ଶାମ୍ବ ଦଶମୀ
“ଜାତଃ ସୂର୍ଯ୍ୟଃ କଳିଙ୍ଗେଷୁ” । ଅର୍ଥାତ ସୂର୍ଯ୍ୟଙ୍କର ଜନ୍ମସ୍ଥାନ କଳିଙ୍ଗ ଦେଶ । କୋଣାର୍କ ସମେତ ଓଡ଼ିଶାର ଵିଭିନ୍ନ ଅଞ୍ଚଳରେ ବହୁ ସୂର୍ଯ୍ୟ ମନ୍ଦିର ଏବଂ ପୀଠ ତଥା ତୀର୍ଥକ୍ଷେତ୍ର ରହିଛି I ଏପରିକି ଖଣ୍ଡଗିରିରେ ଦ୍ୱିତୀୟ ଶତାବ୍ଦୀରେ ଅନନ୍ତ ଗୁମ୍ଫାରେ ଖୋଦିତ ସୂର୍ଯ୍ୟ ମୂର୍ତ୍ତି ସୂର୍ଯ୍ୟପୂଜାର ପ୍ରାଚୀନ ପ୍ରତୀକ । ଷଷ୍ଠ ଶତାବ୍ଦୀରେ ଖିଚିଙ୍ଗର ସୂର୍ଯ୍ୟ ମନ୍ଦିର, ନଵମ ଶତାବ୍ଦୀର ଗଞ୍ଜାମ ଜିଲ୍ଲାର ବୁଗୁଡ଼ା, ଭଦ୍ରକର ପାଳିଆ ଏବଂ ଖୋର୍ଦ୍ଧାର ବିରଞ୍ଚିନାରାୟଣ ମନ୍ଦିର ପ୍ରାଚୀନ ସୂର୍ଯ୍ୟପୂଜାର ପ୍ରତୀକ ଭାବେ ଦଣ୍ଡାୟମାନ I ଆଜି ଶାମ୍ବ ଦଶମୀ ତିଥିରେ ସେ ସକଳ ଶକ୍ତିର ଆଧାର ସୂର୍ଯ୍ୟଙ୍କୁ ପ୍ରଣାମ । ତାଙ୍କ କୋମଳ କିରଣ ସ୍ପର୍ଶରେ ସକଳ ଶରୀର ସୁସ୍ଥମୟ ହୋଇଉଠୁ ।
#

ଶାମ୍ବ ଦଶମୀ

ଶାମ୍ବ ଦଶମୀ - ଶାମ୍ବ ଦଶମୀ BHUBANESWAR BUZZ । ସୂର୍ଯ୍ୟ ପୁରାଣ ଓ ଶାମ୍ବ ପୁରାଣ କଥାବସ୍ତ୍ର ଅନୁଯାୟୀ ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ କୁଷ୍ଠରୋଗରେ ପୀଡ଼ିତଥିଲେ । ସେସମୟରେ କଠୋର । କୁଷ୍ଠ ବ୍ୟାଧୂର କୌଣସି ନିରାକରଣ ନଥିଲା । ଶାମ୍ବ କଳିଙ୍ଗ ଦେଶରେ ପବିତ୍ର ଅର୍କକ୍ଷେତ୍ରର ସାଗର ବେଳାରେ ସୂର୍ଯ୍ୟଙ୍କୁ ୧୨ ବର୍ଷ । । କାଳ ଆରାଧନା କରି କୁଷ୍ଠ ରୋଗରୁ ମୁକ୍ତ ହେଲେ । ଯେଉଁଦିନ ଦେବର୍ଷି ନାରଦଙ୍କ ସହ ଶାମ୍ବ ପୁଣ୍ୟଧାମ ଚନ୍ଦ୍ରଭାଗା ତୀରରେ ପ୍ରବେଶ । କଲେ , ସେହି ଦିନ ଥିଲା ପୌଷମାସ ଶୁକ୍ଳ ପକ୍ଷ ଦଶମୀ ତିଥି । ଏହି ପୌରାଣିକ କଥାକୁ ଆଧାର କରି ନିଜର ସନ୍ତାନମାନଙ୍କ ନିରାମୟ ଜୀବନ କାମନା ପୂର୍ବକ ଶାମ୍ବ ଦଶମୀ ତିଥିରେ ଉତ୍କଳର ଘରେ ଘରେ ସୂର୍ଯ୍ୟ ପୂଜା ବିଧୂ ଅନୁଷ୍ଠିତ ହେଉଅଛି । । - ShareChat
6.3k ଜଣ ଦେଖିଛନ୍ତି
7 ମାସ ପୂର୍ବରୁ
ଅନ୍ୟ ଏପ୍ ରେ ଶେୟର କରନ୍ତୁ
Facebook
WhatsApp
ଲିଙ୍କ କପି କରନ୍ତୁ
ଡିଲିଟ କରନ୍ତୁ
Embed
ଏହି ପୋଷ୍ଟକୁ ମୁଁ ରିପୋର୍ଟ କରିବାକୁ ଚାହେଁ, କାରଣ..
Embed Post