ସ୍ମୃତି ରେ ୨୦୧୮
Please riding🙏🙏… ସେଦିନ ରାତି ପ୍ରାୟ 8:00 ଟା ସମୟ ମୁଁ office ରୁ ଫେରୁଥାଏ ନିଛାଟିଆ ଜଙ୍ଗଲ କେହି କୁଆଡେ ନାହାନ୍ତି । କିଛି ଦୂର ଆସିବା ପରେ ଗୋଟେ ମାର୍କେଟ ପଡ଼ିଲା କେହି କୁଆଡେ ନଥିଲେ ଶୀତ ଦିନ ସବୁ ଦୋକାନ ବନ୍ଦ କରି ଚାଲିଯାଇଛନ୍ତି ।ହେଲେ ଦୂରରୁ ଗୋଟେ ପିଲାଟିଏ ଛିଡା ହୋଇଥିବାର ଦେଖା ଯାଉଥିଲା ଦେହରେ କିଛି ନାହିଁ ଫୁଗୁଂଳା ଦେହ pant ଟିକେ ଚିରି ଯାଇଛି ସେ ସେମିତି ମୁଁହ ପୋତି ଛିଡା ହୋଇଥାଏ ।ମୁଁ ନିକଟରୁ ନିକଟକୁ ଆସିଲି ତା ଆଖିରୁ କିଛି ବୁନ୍ଦା ଲୁହ ଦେଖା ଯାଉଥିଲା ଲାଗୁଥିଲା ଯେପରି ସେ କିଛି କହିବାକୁ ଚାଁହୁଛି ।ହେଲେ ଏତେ ଶୀତ ରାତିରେ ଫୁଙ୍ଗଳା ଦେହରେ ପିଲାଟା କାନ୍ଦୁଛି କଣ ପାଇଁ? ମୁଁ ଆହୁରି ପାଖକୁ ଗଲି ତାକୁ ଦେଖି ଗାଡ଼ି slow କରିବାକୁ ଯିବାବେଳେ ହଟାତ ସେ ପିଲାଟା ମୋ ଗାଡ଼ି ଆଗକୁ ଦୌଡ଼ି ଆସିଲା ଗାଡ଼ିକୁ ଯେତେ control କଲି ସେ ଏତେ ଜୋରରେ ଦୌଡ଼ି ଆସୁଥିଲା ଗାଡି ଆଗରେ ପିଟି ହୋଇଗଲା ।ମୁଁ କିଛି ଭାବି ପାରିଲି ନାହିଁ ଏ ଅଚାନକ କଣ ସବୁ ହେଇଗଲା ମୁଁ କଣ ଭାବୁଥିଲେ ଆଉ ଏ କଣ? ସେ ପିଲାକୁ ଧରି medical ଗଲି doctor ଚିକିତ୍ସା କରିବା ପରେ ହୋସ ଆସିଲା ହୋସ ଆସିବା ମାତ୍ରେ ସେ ଉଠି ପଡି ମୋ ପାଦ ତଳେ ପଡିଗଲା ବହୁତ କାନ୍ଦିଲା କାହିଁକି ବାବୁ ମତେ ବଞ୍ଚେଇଲେ କାହିଁ ମତେ ମେଡିକାଲ ଆଣିଲେ?ମୋ ମୁଁହଁରେ କହିବାକୁ କିଛି ଶବ୍ଦ ନଥାଏ ।ଏତେ ଛୋଟ ପିଲାଟିଏ ଏ କଣ କହୁଛି? ତାକୁ ପଚାରିଲି କଣ ହୋଇଛି ପୁଅ ସେ ସେମିତି ନିରବ ଭୋ ଭୋ କାନ୍ଦୁଥାଏ ଟିକେ ବୁଝେଇଲି ପଚାରିଲି କଣ ହେଇଛି ମତେ କୁହ ମୁଁ ବୁଝିବି ।ସେ ଯାହା କହିଲା ମୋ ପାଖରେ କଇଫଦ୍ ଦେବାକୁ ଶବ୍ଦ ନଥିଲା। ବାବୁ ମୋ ମା ମତେ ବହୁତ ଭଲ ପାଏ ।ମୁଁ2ବର୍ଷର ହୋଇଥିଲି କେଜାଣି ମାର କଣ ହେଲା ସେ ଶୋଇଥିଲା ହେଲେ ଏ ଲୋକ ମାନେ ତାକୁ ନେଇ ପୋଡିଦେଲେ ମୁଁ ଯେତେ ମନା କଲି ମୋ କଥା କେହି ଶୁଣିଲେନି ଟିକେ ।ବାପା ବାହାରେ ରୁହନ୍ତି ସେ ଆଉ ଗୋଟେ ମାଆକୁ ଆଣି ଘରେ ରଖିଲେ ହେଲେ ସେ ମୋ ମା ପରି ନୁହେଁ ବାବୁ ସବୁ ବେଳେ ମତେ ମାରେ ବେଳେ ବେଳେ ରାଗରେ ଖାଇବାକୁ ଦିଏନି ମୁଁ ସେମିତି ଉପବାସ ଶୁଏ ରାତିଯାକ ଭୋକ ବିକଳରେ ଆଉଟୁ ପାଉଟୁ ହୁଅ।ଟିକେ ଟିକେ କଥାରେ ରାଗି ଯାଏ ମତେତ ଆଜି ଯାଏଁ କେବେ ତା ପାଖରେ ବସିବାକୁ ଦେଇନି ।ଘରର ସବୁ କାମ ମୁଁ କରେ ସଫା ସଫି ମଜା ମାଜି ।ବହୁତ ଗାଳି କରେ ମା ନା ନେଇ ବହୁତ କଥା କୁହେ ।ମୋ ମା କଥା ଭାବି ବହୁତ କାନ୍ଦିଛି ବାବୁ ହେଲେ ଏ ମା ମୋ ମା ପରି ନୁହେଁ ।3ଦିନ ପୂର୍ବରୁ ଟିକେ ସାଙ୍ଗମାନେ ଖେଳିବାକୁ ଡାକିଲେ ମୁଁ ଲୁଚିକି ଚାଲି ଯାଇଥିଲି ଫେରିବା ଟିକେ late ହେଇଗଲା ବୋଲି ସେ ମା ରୋଷେଇ କରୁଥିଲା ସେଇ ରୋଷେଇ କରୁଥିବା ଜାଳିରେ ମୋ ପିଠିକୁ ମାରିଲା ଦେଖା ବାବୁ କେମିତି ହେଇଛି ?ଏମିତି କଷ୍ଟ ପାଇବା ଠାରୁ ଭଲ ହବ ବାବୁ କଉ ଗାଡ଼ି ତଳେ ପଡି ମରିଯିବି ... R N Biswal
#

ସ୍ମୃତି ରେ ୨୦୧୮

ସ୍ମୃତି ରେ ୨୦୧୮ - | ଆପଣ କୁହନ୍ତୁ ସିଏ ଆଉ କଣ କରିଥାନ୍ତା ? - ShareChat
205 ଜଣ ଦେଖିଛନ୍ତି
7 ମାସ ପୂର୍ବରୁ
ଅନ୍ୟ ଏପ୍ ରେ ଶେୟର କରନ୍ତୁ
Facebook
WhatsApp
ଲିଙ୍କ କପି କରନ୍ତୁ
ଡିଲିଟ କରନ୍ତୁ
Embed
ଏହି ପୋଷ୍ଟକୁ ମୁଁ ରିପୋର୍ଟ କରିବାକୁ ଚାହେଁ, କାରଣ..
Embed Post