😄ମଜେଦାର ଭିଡ଼ିଓ

😄ମଜେଦାର ଭିଡ଼ିଓ

#

😄ମଜେଦାର ଭିଡ଼ିଓ

https://youtu.be/Flt9byIBp1E. 👉 *ଓଡ଼ିଶା ସରକାରଙ୍କ ଘୋଷଣା: ଭାରତ ବନ୍ଦ ଯୋଗୁଁ ସୋମବାର ଛୁଟି ରହିବ ସମସ୍ତ ସ୍କୁଲ*👈 ଭୁବନେଶ୍ୱର: *କଂଗ୍ରେସର ଭାରତ ବନ୍ଦ ଡାକରା ଯୋଗୁଁ ସେପ୍ଟେମ୍ବର ୧୦ (ସୋମବାର) ଓଡ଼ିଶାର ସମସ୍ତ ସ୍କୁଲ ଛୁଟି ରହିବ। ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ସ୍କୁଲ ବନ୍ଦ ରଖିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ସ୍କୁଲ ଓ ଗଣଶିକ୍ଷା ସଚିବ ଶନିବାର ଏହି ସୂଚନା ଦେଇଛନ୍ତି।* ସୂଚନାଯୋଗ୍ୟ ପେଟ୍ରୋଲ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ଆଗାମୀ ୧୦ ତାରିଖରେ ଭାରତ ବନ୍ଦ ଡାକରା ଦେଇଛି। କଂଗ୍ରେସ ଗୁରୁବାର କହିଛି କ୍ରମାଗତ ଭାବରେ ପେଟ୍ରୋଲ ଦର ବୃଦ୍ଧି ହେଉଥିବାରୁ ସାଧାରଣ ଜନତା ଅତିରିକ୍ତ ଖର୍ଚ୍ଚାନ୍ତ ହେଉଛନ୍ତି। କ୍ରମାଗତ ଭାବରେ ପେଟ୍ରୋଲ ଦର ବଢୁଥିବାରୁ ସାଧାରଣ ଜନତାଙ୍କ ଉପରେ ଅତିରିକ୍ତ ଆର୍ଥିକ ବୋଝ ପଡ଼ିଛି। କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେଓ୍ଵାଲା କହିଛନ୍ତି, ମୋଦି ସରକାରକୁ ଜାଗ୍ରତ କରିବା ପାଇଁ ଓ ଦେଶର ଲୋକଙ୍କ ମନରେ ଆକ୍ରୋଶ ଭାବନା ସୃଷ୍ଟି କରିବାକୁ ପାର୍ଟି ପକ୍ଷରୁ ସେପ୍ଟେମ୍ବର ୧୦ରେ ଭାରତ ବନ୍ଦ ଆହ୍ଵାନ ଦିଆଯାଉଛି। ଏହି ଭାରତ ବନ୍ଦ ସକାଳ ୯ଟାରୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ଜାରି ରହିବ। ଏହା ଦ୍ୱାରା ଦେଶର କୋଟି କୋଟି ଜନତା ପ୍ରଭାବିତ ହେବେ। 🙏🙏🙏🙏🙏🙏🙏🙏🙏🙏🙏
632 views
3 months ago
#

ମଜେଦାର ଭିଡ଼ିଓ

ମାଛି ସନ୍ଦେଶ ଖାଉଛି ଗୋପାଳ ଭାଣ୍ଡ ପଣରେ ଯେପରି ଅଦ୍ୱିତୀୟ, ପେଟୁ ପଣରେ ମଧ୍ୟ ଠିକ୍ ସେହି ପରି । ସେଦିନ ଦ୍ୱିପ୍ରହର ବେଳେ ଗୋପାଳ ତାର ବନ୍ଧୁ ଘରୁ ନିଜ ଘରକୁ ଫେରୁ ଫେରୁ ଗୋଟିଏ ଗୁଡିଆ ଦୋକାନ ଉପରେ ନଜର ପଡିଲା । ଦେଖିଲା ଯେ, ବଡ ଥାଳିରେ ଥାଳି ଥାଳି ସନ୍ଦେଶ, ଜଲବି, ମିଠାଇ ପ୍ରଭୁତି ସାଜସଜ୍ଜା ହୋଇ ଥୁଆ ହୋଇଛି । ଦୋକାନରେ ସାତ ଆଠ ବରଷର ଛୁଆଟିଏ ଛଡା ଆଉ କେହି ନାହାଁନ୍ତି । ସନ୍ଦେଶ ଥାଳି ଦେଖି ଗୋପାଳ ପାଟିରୁ ଲାଳ ବୋହିଲା । ସେ କାଳ ବିଳମ୍ବ ନକରି ଦୋକାନ ପାଖକୁ ଯାଇ ପିଲାଟିକି ପଚାରିଲା, ତୋର ବାପା କାହିଁକିରେ? ପିଲାଟି କହିଲା ଘର ଭିତରେ ଭାତ ଖାଉଛନ୍ତି । ପୁଣି ଗୋପାଳ ପଚାରିଲା – କେତେ ବେଳୁ ତୋ ବାପା ଖାଇବାକୁ ଗଲେଣି । ପିଲାଟି କହିଲା – ଏହି କ୍ଷଣି ଗଲେ । ହୁଏତ ଗୁଣ୍ଡେ ଦି’ ଗୁଣ୍ଡା ଖାଇଥିବେ । ଗୋପାଳ କହିଲା – ବେଶ୍ ତ, ବାପ ତୋର ଭାତ ଖାଉଛନ୍ତି, ମୁଁ ସନ୍ଦେଶ ଖାଉଛି । ଗୋପାଳ ଏହା କହୁ କହୁ ଦୁଇଟା ସନ୍ଦେଶ ଆଣି ପାଟିରେ ପକାଇଲା । ପିଲାଟି ଚମକି ଉଠି ରାଗରେ କହିଲା – ତୁ କିଏବେ, ପଇସା ନଦେଇ ସନ୍ଦେଶ ଖାଉଛୁ । ଏଇନେ ମୋ ବାପା ଆସିଲେ ମତେ ମାରିବେ । ପିଲାଟିର କଥା ଶୁଣି ଗୋପାଳ କହିଲା ନାଁରେ ତୋ ବାପା ତୋତେ ମାରିବେନି । ସେ ମୋତେ ଚିହ୍ନନ୍ତି । ମୁଁ ପରା ନିତି ଆସି ଏଇ ସନ୍ଦେଶ ଖାଇ ଯାଏ । ମୋ ନାଆଁ ପରା ମାଛି । ଗୋପାଳର କଥା ଶୁଣି ପିଲାଟି କହିଲା – ଆଚ୍ଛା, ତୁ ଏଇଠି ଥା । ମୁଁ ଯାଉଛି ବାପାକୁ ପଚାରି ଆସେ । ଗୋପାଳ କହିଲା – ମୁଁ ଖାଉ ଥାଏ ତୁ ଏଇଠି ଥାଇ ଡାକି ପଚାରୁନୁ ।  ଗୋପାଳ ଏହା କହୁ କହୁ ସନ୍ଦେଶ ଖାଇବାରେ ଲାଗିଲା । ପିଲାଟି ଆଉ ସହି ନପାରି ତାର ବାପାକୁ ଡାକି ପଚାରିଲା, ବାପା ମାଛି ସନ୍ଦେଶ ଖାଇ ଯାଉଛି । ତାର ବାପା ଭାତ ଗୁଣ୍ଡାଟି ଗିଳି ଦେଇ କହିଲା ଶଳା ମାଛି ଗୁଡାକ ତ ସନ୍ଦେଶ ଥାଳିରେ ବସନ୍ତି, ସେହି ବୋଧ ହୁଏ ବସି ଥିବ ତେଣୁ ପୁଅଟା ଡାକ ପକାଇଛି । ଦୋକାନୀ ଏହା ଭାବି ମାଛି ମନେ କରି ପୁଅକୁ ଡାକି କହିଲା, ହଁ, ସେ ମାଛି ନିଇତି ଆସି ଖାଏ । ଆଜି ଖାଉଛି ଖାଉ । ତୁ ତାକୁ କିଛି ନକହି ମୁଁ ଯିବା ଯାଏଁ ଦୋକାନ ଜଗି ବସିଥା । ବାପର କଥା ଶୁଣି ପିଲାଟି ଗୋପାଳକୁ କିଛି କହିଲା ନାହିଁ । ଗୋପାଳ ଗୋଟିକ ପରେ ଗୋଟିଏ ସନ୍ଦେଶ ଖାଇ ଗର୍ଭସାତ୍ କରି ଚାହୁଁ ଚାହୁଁ ଥାଳିକ ଯାକ ସନ୍ଦେଶ ଖାଇ ଶେଷ କରି ଦେଲା । ଦୋକାନୀ ଆସିବାର ସମୟ ଜାଣି ସେ ସେଠାରୁ ଚମ୍ପଟ ମାଇଲା । କିଛି କ୍ଷଣ ପରେ ଦୋକାନୀ ଆସି ଦେଖିଲା ଯେ ସନ୍ଦେଶ ଥାଳିଟି ଖାଲି ପଡିଛି । ମୁଣ୍ଡରେ  ହାତ ଦେଇ ବସି ପୁଅକୁ ପଚାରିଲା – କିରେ ସନ୍ଦେଶ ଥାଳିଟି କଣ ହେଲା? ପୁଅ ମାଡ ଡରରେ ଥରି ଥରି କହିଲା – ମାଛି ଖାଇ ଗଲା । ଦୋକାନୀ ରାଗି ଯାଇ ପୁଣି ପଚାରିଲା – ମାଛି କ’ଣ ଥାଳିକ ଯାକ ସନ୍ଦେଶ ଖାଇ ଗଲା ନା । ପିଲାଟି ଉତ୍ତର ଦେଲା ହଁ ମୁଁ ପରା ତୁମକୁ ପଚାରିଲି, ତୁମେ କହିଲ ସେ ନିତି ଆସି ଖାଇ ଯାଏ । ଦୋକାନୀ ହତ ବୁଦ୍ଧି ହୋଇ କହିଲା ଆରେ ସେ କିପରିକା ମାଛି? ପିଲାଟି କହିଲା – ଟାଙ୍ଗରା ମୁଣ୍ଡିଆ ବାଙ୍ଗରାଟିଏ ଗଣେଶ ପରି ପେଟ । ପୁଅର କଥା ଶୁଣି ଦୋକାନୀ ବିଚରା ଆଉ କଣ କରିବ । ସେ ବୁଝିଲା ଯେ, ଏହା  କୌଣସି ଧୃତ ମଣିଷର କାମ । ଯା’ ହେଉ ସେ ତ ଖାଇ ଦେଇ ଚାଲି ଗଲାଣି । ପୁଅକୁ ମାଇଲେ କ’ଣ ହେବ । ସେ ଦୋଷ ତ ଏକା ତାର ନୁହେଁ, ମୋର ବି ଅଛି । ଦୋକାନୀ ଏପରି ଭାବି କାନମୁଣ୍ଡା ଆଉଁସି ରହିଲା । Abhimanyu
2.4k views
3 months ago
No more posts
Share on other apps
Facebook
WhatsApp
Copy Link
Delete
Embed
I want to report this post because this post is...
Embed Post