଖିଛନ୍ତି
4 ମାସ ପୂର୍ବରୁ
ବନ୍ଦେ ଉତ୍କଳଜନନୀ, ଚାରୁ-ହାସମୟୀ ଚାରୁ-ଭାଷମୟୀ, ଜନନୀ, ଜନନୀ, ଜନନୀ॥ ପୂତ-ପୟୋଧି-ବିଧୌତ ଶରୀରା, ତାଳ-ତମାଳ ସୁଶୋଭିତ ତୀରା, ଶୁଭ୍ର-ତଟିନୀ-କୂଳ ଶୀକର-ସମୀରା, ଜନନୀ, ଜନନୀ, ଜନନୀ॥ ଘନ-ଘନ-ବନଭୂମି ରାଜିତ ଅଙ୍ଗେ, ନୀଳ-ଭୂଧର-ମାଳା ସାଜି ତରଙ୍ଗେ, କଳକଳ-ମୁଖରିତ ଚାରୁ-ବିହଙ୍ଗେ, ଜନନୀ, ଜନନୀ, ଜନନୀ॥ ସୁନ୍ଦରଶାଳୀ ସୁଶୋଭିତ କ୍ଷେତ୍ରା, ଜ୍ଞାନ-ବିଜ୍ଞାନ ପ୍ରଦର୍ଶିତ ନେତ୍ରା, ଯୋଗୀ ଋଷିଗଣ ଊଟଜ ପବିତ୍ରା, ଜନନୀ, ଜନନୀ, ଜନନୀ॥ ସୁନ୍ଦର ମନ୍ଦିର ମଣ୍ଡିତ ଦେଶା, ଚାରୁକଳାବଳୀ ଶୋଭିତ ବେଶା, ପୁଣ୍ୟ ତୀର୍ଥଚୟ ପୂର୍ଣ୍ଣ ପ୍ରଦେଶା ଜନନୀ, ଜନନୀ, ଜନନୀ॥ ଉତ୍କଳ-ସୁରବର-ଦର୍ପିତ-ଗେହେ, ଅରିକୁଳ-ଶୋଣିତ-ଚର୍ଚ୍ଚିତ ଦେହେ, ବିଶ୍ବଭୁମଣ୍ଡଳ-କୃତବରସ୍ନେହେ, ଜନନୀ, ଜନନୀ, ଜନନୀ॥ କବିକୁଳ ମୌଳି-ସୁନନ୍ଦନ-ବନ୍ଦ୍ୟେ, ଭୁବନ-ବିଘୋଷିତ-କୀର୍ତ୍ତିଅନିନ୍ଦ୍ୟେ, ଧନ୍ୟେ, ପୁଣ୍ୟେ, ଚିରଶରଣ୍ୟେ, ଜନନୀ, ଜନନୀ, ଜନନୀ॥ ସମସ୍ତ ଓଡ଼ିଆ ଙ୍କୁ ଉତ୍କଳ ଦିବସ/ ଓଡିଶା ର ଜନ୍ମ ଦିନ ର ହାର୍ଦ୍ଧିକ ଅଭିନନ୍ଦନ ଓ ଶୁଭେଚ୍ଛା I ଏହି ଦିନ ଟି ସମଗ୍ର ଓଡ଼ିଆ ଜାତି ପାଇଁ ଏକ ଗର୍ବ ଓ ଗୌରବ ର ଦିନ I ଯେଉଁ ମାନଙ୍କ ଆନ୍ତରିକ ପ୍ରଚେଷ୍ଟା ଓ ନିଷ୍ଠା ଆଜିର ଦିନ କୁ ଆଣିଥିଲା , ସେମାନଙ୍କୁ ସମସ୍ତ ଓଡ଼ିଆ ଙ୍କ ତରଫରୁ କୋଟି କୋଟି ପ୍ରଣାମ I ଚାଲନ୍ତୁ ଆଜି ଆମେ ସମସ୍ତେ ଶପଥ ନେବା ଓଡିଶା ଏବଂ ଓଡ଼ିଆ ଭାଷା ର ଉର୍ଣ୍ଣତି ପାଇଁ ନିଜ ନିଜ ସ୍ତର ରେ ଉଦ୍ୟମ କରିବା I ଏହି ଐତିହାସିକ ଦିନ ରେ ଗୋଟିଏ ଅନୁରୋଧ , ଓଡ଼ିଆ ଭାଷା ର ପର୍ଯ୍ୟାପ୍ତ ବ୍ୟବହାର କରନ୍ତୁ , ଓଡ଼ିଆ ରେ ଲେଖନ୍ତୁ , ଓଡ଼ିଆ ରେ ପଢନ୍ତୁ I ଓଡିଶା ପ୍ରତି ଅନ୍ୟ ମାନଙ୍କ ମନରେ ଥିବା ଭ୍ରାନ୍ତ ଧାରଣା ଦୂର କରି ଓଡିଶା ର ସ୍ଵଛ ଛବି ଅନ୍ୟ ମାନଙ୍କ ଆଗରେ ରଖନ୍ତୁ I ଓଡିଶା ର ଉତ୍କର୍ଷତା କୁ ନିଜ ନିଜ ସ୍ତରରେ ପ୍ରତିପାଦନ କରନ୍ତୁ I ଆଉ ଓଡ଼ିଆ ବୋଲି ଗର୍ବ ଅନୁଭବ ସହ ଭାବପ୍ରବଣତା ଏବଂ ଭଲ ପାଇବା ସୃଷ୍ଟି କରନ୍ତୁ I ଉତ୍କଳ ଦିବସ ବନ୍ଦେ ଉତ୍କଳ ଜନନୀ I🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼
#

ବେଷ୍ଟ କବିତା ଚ୍ୟାଲେଞ୍ଜ

ବେଷ୍ଟ କବିତା ଚ୍ୟାଲେଞ୍ଜ - | ଓଡ଼ିଆ ମାନଙ୍କର ଗର୍ବ । ଗୌରବର ଦିବସ ଉତ୍କଳ ଦିବସ ଉପଲକ୍ଷେ ସମସ୍ମଙ୍କୁ । ଆନ୍ତରିକ ଶୁଭେଛା । ଆସନ୍ତ , ଗର୍ବର ସହ କହିବା ମୁଁ ଓଡ଼ିଆ । ବନ୍ଦେ ଉତ୍କଳ ଜନନୀ - ShareChat
3.2k ଜଣ ଦେଖିଛନ୍ତି
4 ମାସ ପୂର୍ବରୁ
#

ବେଷ୍ଟ କବିତା ଚ୍ୟାଲେଞ୍ଜ

ଉତ୍କଳ ଦିବସ....ମୁଁ ପରା ଓଡିଆ ମୋ ଭାଷା ଓଡିଆ ଓଡିଶା ରାଇଜେ ଘର, ଜନମ ମାଟି ମୋ ମଥାର ଚନ୍ଦନ ନାହିଁ ମୋ ଆପଣାପର॥୧॥ସୁନୀଳ ସାଗର ସୁଉଚ୍ଚ ଭୂଧର ସବୁଜ ସୁନ୍ଦର ବଣ, ବୀଜନ ବେଳାରେ ବିରହୀମନର କପୋତୀ କରୁଣ ସ୍ବନ॥୨॥ ମମତାର ମଧୂ ମହାନଦୀ ବିନ୍ଦୁ ଚିଲିକାର ଖୋଲା ବେଣୀ, ମୋ ମାଆ ପରା ସେ ରାଇଜ ଭିତରେ ସୁନ୍ଦରୀ ମଉଡମଣୀ॥୩॥ ଧଉଳି ଲେଖିଛି ଇତିହାସ ଯା'ର ବୀର ପ୍ରସବିନୀ ମାଆ, ଦୁଃଖ ଦୁର୍ବିପାକ ରୋଗ ଶୋଷ ଭୋକ ବେଳାରେ କାଳିଆ ସାହା॥୪॥ କୋଣାର୍କ ଯାହାର ରୂପ ଅଳଙ୍କାର ଖଣ୍ତଗିରି ଯା ଧରମ, ବିରଜା ମଙ୍ଗଳା ଶାରଳା ହିଙ୍ଗୁଳା ବଇଷ୍ମମୀ ସେ ପରମ॥୫॥ ଆଜି ଏ ଦିବସେ କବି କାଇଁଚର କଲମ ମୁକୁଳା ହେଲା, ଜମନ ମାଟିର ଜମନ ଦିନରେ ଶୁଭାଶୁଭ ମନାଷିଲା॥୬॥କବି କାଇଁକ॥
3.3k ଜଣ ଦେଖିଛନ୍ତି
4 ମାସ ପୂର୍ବରୁ
#

ବେଷ୍ଟ କବିତା ଚ୍ୟାଲେଞ୍ଜ

849 ଜଣ ଦେଖିଛନ୍ତି
4 ମାସ ପୂର୍ବରୁ
#

ବେଷ୍ଟ କବିତା ଚ୍ୟାଲେଞ୍ଜ

🏆ସମ୍ପର୍କ ହୃଦୟ ର(19k+)🥇✔️
#ବେଷ୍ଟ କବିତା ଚ୍ୟାଲେଞ୍ଜ
🙏 *ଓଡ଼ିଶା ମୋହର ଜନମ ମାଟି* *ଓଡ଼ିଶା ମୋହର ମାଆ,* *ଭାଷା ଟି ଯାହାର ମଧୁ ଠୁ ମିଠା* *ଓଡ଼ିଆ ତାହାରି ନାଁ*🙏 🙏 *ସକାଳ ଆରମ୍ଭ ହୁଅଇ ଯୋଉଠି* *ଶୁଣି କି ବୋଉ ର ଡାକ,* *ଭାରି ମିଠା ଲାଗେ ବଡ଼ି ଚୁରା ସାଙ୍ଗେ* *ଶାଗ ଆଉ ପଖାଳ ଭାତ*🙏 🙏 *ଓଡ଼ିଆ ମୁହି ରେ ନାହିଁ ମୋ ଭିତରେ* *ହିଂସା ଦ୍ୱେଷ ରାଗ ରୁଷା* *ଯେତେ ଭାଷା ଅଛି ସାରା ଭାରତରେ* *ସବୁଠୁ ମିଠା ମୋ ଭାଷା*🙏 🙏 *ଯେତେ ଦୁଃଖ ଆସୁ ଡରୁ ନାହିଁ ଆମେ* *କାଳିଆ ଆମରି ସାହା,* *ବାରସ ବଢେଇ ମହିମା ଗାଉଚି* *କୋଣାରକ ଅଛି ଠିଆ*🙏 🙏 *ମନ୍ଦିର ରେ ଭରା ଏଇ ମୋ ରାଇଜ* *ହୁଏ କେତେ ଯାନି ଯାତରା,* *ମିଳି ମିଶି ସବୁ ମଉଜ କରୁ* *ଭୁଲି ଯାଉ ପର ଆପଣା*🙏 🎆 *ମୁଁ ବି କହୁଚି* *ତୁମେ ବି କୁହ*🎆 🙏_*ଓଡ଼ିଆ ମୁଁ ଭାଇ ଓଡ଼ିଆ*_🙏 🎆 *ଜଗତେ ଯାହାର ତୁଳନା ନାହିଁ* *ଭାଷା ତାର ଭାରି ବଢିଆ*🎆 🙏 *ଶୁଭାଶିଷ ଦାସ*🙏
ଆହୁରି ଦେଖନ୍ତୁ
1.4k ଜଣ ଦେଖିଛନ୍ତି
4 ମାସ ପୂର୍ବରୁ
ବନ୍ଧୁମାନେ ଉତ୍କଳ ଦିବସ ଆଉ ମାତ୍ର ଏକ ଦିନ ରହିଲା!!! ସେଥିପାଇଁ ଆପଣ ସମସ୍ତଙ୍କୁ ଅଗ୍ରିମ ଶୁଭେଚ୍ଛା ଏବଂ ଶୁଭକାମନା| ଉତ୍କଳ ଦିବସ ଉପଲକ୍ଷେ ଶେୟରଚେଟ୍ ଏକ କବିତା ପ୍ରତିଯୋଗିତାର ଆୟୋଜନ କରୁଛି, ଯେଉଁଥିରେ ଆପଣମାନେ ଶେୟର କରିପାରିବେ ନିଜ ସ୍ଵଲିଖିତ କବିତା|ପ୍ରଥମତଃ ଓଡ଼ିଆ କବିତା ଟେଗରେ ସୁନ୍ଦର ସୁନ୍ଦର କବିତା ପୋଷ୍ଟ କରିଥିବା ପ୍ରୋଫାଇଲମାନଙ୍କୁ ଆମ ତରଫରୁ ଅନେକ ଅନେକ ଧନ୍ୟବାଦ| ଆପଣମାନେ ମଧ୍ୟ ଆଉ ବିଳମ୍ବ ନକରି ନିଜ ଟେଲେଣ୍ଟ ଶେୟର କରନ୍ତୁ ନିଜ ବନ୍ଧୁମାନଙ୍କ ସହିତ "ବେଷ୍ଟ କବିତା ଚ୍ୟାଲେଞ୍ଜ" ଟେଗରେ, ଯାହାକି ଉପଲବ୍ଧ ଅଛି 'ଓଡ଼ିଆ ସାହିତ୍ୟ ଏବଂ ସଂସ୍କୃତି' କେଟେଗରୀ ରେ|
#

ବେଷ୍ଟ କବିତା ଚ୍ୟାଲେଞ୍ଜ

ବେଷ୍ଟ କବିତା ଚ୍ୟାଲେଞ୍ଜ - ShareChat
116.8k ଜଣ ଦେଖିଛନ୍ତି
4 ମାସ ପୂର୍ବରୁ
ଅନ୍ୟ ଏପ୍ ରେ ଶେୟର କରନ୍ତୁ
Facebook
WhatsApp
ଲିଙ୍କ କପି କରନ୍ତୁ
ଡିଲିଟ କରନ୍ତୁ
Embed
ଏହି ପୋଷ୍ଟକୁ ମୁଁ ରିପୋର୍ଟ କରିବାକୁ ଚାହେଁ, କାରଣ..
Embed Post