*💥💥ସର୍ବ ମଙ୍ଗଳା ସ୍ତୁତି💥💥*
*ପାତକହାରିଣୀ ଦେବୀ ପ୍ରଣମାମି ହରିପ୍ରିୟେ ।*
*ପୁନାମି ସ୍ଥାନ ମସ୍ମାକଂ ଅଧିଷ୍ଠାନେ ନହି ତବ ।*
*ଅଶୁଭଂ ନିଧନ ଯାତୁ ପ୍ରଣମାନ୍ତି ବିପତ୍ତିତୟଃ ।*
*ଏତଦ୍ ପାର୍ଥିତଂ ଦେବୀ ତ୍ଵମେକଂ ଶରଣଂ ହୀନ ।*
*ଭକ୍ତି ଦେହିଂ ଗୁଣଂ ଦେହିଂ ଦେହିମେ ବରମିଦୃଶମ୍ ।*
*ତେ ନହିସ୍ୟାତ୍ ମନୁଷ୍ୟାଣାଂ ସଦା ଦେଶହିତେ ରତିଃ ।*
*ସମ୍ପଦ ଲୋକସତ୍ଵଞ୍ଚ ପ୍ରଣପ୍ୟନ୍ତି ତ୍ୱ ପଦାମ୍ବୁଜମ୍ ।*
*ଏତଦ୍ଧି ପ୍ରାର୍ଥିତ୍ୟ ଦେବୀ ! ତ୍ୱମେକଂ ଶରଣଂ ହୀନଃ।।*
*ଜୟ ଜୟ ଜୟ ମାଗୋ ଜଗତ ନନ୍ଦିନୀ ।*
*ଜୟ ଜୟ ଜୟ ମାଗୋ ବିଘ୍ନ ବିନାଶିନୀ ।।*
*ଜୟ ଜୟ ଜୟ ମାଗୋ ସଂକଟ ତାରିଣୀ।*
*ଜୟ ଜୟ ଜୟ ମାଗୋ ନୃମୁଣ୍ଡ ମାଳିନୀ।।*
*ଜୟ ଜୟ ଜୟ ମାଗୋ ଶଙ୍କର ଭବାନୀ।*
*ଜୟ ଜୟ ଜୟ ମାଗୋ ତ୍ରିତାପ ହାରିଣୀ ।।*
*ଜୟ ମାତା ତୋ ଦୟାରେ ମୂର୍ଖ ହୁଏ ଜ୍ଞାନୀ ।*
*ଜୟ ତୁ ମଙ୍ଗଳା ମାଗୋ ଜୟ ହରଚଣ୍ଡୀ ।*
*ତୋତେ ସୁମରିଲେ ମାଗୋ ଦୂରିତ ଯେ ଖଣ୍ଡି ।।*
*ବିପଦ କାଳରେ ସୁମରନ୍ତି ଯେଉଁଜନ ।*
*ମହାଘୋର ସଙ୍କଟରୁ ଫିଟାଉ ବନ୍ଧନ ।।*
*ଅଦୃଶ୍ୟକୁ ଦୃଶ୍ୟ ହୁଏ ତୋ ନାମ ଧଇଲେ ।*
*ବିପତ୍ତି ନଥାଏ ମାଗୋ ତୋତେ ସୁମରିଲେ।।*
*ତୋହର ଯେ ନାମ ମାନ ଯେହୁ ସୁମରଇ ।*
*କିଛି ହିଁ ସଙ୍କଟ ମାଗୋ ବିପତ୍ତି ନଥାଇ ।।*
*ଅନାଥକୁ ଦୟା ମାଗୋ ଦୁବ କରୁ ଦାରୁ ।*
*ଦୁସ୍ତର ପଡ଼ିଲେ ମାଗୋ ପ୍ରାଣୀକି ଉଦ୍ଧାରୁ ।।*
*ଯେତେବେଳେ ପ୍ରାଣୀକି ଯେ ପଡ଼ିଥାଇ କଷ୍ଟ ।*
*ତୋତେ ସୁମରିଲେ ମାଗୋ ଫିଟଇ ସଙ୍କଟ ।।*
*ଯେ ତୋହର ବାରବ୍ରତ ସବୁ କରେ ନିତି ।*
*ପାଏ ସେହୁ ଧନ ଜନ ଅଚଳ ସମ୍ପତ୍ତି ।।*
*ନମୋ ନାରାୟଣୀ ମାଗୋ ଅପର୍ଣ୍ଣା ପାର୍ବତୀ ।*
*ଭ୍ରମଣ ଯେ କରୁ ମାଗୋ ଅର୍ଦ୍ଧନିଶା ରାତି ।।*
*ଚଣ୍ଡୀ ଯେ ଚାମଣ୍ଡା ମାଗୋ ଖଟନ୍ତି ଅପାର ।*
*ଏମାନଙ୍କୁ ସଙ୍ଗେ ଘେନି ଭ୍ରମଣ ତୋହର ।।*
*ପୟରେ ଅଳତା ଭାଲେ ସିନ୍ଦୁରର ଚିତା ।*
*ରଙ୍ଗ ବସନରେ ତୋର ଶ୍ରୀଅଙ୍ଗ ଶୋଭିତା ।।*
*ସିଂହର ପୃଷ୍ଠରେ ମାଗୋ ବିଜେ କରିଯାଉ ।*
*ଯେ ମୁହେଁ ପଡ଼ିଲେ ମାଗୋ ନ ବର୍ତ୍ତନ୍ତି ଆଉ ।।*
*ନମସ୍ତେ ଶାରଳା ମାଗୋ ଶଙ୍କର ଭବାନୀ ।*
*ଦୟାକର ମୋତେ ମାଗୋ ଦନୁଜ ନାଶିନୀ ।।*
*ଶୁଖିଲା ସମୁଦ୍ରେ ମାଗୋ ବୁଡ଼ିଲା ମୋ ଭେଳା ।*
*ଦୁସ୍ତର ପଡ଼ିଲା ମାଗୋ ଉଦ୍ଧାର ମଙ୍ଗଳା ।।*
*ସଖା ସହୋଦର ମାଗୋ ବନ୍ଧୁବଳ ନାହିଁ ।*
*ବିପତ୍ତି କାଳରେ ସାହା ହୁଅ ହାମାୟୀ ।।*
*ବିନ୍ଧିଗିରି ବାସିନୀ ମା ହୈମବତୀ ସୁତା ।*
*ଏମନ୍ତ ଦ୍ବାଦଶ ନାମ ଦେଲେ ଯେ ବିଧାତା ।।*
*ଝଙ୍କଡ଼େ ରହିଲୁ ନାମ ଶାରଳା ବୋଲାଇ ।*
*କାକଟପୁରେ ରହିଲୁ ମଙ୍ଗଳା ଯେ ତୁହି ।।*
*ଲହ ଲହ ଜିହ୍ୱା ମାଗୋ ସିନ୍ଦୁରେ ମୁଖ ମଣ୍ଡି ।*
*କୋଣାରକେ ରହିଲୁ ମା ଅଭୟା ରାମଚଣ୍ଡୀ ।।*
*ପୁରୁଷୋତ୍ତମେ ରହିଲୁ ବିମଳା ବୋଲାଇ ।*
*ବାଙ୍କିରେ ରହିଲୁ ମାଗୋ ନାମ ଚର୍ଚ୍ଚିକାଇ ।।*
#🙏ମା ମଙ୍ଗଳା🌸
*ସମ୍ବଲପୁରେ ରହିଲୁ ନାମ ସମଲାଇ ।*
*ଯାଜପୁରେ ରହିଲୁ ମା ନାମ ବିରଜାଇ ।।*
*ପଶ୍ଚିମେ ରହିଲୁ ମାତ ନାମ ହିଙ୍ଗୁଳାଇ ।*
*ଭୁବନେଶ୍ୱରେ ରହିଲୁ ଗଉରୀ ବୋଲାଇ ।।*
*ବାଣପୁରେ ରହିଲୁ ମା ନାମ ଭଗବତୀ ।*
*ସକଳ ଅମର ତୋତେ କରନ୍ତି ଯେ ସ୍ତୁତି ।।*
*ଉତ୍ତର ଦିଗେ ରହିଲୁ ଚଣ୍ଡୀ ନାମ ବହି ।*
*ଏମନ୍ତ ଦ୍ଵାଦଶ ନାମ ବ୍ରହ୍ମା ଗଲେ ଦେଇ ।।*
*ତୋହର ମହିମା ମାଗୋ କେ ପାରିବ କହି ।*
*ମାଡ଼ି ବସୁଅଛୁ ଦଶଦିଗ ମହାମାୟୀ ।।*
*ନମସ୍ତେ ଚଣ୍ଡିକା ତୁମେ ରୁଦ୍ରଙ୍କର ବାମା ।*
*କେ କହିପାରିବ ମାଗୋ ତୁମ୍ଭର ମହିମା ।।*
*ଡ଼ମ୍ବରୁ ମଝା ମାଗୋ ବିଚିତ୍ର ସିଂହ ଠାଣୀ ।*
*ମହାମୂର୍ତ୍ତି ରୂପ ମାଗୋ ଅଟୁ ଗୋ ସାମଣୀ ।।*
*ଲହ ଲହ ଜିହ୍ୱା ମାଗୋ ଘୋର ଦନ୍ତ ପାଟି ।*
*ନମୋ ଆଦିମାତା ମାଗୋ ବିଜେ ସିଂହ ପିଠି ।।*
*କାତି ଯେ ଖର୍ପର ମାଗୋ ଶୋହେ ବାମକର ।*
*ଶଙ୍ଖ ଚକ୍ର ଗଦା ମାଗୋ ଆୟୁଧ ତୋହର।।*
*ନାନା ପୁଷ୍ପ ମାଳ ତୋର କୁସୁମ ଚନ୍ଦନ ।*
*କପାଳେ ସିନ୍ଦୁର ଗାର ଦିଶେ ଶୋଭାବନ ।।*
*ନମସ୍ତେ ଶାରଳା ମାଗୋ ଚଣ୍ଡୀ ମହାମାୟୀ ।*
*ଦୁସ୍ତର ପଡ଼ିଲେ ମାଗୋ ଉଦ୍ଧାରୁ ଯେ ତୁହି ।।*
*ତ୍ରେତୟାରେ ତୋତେ ମାଗୋ ସୁମରିଲେ ରାମ ।*
*ପ୍ରସନ୍ନ ହୋଇଣ ମାତ କଲୁ ପୂର୍ଣ୍ଣ କାମ ।।*
*ତୁମ୍ଭର ଆଜ୍ଞାରେ ରାମ ଲଙ୍କା କଲେ ଜୟ ।*
*ରାବଣକୁ ମାରି ସୀତା ଆଣି ରାମରାୟ ।।*
*ନମସ୍ତେ ଶାରଳା ମାଗୋ ରକ୍ଷାକର ମୋତେ ।*
*ମୁହିଁ ଅରକ୍ଷିତ ଜନ ଆଶ୍ରା କଲି ତୋତେ ।।*
*ଯେତେବେଳେ ଯାହା ମାଗୋ କରୁଥିବି ଇଚ୍ଛା ।*
*ତୋପାଦ ସ୍ମରଣେ ପୁରୁଥିବା ମନବାଞ୍ଛା ।।*
*ତୁମ୍ଭର ଚରଣେ ମୋର ହୁ ମନ ସ୍ଥିର ।*
*କହେ ଦୀନହୀନ ଯେ ଉଦ୍ଧର ଆଦିମାତା ।।*
*🙏ଜୟ ମା ମଙ୍ଗଳା🙏🚩*