ମାଡ଼ି ଆସୁଛି ବନ୍ୟା
ମହାନଦୀ ଅବବାହିକାରେ ଜିଲ୍ଲାରେ ସମାନ୍ୟ ବନ୍ୟା ପରିସ୍ଥିତି ନେଇ ଏସଆରସି ବିଷ୍ଣୁପଦ ସେଠୀଙ୍କ ସୂଚନା । ଉପରମୁଣ୍ଡରେ ବର୍ଷା ଯୋଗୁଁ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଉଛି । ସୋନପୁର,ଆଠମଲ୍ଲିକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ସୋନପୁରର ବୀରମହାରାଜପୁର ରାସ୍ତାର କ୍ଷୟକ୍ଷତି ହୋଇଛି । ଆଠମଲ୍ଲିକର ବ୍ରିଜ ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି । ତେବେ ରିଲିଫ ପରିସ୍ଥିତି ସୃଷ୍ଟି ହୋଇନାହିଁ କିନ୍ତୁ ମହାନଦୀ ଅବବାହିକା ଜିଲ୍ଲାଗୁଡିକରେ ବନ୍ୟା ପରିସ୍ଥିତି ଉପରେ ନଜର ରଖିବା ପାଇଁ ଜିଲ୍ଲାପାଳ ଓ ପ୍ରଶାସନିକ ଅଧିକାରୀ ମାନଙ୍କୁ ସତର୍କ ରହିବା ପାଇଁ କୁହାଯାଇଛି । ଏହାସହ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏନଡିଆରଏଫ, ଓଡ୍ରଫ ଟିମ୍ ଓ ବୋଟ୍ ପ୍ରସ୍ତୁତ ଅଛନ୍ତି । ସାମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ନେଇ ସରକାର ପର୍ଯ୍ୟାପ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର ବିଷ୍ଣୁପଦ ସେଠୀ କହିଛନ୍ତି ।
#

ମାଡ଼ି ଆସୁଛି ବନ୍ୟା

ମାଡ଼ି ଆସୁଛି ବନ୍ୟା  - ShareChat
5.2k ଜଣ ଦେଖିଛନ୍ତି
11 ମାସ ପୂର୍ବରୁ
ଅନ୍ୟ ଏପ୍ ରେ ଶେୟର କରନ୍ତୁ
Facebook
WhatsApp
ଲିଙ୍କ କପି କରନ୍ତୁ
ଡିଲିଟ କରନ୍ତୁ
Embed
ଏହି ପୋଷ୍ଟକୁ ମୁଁ ରିପୋର୍ଟ କରିବାକୁ ଚାହେଁ, କାରଣ..
Embed Post