ବାସ୍ତୁ ଏବଂ ଜ୍ୟୋତିଷ ଶାସ୍ତ୍ର

ବାସ୍ତୁ ଏବଂ ଜ୍ୟୋତିଷ ଶାସ୍ତ୍ର

ଋଣ ସମସ୍ୟାରୁ ମୁକ୍ତି ପାଇଁ ଘରେ ରଖନ୍ତୁ ଏହି ୫ଟି ଜିନିଷ ପ୍ରତ୍ୟେକ ବ୍ୟକ୍ତି ନିଜ ଜୀବନରେ ଉନ୍ନତି କରିବାକୁ ଚାହିଁଥା’ନ୍ତି। ବ୍ୟବସାୟ ହେଉ ଅବା ଚାକିରି, ଅଧିକ ଅର୍ଥ ଉପାର୍ଜନ ପାଇଁ ସମସ୍ତ ପ୍ରୟାସ କରନ୍ତି। ଏହାରି ଭିତରେ ଅନେକ ସମୟରେ ଋଣ କରିବାକୁ ମଧ୍ୟ ପଡ଼ିଥାଏ। ଋଣର ଭାର ଏପରି ହୁଏ ଯାହା ବେଳେବେଳ ମାନସିକ ଅଶାନ୍ତି ଦେଇଥାଏ। ଏହି ଋଣ ବୋଝରୁ ମୁକ୍ତି ପାଇଁ ଆସନ୍ତୁ କିଛି ବାସ୍ତୁ ଟିପ୍ସ୍‌ ଜାଣିବା। ବାସ୍ତୁ ଶାସ୍ତ୍ରରେ ଏପରି ୫ଟି ଜିନିଷ କୁହାଯାଇଛି, ଯାହା ଘରେ ରଖିଲେ ଆପଣଙ୍କ ଋଣ ସମସ୍ୟା ଦୂର ହୁଏ। ୧. ଘରର ଉତ୍ତର-ପୂର୍ବ ଦିଗର କାନ୍ଥରେ ଦର୍ପଣ ଲଗାନ୍ତୁ। ବାସ୍ତୁ ଅନୁସାରେ, ଦକ୍ଷିଣ ଓ ପଶ୍ଚିମ ଦିଗରେ ଦର୍ପଣ ଲଗାଇଲେ ଘରର ଆର୍ଥିକ ସ୍ଥିତି ଦୁର୍ବଳ ହୋଇଥାଏ। ୨. ଆପଣ ଘର ତିଆରି କରିବା ସମୟରେ ନିଅଁ ଖୋଳିଥା’ନ୍ତି। ଏହାକୁ ଅତିକମ୍‌ରେ ଦୁଇରୁ ତିନି ଫୁଟ୍‌ ଗଭୀର କରି ଖୋଳନ୍ତୁ। ଏହା ସହିତ ଘରର ଉତ୍ତର ଦିଗକୁ ଗଡ଼ାଣିଆ ରଖନ୍ତୁ। ବାସ୍ତୁ ହିସାବରେ ଏପରି କରିବା ଦ୍ୱାରା ଘରେ ଲକ୍ଷ୍ମୀ ବାସ କରନ୍ତି। ୩. ବାସ୍ତୁ ଅନୁସାରେ, ଘରର ଦକ୍ଷିଣ ପଶ୍ଚିମ ବା ଦକ୍ଷିଣ ଦିଗରେ ପାଣି ଟାଙ୍କି, କୂଅ କିମ୍ୱା ନଳକୂପ ରଖନ୍ତୁ ନାହିଁ। ଏପରି କରିବା ଦ୍ୱାରା ଆପଣ ଦରିଦ୍ର ହୋଇଥା’ନ୍ତି। ୪. ପୂର୍ବ ଓ ଉତ୍ତର ଦିଗରେ ଭାରି ବସ୍ତୁ ରଖିବା ଉଚିତ୍‌ ନୁହେଁ। ଘର ତିଆରି ସମୟରେ ଉତ୍ତର-ଦକ୍ଷିଣ ପାଚେରିକୁ ସିଧା ତିଆରି କରନ୍ତୁ। ଏପରି କଲେ ଧନଲାଭ ହୋଇଥାଏ। ୫. ଘରର ଦକ୍ଷିଣ-ପଶ୍ଚିମ ଦିଗରେ ଶୌଚାଳୟ ନିର୍ମାଣ କରନ୍ତୁ ନାହିଁ। ଏହା ସହିତ ଯଦି ଆପଣ ଋଣ କରିଛନ୍ତି, ତେବେ ଏହାର ପ୍ରଥମ କିସ୍ତି ମଙ୍ଗଳବାର ହିଁ ଦିଅନ୍ତୁ। ଏହି ସବୁ ବାସ୍ତୁ ଉପାୟ ଅବଲମ୍ୱନ କଲେ, ଆପଣ ଋଣଜନିତ ସମସ୍ୟାରୁ ମୁକ୍ତି ପାଇପାରିବେ।
#

ବାସ୍ତୁ ଏବଂ ଜ୍ୟୋତିଷ ଶାସ୍ତ୍ର

ବାସ୍ତୁ ଏବଂ ଜ୍ୟୋତିଷ ଶାସ୍ତ୍ର - ଲୋନ ଟେନସନରେ ଅଛନ୍ତି କି ? - ShareChat
561 ଜଣ ଦେଖିଛନ୍ତି
8 ମାସ ପୂର୍ବରୁ
ରାଶି ଅନୁସାରେ ଲଗାନ୍ତୁ ଏସବୁ ଗଛ, ଦୂର ହୋଇଯିବ ସମସ୍ୟା ମେଷ: ଏହି ରାଶିର ବ୍ୟକ୍ତି ନିଜ ଘର ପାଖରେ କୋଚିଳା, ଅଁଳା କିମ୍ବା ଡିମ୍ବିରି ଗଛ ଲଗାଇଲେ ଭାଗ୍ୟରେ ପରିବର୍ତ୍ତନ ଘଟିଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି। ଏହି ଗଛଗୁଡ଼ିକ ସେମାନଙ୍କ ଜୀବନରୁ ଅନେକ ସମସ୍ୟା ଦୂର କରିବାରେ ସହାୟକ ହେବା ସହ ସୁଖ, ସମୃଦ୍ଧିର ପଥ ଖୋଲି ଦେଇଥାନ୍ତି। ବୃଷ: ଏହି ରାଶିର ବ୍ୟକ୍ତିମାନେ ନିଜ ଆଖପାଖରେ ଜାମୁକୋଳି କିମ୍ବା ଡିମ୍ବିରି ଗଛ ଲଗାଇଲେ ଶୁଭ ଫଳ ମିଳିଥାଏ। ଏମାନେ ଏହି ଗଛକୁ କାହାକୁ ଉପହାରରେ ମଧ୍ୟ ଦେଇ ପାରିବେ। ଏହା ସେମାନଙ୍କ ଭାଗ୍ୟ ପରିବର୍ତ୍ତନରେ ସହାୟକ ହୋଇଥାଏ। ଏହାଦ୍ୱାରା ସେମାନଙ୍କ ଆର୍ଥିକ ସମସ୍ୟା ଦୂର ହୋଇଥାଏ। ମିଥୁନ: ଏହି ରାଶିର ବ୍ୟକ୍ତି ନିଜ ଘର ପାଖରେ ବାଉଁଶ କିମ୍ବା ଚନ୍ଦନ ଗଛ ଲଗାଇବା ଉଚିତ। ଶାସ୍ତ୍ର ଅନୁସାରେ ଏହି ଗଛ ଲଗାଇଲେ ମାନସମ୍ମାନ ବୃଦ୍ଧି ପାଇଥାଏ। ଏହାବାଦ୍‌ ବନ୍ଧୁମାନଙ୍କ ସହ ବିଗିଡ଼ି ଯାଇଥିବା ସମ୍ପର୍କ ପୁଣିଥରେ ସୁଧୁରି ଯାଏ। କର୍କଟ: ଏହି ରାଶିର ବ୍ୟକ୍ତି ନିଜ ଆଖପାଖରେ ଓସ୍ତ, ବାଉଁଶ କିମ୍ବା ନାଗ କେଶର ଗଛ ଲଗାଇବା ଶୁଭ ଫଳ ଦେଇଥାଏ। ଏପରି ଗଛ ଲଗାଇଲେ ସମସ୍ତ ମନୋସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ବାସ ରହିଛି। ସିଂହ: ସୁଖଶାନ୍ତିରେ ପରିପୂର୍ଣ୍ଣ ଜୀବନ ପାଇବା ଲାଗି ଏହି ରାଶିର ବ୍ୟକ୍ତି ନାଗ କେଶର, ବର ଓ ପଳାଶ ଗଛ ଲଗାଇବା ଉଚିତ୍। ଏହାଦ୍ୱାରା ଏମାନଙ୍କୁ ସଫଳତା ମଧ୍ୟ ମିଳିଥାଏ। କନ୍ୟା: ଏହି ରାଶିର ବ୍ୟକ୍ତି ନିଜ ଘର ପାଖରେ ବର, ରିଠା କିମ୍ବା ପଳାଶ ଗଛ ଲଗାଇଲେ ଧନ ବୃଦ୍ଧି ହୋଇଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି। ଏହାସହ ପରିବାର ଲୋକଙ୍କ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିଥାଏ। ତୁଳା: ଏହି ରାଶିର ବ୍ୟକ୍ତି ବେଲ, କରମଙ୍ଗା, ରିଠା ଗଛ ଲଗାଇ ଏହାର ଫଳ ଓ ଫୁଲକୁ ମହାଦେବଙ୍କୁ ଅର୍ପଣ କରିବା ଉଚିତ୍‌। ଶାସ୍ତ୍ର ଅନୁସାରେ ଏପରି କଲେ ସବୁକ୍ଷେତ୍ରରେ ସଫଳତା ମିଳିବା ସହ ସମାଜରେ ମାନସମ୍ମାନ ବଢ଼ିଥାଏ। ବିଛା: ଏମାନଙ୍କ ପାଇଁ ବଉଳ ଓ କରମଙ୍ଗା ଗଛ ଶୁଭ। ଏପରି ଗଛ ଲଗାଇବା ଦ୍ୱାରା ନିଜ ପରିବାର ଲୋକେ ସୁସ୍ଥ ରହିବା ସହ ଶାନ୍ତିପୂର୍ଣ୍ଣ ଜୀବନଯାପନର ପଥ ପରିଷ୍କାର ହୋଇଯାଇଥାଏ ବୋଲି କୁହାଯାଇଛି ଧନୁ: ଏହି ରାଶିର ବ୍ୟକ୍ତି କରମଙ୍ଗା ଓ ପାଇନ୍‌ ଗଛ ଲଗାଇବା ଅତ୍ୟନ୍ତ ଶୁଭ। ଏସବୁ ଗଛ ଲଗାଇଲେ ଜୀବନରେ ସଂଘର୍ଷ କମିବା ସହ ସଫଳତା ଶୀଘ୍ର ଆସିଥାଏ। ମକର: ଏହି ରାଶିର ବ୍ୟକ୍ତିଙ୍କ ଘର ପଛ ପଟେ ଶାଳ କିମ୍ବା ପଣସ ଗଛ ରହିଲେ ଆର୍ଥିକ ସ୍ଥିତି ସ୍ୱଚ୍ଛଳ ହୋଇଥାଏ। ଏହାସହ ସାମାଜିକ ସ୍ତରରେ ମାନସମ୍ମାନ ବୃଦ୍ଧି ପାଇଥାଏ। ଯଦି ଆପଣ ରାଶି ମକର ଓ ଆପଣଙ୍କ ଘର ପଛ ପଟେ ଏସବୁ ଗଛ ନାହିଁ ତେବେ ଶୀଘ୍ର ଲଗାନ୍ତୁ। କୁମ୍ଭ: ବିବାହ ହେଉ ନ ଥିଲେ କିମ୍ବା ବୈବାହିକ ଜୀବନରେ ସମସ୍ୟା ସୃଷ୍ଟି ହେଉଥିଲେ ମନ୍ଦାର, କଦମ୍ବ ଗଛ ଲଗାନ୍ତୁ। ସମସ୍ୟା ଦୂର ହୋଇଯିବ ବୋଲି ଶାସ୍ତ୍ରରେ କୁହାଯାଇଛି। ମୀନ: ଏହି ରାଶିର ବ୍ୟକ୍ତିଙ୍କ ଘର ଆଗରେ ଆମ୍ବ, ନିମ୍ବ କିମ୍ବା ମହୁଲ ଗଛ ରହିବା ଭଲ। ଏଗୁଡ଼ିକ ଘର ଆଗରେ ରହିଲେ ଘରକୁ ନକାରାତ୍ମକ ଶକ୍ତି ପ୍ରବେଶ କରିନଥାନ୍ତି। ଏହା ସହ ଆର୍ଥିକ ସ୍ଥିତିରେ ସୁଧାର ଆସିଥାଏ।
#

ବାସ୍ତୁ ଏବଂ ଜ୍ୟୋତିଷ ଶାସ୍ତ୍ର

ବାସ୍ତୁ ଏବଂ ଜ୍ୟୋତିଷ ଶାସ୍ତ୍ର - ShareChat
2.9k ଜଣ ଦେଖିଛନ୍ତି
11 ମାସ ପୂର୍ବରୁ
*ଜୀବନରେ ସମସ୍ତ ସମସ୍ୟାକୁ ଦୂର କରି ପାରିବ ଏହି ବାସ୍ତୁ ଟିପ୍ସ* ଜୀବନରେ ସମସ୍ତ ସମସ୍ୟାକୁ ଦୂର କରି ପାରିବ ଏହି ବାସ୍ତୁ ଟିପ୍ସ। ସମସ୍ତଙ୍କ ଜୀବନରେ କିଛି ନା କିଛି ସମସ୍ୟା ତ ନିଶ୍ଚିନ୍ତ ଅଛି। କାହାର ପାରିବାରିକ ଜୀବନରେ ସୁଖ ଶାନ୍ତି ନାହିଁ ତ କାହାର ଧନର ଅଭାବକୁ ନେଇ ଚିନ୍ତା। କିନ୍ତୁ ବହୁତ ଥର ଏମିତି ବି ହୁଏ ଯେବେ ସବୁ କିଛି ଠିକ ଥାଏ କିନ୍ତୁ ସୁଖ ଶାନ୍ତି ନ ଥାଏ। ଯଦି ଅପାଣଙ୍କ ଜୀବନରେ ମଧ୍ୟ ଏହି ଭଳି କିଛି ସମସ୍ୟା ଅଛି ତେବେ ତାହା ବାସ୍ତୁ ଦୋଷରୁ ହେଉଅଛି ବୋଲି ଜାଣିବେ। ବାସ୍ତୁ ଦୋଷ ଖଣ୍ଡନ ପାଇଁ କିଛି ଛୋଟ ଛୋଟ ଉପାୟ କରି ଏହି ସବୁ ସମସ୍ୟାରୁ ମୁକ୍ତି ମିଳିପାରିବ। ତେବେ ଆସନ୍ତୁ ଜାଣିବା ଆମ ନୀତିଦିନ ଜୀବନରୁ କିଛି ଏଭଳି ଟିପ୍ସ ଯାହା ଆପଣଙ୍କ ସମସ୍ୟାକୁ ଦୂର କରି ସୁଖ ଓ ସମୃଦ୍ଧି ଆଣିଦବ। ସାକାରାତ୍ମକ ଊର୍ଜା ପାଇଁ ଦୌଡୁଥିବା ଧଳା ଘୋଡାର ଏକ ଚିତ୍ର ଘରର କୌଣସି କାନ୍ଥରେ ଲଗେଇ ଦିଅନ୍ତୁ। ବାସ୍ତୁ ଶାସ୍ତ୍ର ଅନୁସାରେ ଘୋଡା ଶକ୍ତି ଓ ଊର୍ଜାର ପ୍ରତୀକ। ଧଳା ଘୋଡା ସାକାରାତ୍ମକ ଊର୍ଜାର ପ୍ରତୀକ ହୋଇଥିବାରୁ ସେହି ଚିତ୍ର ଲଗାଇବା ଦ୍ଵାରା ପରିବାରକୁ ସାକାରାତ୍ମକ ଊର୍ଜା ମିଳିଥାଏ। ଲାଗିରହିଥିବା ବିଷାଦରୁ ମୁକ୍ତି ପାଇଁ ଯଦି ଆପଣ ପକ୍ଷୀ ପାଳିବାକୁ ଭଲପାଆନ୍ତି ତେବେ ଘରର ଦକ୍ଷିଣ ଭାଗର କୋଣରେ ପକ୍ଷୀଥିବା ଗୋଟିଏ ପିଞ୍ଜରା ଟାଙ୍ଗିଦିଅନ୍ତୁ। ପକ୍ଷୀମାନଙ୍କର ସ୍ଵରରେ ଘରେଥିବା ବିଷାଦ ଦୂର ହୋଇଯିବ। କର୍ମ କ୍ଷେତ୍ରରେ ଉନ୍ନତି ପାଇଁ କର୍ମ କ୍ଷେତ୍ରରେ ବି ଯଦି ଅପାଣଙ୍କ ମନ ଲାଗୁ ନାହିଁ ତେବେ ଆପଣ କାମ କରୁଥିବା Laptop ବା କମ୍ପୁଟରର ସ୍କ୍ରୀନରେ ଦୌଡୁଥିବା ଘୋଡାର ଫୋଟୋ ଲଗାନ୍ତୁ। ଏହା ଦ୍ଵାରା ଆପଣଙ୍କ ମନ କାମରେ ଲାଗିବା ସହ ଆପଣ ବହୁତ ଊର୍ଜାବାନ ଅନୁଭବ କରିବେ। ଏବଂ କର୍ମରେ ଉନ୍ନତି ହେବ। ସର୍ବଦା ମନ ଦୁଃଖ ରହୁଥିଲେ ଯଦି ଆପଣଙ୍କ ମନ ସବୁବେଳେ ଉଦାସ ରହୁଛି ତେବେ ଆପଣ ନିଜ ସ୍କୁଲ ଓ କଲେଜରେ ପାଇଥିବା ସମସ୍ତ ପୁରସ୍କାର ଓ ସାର୍ଟିଫିକେଟକୁ ଘରର ଦକ୍ଷିଣ ଭାଗରେ ଥିବା ଥାକରେ ରଖି ଦିଅନ୍ତୁ। ଆପଣଙ୍କ ଡ୍ରଇଂରୁମର ଦକ୍ଷିଣ ଭାଗରେ ଏହି ପୁରସ୍କାରସବୁ ରଖିବା ପାଇଁ ଆପଣ ସେଲ୍ଫ ମଧ୍ୟ ବନେଇପାରିବେ। ସୁଖ ଶାନ୍ତି ଓ ସମୃଦ୍ଧି ପାଇଁ ଗୃହରେ ସର୍ବଦା ସୁଖ ଶାନ୍ତି ସମୃଦ୍ଧି ପାଇଁ ନିଜ ବଗିଚାର ଦକ୍ଷିଣ ଭାଗରେ ନାଲିରଙ୍ଗର ଫୁଲ ଗଛ ଲଗାନ୍ତୁ। ଯଦି ଘରେ କୌଣସି ବଗିଚା ନାହିଁ ତେବେ ଘର ଭିତରେ ମଧ୍ୟ ନାଲି ଓ ହଳଦୀ ରଙ୍ଗର ଗଛ ଲଗେଇପାରିବେ। କେବଳ ହଳଦୀ ରଙ୍ଗର ଗଛ ଲଗେଇବେ ନାହିଁ। ଘରର ପରିବେଶରେ ହସଖୁସିର ବାତାବରଣ ପାଇଁ ଯଦି ଆପଣଙ୍କ ଘରେ ସମସ୍ତେ ବହୁତ ଚୁପଚାପ ବା ନୀରବ ରହୁଛନ୍ତି, କେହି କାହା ସହ ବେସୀ କଥା ହେଉ ନାହାନ୍ତି, ଏମିତିକି ଛୁଆମାନେ ମଧ୍ୟ ବେସୀ ଏକ୍ଟିଭ ରହୁ ନାହାନ୍ତି ତେବେ ଘରେ ନାଲି ରଙ୍ଗର ଚିତ୍ର ଲଗାନ୍ତୁ। ନାଲି ରଙ୍ଗର ଫୋଟୋ ନଥିଲେ ଫ୍ରେମକୁ ନାଲିରଙ୍ଗ କରିପାରିବେ। ଏହାକୁ ଘରର ଦକ୍ଷିଣ ଭାଗରେ ରଖିବେ। ନିଜ ଶୟନ କକ୍ଷରେ ରଙ୍ଗ ବେରଙ୍ଗର ମହମବତି ଲଗାନ୍ତୁ, ଏହାର ଝିଲିମିଲି ଆଲୋକ ମନରେ ଏକ ଶାନ୍ତି ଆଣି ଦେଇଥାଏ। ଯାହା ଆପଙ୍କ ଜୀବନକୁ ମଧ୍ୟ ରଙ୍ଗୀନ କରିଦିଏ।
#

ବାସ୍ତୁ ଏବଂ ଜ୍ୟୋତିଷ ଶାସ୍ତ୍ର

ବାସ୍ତୁ ଏବଂ ଜ୍ୟୋତିଷ ଶାସ୍ତ୍ର - ShareChat
6k ଜଣ ଦେଖିଛନ୍ତି
12 ମାସ ପୂର୍ବରୁ
*ପ୍ରିୟ ବନ୍ଧୁଙ୍କୁ ରାଶି ଅନୁସାରେ ଦିଅନ୍ତୁ ଉପହାର, ବଦଳି ଯିବ ତାଙ୍କ ଭାଗ୍ୟ* ଯିଏ ଉଭୟ ସୁଖ ଓ ଦୁଃଖରେ ପାଖରେ ଛିଡ଼ା ହୁଏ, ସେ ହେଉଛି ପ୍ରକୃତ ବନ୍ଧୁ। ଏହା ସବୁ ସମ୍ପର୍କଠାରୁ ଉପରେ। ଆପଣଙ୍କର ବି କେହି ନା କେହି ପ୍ରିୟ ବନ୍ଧୁ ଥିବେ, ଯାହାଙ୍କୁ ଆପଣ ନିଜ ମନର କଥା ଖୋଲି କହୁଥିବେ। କୌଣସି ପର୍ବପର୍ବାଣୀ ହେଉକି ଜନ୍ମଦିନ, ପ୍ରିୟ ବନ୍ଧୁଙ୍କୁ ନିଶ୍ଚିତ ଉପହାର ଦେଉଥିବେ। ହେଲେ ଜାଣିଛନ୍ତି, ପ୍ରିୟ ବନ୍ଧୁଙ୍କୁ କେଉଁ ପ୍ରକାର ଉପହାର ଦେଲେ ତାଙ୍କର ଶୁଭ ହୋଇଥାଏ? ଜ୍ୟୋତିଷ ଶାସ୍ତ୍ରରେ ଏ ସଂପର୍କରେ ଉଲ୍ଲେଖ ରହିଛି। ତା’ହେଲେ ଆସନ୍ତୁ ଜାଣିବା ରାଶି ଅନୁସାରେ ବନ୍ଧୁଙ୍କୁ କେଉଁ ପ୍ରକାର ଉପହାର ଦେଲେ ତାଙ୍କର ଶୁଭ ହୋଇଥାଏ। ମେଷ: ଆପଣଙ୍କ ବନ୍ଧୁଙ୍କର ରାଶି ଯଦି ମେଷ, ତା’ହେଲେ ତାଙ୍କୁ ଲାଲ୍ ରଙ୍ଗର ଉପହାର ଦିଅନ୍ତୁ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଲାଲ୍ ରଙ୍ଗର କୌଣସି ମୋବାଇଲ୍‌ ତାଙ୍କୁ ଗିଫ୍ଟ କରନ୍ତୁ, ଏହା ତାଙ୍କ ଭାଗ୍ୟ ବଦଳାଇ ଦେଇପାରେ। ବୃଷ: ସାଙ୍ଗର ରାଶି ବୃଷ ହୋଇଥିଲେ, ଧଳା ରଙ୍ଗର ଉପହାର ଦିଅନ୍ତୁ। ଫ୍ରେଣ୍ଡସିପ୍‌ ବ୍ୟାଣ୍ଡ୍ କିମ୍ବା ପର୍‌ଫ୍ୟୁମ୍‌ ଉପହାରରେ ଦିଅନ୍ତୁ, ଏହା ତାଙ୍କ ପାଇଁ ଶୁଭ ହେବ। ମିଥୁନ: ଏହି ରାଶିର ବ୍ୟକ୍ତିଙ୍କ ପାଇଁ ସବୁଜ ରଙ୍ଗ ଶୁଭ। ଆପଣଙ୍କ ପ୍ରିୟ ବନ୍ଧୁଙ୍କ ରାଶି ମିଥୁନ୍ ହୋଇଥିଲେ ତାଙ୍କୁ ସବୁଜ ରଙ୍ଗର ଡ୍ରେସ୍‌ ଉପହାରରେ ଦିଅନ୍ତୁ, ତାଙ୍କ ଭାଗ୍ୟ ବଦଳି ଯିବ। କର୍କଟ: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯଦି ଆପଣଙ୍କ ବନ୍ଧୁଙ୍କ ରାଶି କର୍କଟ, ତେବେ ଧଳା ରଙ୍ଗର ଉପହାର ଦିଅନ୍ତୁ। ବିଶେଷ କରି ଫ୍ରେଣ୍ଡସିପ୍‌ ବ୍ୟାଣ୍ଡ କିମ୍ବା ଆକ୍ୱାରିୟମ୍‌ ଗିଫ୍ଟ କରନ୍ତୁ। ଏହା ତାଙ୍କ ପାଇଁ ଶୁଭପ୍ରଦ ହେବ। ସିଂହ: ଏହି ରାଶିର ବନ୍ଧୁଙ୍କୁ କମଳା ରଙ୍ଗର ଉପହାର ଦିଅନ୍ତୁ। ପର୍ସ କିମ୍ବା ଷ୍ଟାଇଲିସ୍‌ ଘଣ୍ଟା ଏମାନଙ୍କ ପାଇଁ ଶୁଭ ହେବ। କନ୍ୟା: ଏହି ରାଶିର ବ୍ୟକ୍ତିଙ୍କ ପାଇଁ ବାଦାମୀ ରଙ୍ଗ ଶୁଭ। ବନ୍ଧୁଙ୍କୁ ବାଦାମୀ ରଙ୍ଗର ଫ୍ରେଣ୍ଡସିପ୍‌ ବ୍ୟାଣ୍ଡ, ପର୍ସ କିମ୍ବା ଷ୍ଟାଲିସ୍‌ ଘଣ୍ଟା ଉପହାରରେ ଦେଇପାରିବେ। ତୁଳା: ଧଳା ରଙ୍ଗ ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭ। ତେଣୁ ବନ୍ଧୁଙ୍କୁ ଉପହାର ଦେବା ବେଳେ ରୁପା ବସ୍ତୁ ଦିଅନ୍ତୁ। ବିଛା: ବିଛା ରାଶିର ବ୍ୟକ୍ତିଙ୍କ ପାଇଁ ଲାଲ୍ ରଙ୍ଗ ଶୁଭ। ତେଣୁ ବନ୍ଧୁଙ୍କୁ ଉପହାରରେ ଲାଲ ଟି-ସାର୍ଟ କିମ୍ବା ଲାଲ୍ ରଙ୍ଗର ଚଷମା ଦିଅନ୍ତୁ। ଏହା ତାଙ୍କ ଭାଗ୍ୟ ବଦଳାଇ ଦେଇପାରେ। ଧନୁ: ହଳଦିଆ ରଙ୍ଗ ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭ। ଯଦି ସମ୍ଭବ ବନ୍ଧୁଙ୍କୁ ସୁନାର କୌଣସି ଜିନିଷ ଉପହାରରେ ଦିଅନ୍ତୁ। ମକର: ନୀଳ ଓ କଳା ରଙ୍ଗ ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭ। ଉପହାରରେ ପ୍ରିୟବନ୍ଧୁଙ୍କୁ ଆପଣ ଏହି ରଙ୍ଗର କୌଣସି ବି ବସ୍ତୁ ଦେଇପାରିବେ। କୁମ୍ଭ: ନୀଳ, ଆକାଶୀ ଓ ଗୋଲାପୀ ରଙ୍ଗ ଏମାନଙ୍କ ପାଇଁ ଶୁଭ। ଏହି ରଙ୍ଗର ଉପହାର ବନ୍ଧୁଙ୍କୁ ଦେଇପାରିବେ। ଚାହିଁଲେ, ଫେବ୍ରିକ୍‌ ଗିଫ୍ଟ ମଧ୍ୟ ଦେଇପାରିବେ। ଏହା ବି ସେମାନଙ୍କ ଭାଗ୍ୟ ପରିବର୍ତ୍ତନ କରିପାରେ ବୋଲି ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଲେଖ ରହିଛି। ମୀନ: ହଳଦିଆ ଓ ନୀଳ ରଙ୍ଗ ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭ। ତେଣୁ ବନ୍ଧୁଙ୍କୁ ଏହି ରଙ୍ଗର ଯକୌଣସି ଉପହାର ଦେଇପାରିବେ।
#

ବାସ୍ତୁ ଏବଂ ଜ୍ୟୋତିଷ ଶାସ୍ତ୍ର

ବାସ୍ତୁ ଏବଂ ଜ୍ୟୋତିଷ ଶାସ୍ତ୍ର - ShareChat
11.3k ଜଣ ଦେଖିଛନ୍ତି
12 ମାସ ପୂର୍ବରୁ
ଅନ୍ୟ ଏପ୍ ରେ ଶେୟର କରନ୍ତୁ
Facebook
WhatsApp
ଲିଙ୍କ କପି କରନ୍ତୁ
ଡିଲିଟ କରନ୍ତୁ
Embed
ଏହି ପୋଷ୍ଟକୁ ମୁଁ ରିପୋର୍ଟ କରିବାକୁ ଚାହେଁ, କାରଣ..
Embed Post