👥ବିଧାନସଭା 2019
#

👥ବିଧାନସଭା 2019

594 ଜଣ ଦେଖିଛନ୍ତି
2 ମାସ ପୂର୍ବରୁ
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସିଗାରେଟ୍‌ ପିଅନ୍ତି। ତାହା ପୁଣି ଦାମିକିଆ ଡନ୍‌ହିଲ୍‌ ବ୍ରାଣ୍ଡର। କଥାଟି ପ୍ରଥମ ଥର ପାଇଁ ଶୁଣିବାକୁ ମିଳିଥିଲା ‘ନବୀନ ପଟ୍ଟନାୟକ’ ପୁସ୍ତକ ଉନ୍ମୋଚନ ସମୟରେ। ସାମ୍ବାଦିକ ରୁବେନ୍‌ ବାନାର୍ଜିଙ୍କ ଲିଖିତ ଏହି ପୁସ୍ତକରେ ନବୀନଙ୍କ ଜୀବନର ଏମିତି ସବୁ ଗୁରୁତ୍ୱପୂର୍ଣ୍ଣ କଥା ରହିଥିଲା ଯାହା ଓଡ଼ିଆ ଲୋକଙ୍କ ପାଇଁ ଥିଲା ସମ୍ପୂର୍ଣ୍ଣ ନୂଆ। ନବୀନ ଏମିତି କରନ୍ତି, ନବୀନ ସେମିତି କରନ୍ତି ବୋଲି ଚର୍ଚ୍ଚା ହେଉଥିବା ଓଡିଶାକୁ ଏଥର କିନ୍ତୁ ପ୍ରମାଣ ମିଳିଯାଇଛି। ନବୀନ ଯେ ସତରେ ଫେମସ୍‌ ଗ୍ରାଉଜ୍‌ ହ୍ୱିସ୍କି ଆଉ ଡନ୍‌ହିଲ୍‌ ସିଗାରେଟ୍‌ ପିଅନ୍ତି ତାହା ଧୀରେ ଧୀରେ ସତ ପ୍ରମାଣିତ ହେଉଛି। ନିର୍ବାଚନ ସମୟରେ ଏ କଥାଟି କହିବାର ପ୍ରାସଙ୍ଗିକତା କ’ଣ ବୋଲି ଆପଣ ଭାବୁଥିବେ। ବାସ୍ତବରେ ନବୀନ ମାର୍କା ଏହି ବ୍ରାଣ୍ଡେଡ୍‌ ସିଗାରେଟ୍‌ ମୁଖ୍ୟମନ୍ତ୍ରୀ ସେବନ କରୁଥିବାର ଦୃଶ୍ୟ ଏବେ ସାର୍ବଜନୀନ ହୋଇଛି। ଦାମିକିଆ ଏସି ଗାଡ଼ିରେ ବସି ମୁଖ୍ୟମନ୍ତ୍ରୀ ମହୋଦୟ ଅଧରରେ ଏହାକୁ ଜାକି ଧୂମପାନ କରୁଥିବା ଦୃଶ୍ୟକୁ ଦେଖିଛନ୍ତି ଓଡ଼ିଶାବାସୀ। ଏଥର ଆଉ ନବୀନଙ୍କ ସିଗାରେଟ୍‌କୁ ନେଇ ସେମିତି ଚର୍ଚ୍ଚା ହେବନି ବୋଲି ଆଶା। କାରଣ ଯେଉଁମାନେ ନବୀନଙ୍କ ଏହି ବଦଭ୍ୟାସ କଥା ଖାଲି ପବନ କରି କହୁଥିଲେ ସେମାନେ ଏଣିକି ଏହାକୁ ସତ ବୋଲି ପ୍ରମାଣ ପାଇଲେ ଆଉ ଯେଉଁମାନେ ଜାଣି ନ ଥିଲେ ତାଙ୍କୁ ଏହି ଭାଇରାଲ ଭିଡିଓ ସବୁ ଦେଖାଇଦେଲା। ଅବଶ୍ୟ କାହା ବ୍ୟକ୍ତିଗତ ଜୀବନଶୈଳୀକୁ ଟିପ୍ପଣୀ କରିବାର ଅଧିକାର କାହାର ନାହିଁ। କିନ୍ତୁ ସାମାଜିକ ଦୃଷ୍ଟିକୋଣରୁ ମୁଖ୍ୟମନ୍ତ୍ରୀ ଜନତାଙ୍କ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନରେ ରହିଥିବାରୁ ତାଙ୍କ ସିଗାରେଟ୍‌ ସେବନର ଦୃଶ୍ୟ ସାର୍ବଜନୀନ ହୋଇ ନ ଥିଲେ ଭଲ। କାରଣ ଏ କଥା ସମସ୍ତେ ଜାଣନ୍ତି, ସିଗାରେଟ୍‌ ବିକ୍ରି ହେଉଥିବା ଦୋକାନରେ ମଧ୍ୟ ଲେଖାହୁଏ, “ଧୂମପାନ ସ୍ୱାସ୍ଥ୍ୟପ୍ରତି ହାନିକାରକ”, ଏଣୁ ବିଜେଡି ରାଜନୀତି ପାଇଁ ଏହା ହାନିକାରକ ନ ହେବ କିଏ କହିବ |
#

👥ବିଧାନସଭା 2019

👥ବିଧାନସଭା 2019 - ଜନାଦେଶ OR Spec ନବୀନଙ୍କ ହାତ ହି fin - ShareChat
1.8k ଜଣ ଦେଖିଛନ୍ତି
4 ମାସ ପୂର୍ବରୁ
ଅନ୍ୟ ଏପ୍ ରେ ଶେୟର କରନ୍ତୁ
Facebook
WhatsApp
ଲିଙ୍କ କପି କରନ୍ତୁ
ଡିଲିଟ କରନ୍ତୁ
Embed
ଏହି ପୋଷ୍ଟକୁ ମୁଁ ରିପୋର୍ଟ କରିବାକୁ ଚାହେଁ, କାରଣ..
Embed Post