👆ହକ ମାଗୁଛି ଓଡ଼ିଶା
ବାବୁସାନଙ୍କୁ ଅନୁଭବ କହିଲେ ଟଙ୍କା ନେଇ ପ୍ରଚାର କରୁଛି... Odia Spot News Share on : Date: Views: 95 ଭୁବନେଶ୍ୱର : ଖାଲି ନେତା ଆଉ ନେତା ଭିତରେ ନୁହେଁ ଏବେ ଅଭିନେତା ଆଉ ଅଭିନେତା ମଧ୍ୟରେ ବି ଆକ୍ଷେପ ପ୍ରତିଆକ୍ଷେପ ଆରମ୍ଭ ହୋଇଯାଇଛି । କେନ୍ଦ୍ରାପଡ଼ାରେ ରିଲ ହିରୋ ନୁହେଁ ରିଅଲ ହିରୋ ଦରକାର ବୋଲି ଓଲିଉଡ଼ ତାରକା ବାବୁସାନ ମହାନ୍ତି କହିଥିବାବେଳେ ତାଙ୍କୁ ଇଲେଇତି କରିଛନ୍ତି କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀ ଅନୁଭବ ମହାନ୍ତି । ମହାକାଳପଡ଼ାର ଏକ ସଭାରେ ଅନୁଭବ କହିଲେଯେ, ତାଙ୍କର ଜଣେ ସାନ ଭାଇ ତଥା ଅଭିନେତା ଏବେ କେନ୍ଦ୍ରାପଡ଼ା ଆସିଥିଲେ । ‘ଏଠି ସିନେମା ଡାଇଲଗ ଚଳିବ ନାହିଁ । ରିଲ ହିରୋ ନୁହେଁ ରିଅଲ ହିରୋକୁ ଭୋଟ ଦେଇ ଜିତାନ୍ତୁ ବୋଲି ସେ କହିଥିଲେ ।’ । ତେବେ ନବୀନବାବୁ ହିଁ ଓଡ଼ିଶାର ରିଅଲ ଓ ସୁପରଷ୍ଟାର ବୋଲି ବାବୁସାନଙ୍କୁ ବୁଝାଇ ଦେବାକୁ ସେ ବିଜେଡ଼ି କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ । ସେହିପରି ବାବୁସାନଙ୍କ ସହିତ ଥିବା ଜଣେ ଡେଙ୍ଗା ନେତା କହିଲେଯେ, ସେ ଦଶ ବର୍ଷ ହେଲା ଏମିତି କାର୍ଯ୍ୟ କରିଛନ୍ତି ତାଙ୍କୁ କେନ୍ଦ୍ରାପଡ଼ାରେ କେହି ଟକ୍କର ଦେଇପାରିବେ ନାହିଁ । ତେବେ ସେ କଥା କହିବା ବେଳେ ତାଙ୍କ ମୁହଁରେ ଭୟ ଦେଖା ଯାଉଥିଲା ବୋଲି ଅନୁଭବ କହିଛନ୍ତି । ନିଜେ ଏକା ଆସିବାକୁ ଡର ମାଡ଼ୁଛି ବୋଲି ଜଣେ ଚଳଚ୍ଚିତ୍ର ତାରକାଙ୍କୁ ପଇସା ଦେଇ ଡରେଇ ଧମକେଇ ସାଙ୍ଗରେ ଆଣିଛନ୍ତି । ବାବୁସାନଙ୍କୁ ଶାଣିତ ଆକ୍ରମଣ କରି ଅନୁଭବ କହିଲେଯେ, ସେହି ଚଳଚିତ୍ର ତାରକାଙ୍କୁ କହିଦେବେ, ଅନୁଭବ ମହାନ୍ତି ଖାଲି ଚଳଚ୍ଚିତ୍ର ତାରକା ନୁହେଁ । ମୁହଁରେ ମେକଅପ ଲଗାଇ ସବୁବେଳେ ବୁଲୁଥିବା ହିରୋ ନୁହେଁ । ୫ ବର୍ଷ ହେବ ସେ ରାଜ୍ୟସଭା ସାଂସଦ ମଧ୍ୟ ଅଛନ୍ତି । ରାଜ୍ୟସଭାରେ ଓଡ଼ିଶାର ସମସ୍ୟାକୁ ଉପସ୍ଥାପନ କରି ରାଜ୍ୟର ହକ ପାଇଁ ଲଢେ଼ଇ କରିଆସୁଛନ୍ତି । ସେହିପରି ବାବୁସାନ ଏଭଳି ବକ୍ତବ୍ୟ ଦେବାବେଳେ ଭୁଲି ଯାଇଛନ୍ତି ତାଙ୍କର ମା’ ମଧ୍ୟ ଜଣେ ଅଭିନେତ୍ରୀ । ସେ ବି ନିର୍ବାଚନରେ ପ୍ରାର୍ଥୀ ହୋଇଛନ୍ତି । ସେ ପରୋକ୍ଷରେ ନିଜର ମା’ଙ୍କ ଅସମ୍ମାନ କରିଛନ୍ତି । ୪ ଥର ସାଂସଦ ରହି ୪୮ଟି ପାଣିଟାଙ୍କି କରି ବାହାବା ନେଉଛନ୍ତି । ସେତିକି ସୁଯୋଗ ମିଳିଥିଲେ ୧୦୦ ପାଣିଟାଙ୍କି କରିଦେଇଥା’ନ୍ତି ବୋଲି ଅନୁଭବ କହିଛନ୍ତି । ଯେଉଁ ଦଳ, ଯେଉଁ ନେତା ନାଁରେ ଭୋଟ ଦେଇ ମାଟି ସହ ବେଇମାନି କରିଛ ତାହାର ଜବାବ ଦେବାକୁ ବୈଜୟନ୍ତଙ୍କୁ ଆହ୍ୱାନ ଦେଇଛନ୍ତି ଅନୁଭବ । Comments ସମସ୍ତ ମତାମତ 0
#

👆ହକ ମାଗୁଛି ଓଡ଼ିଶା

👆ହକ ମାଗୁଛି ଓଡ଼ିଶା - ShareChat
363 ଜଣ ଦେଖିଛନ୍ତି
4 ମାସ ପୂର୍ବରୁ
#

👆ହକ ମାଗୁଛି ଓଡ଼ିଶା

190 ଜଣ ଦେଖିଛନ୍ତି
4 ମାସ ପୂର୍ବରୁ
#

ହକ ମାଗୁଛି ଓଡ଼ିଶା

243 ଜଣ ଦେଖିଛନ୍ତି
4 ମାସ ପୂର୍ବରୁ
ଅନ୍ୟ ଏପ୍ ରେ ଶେୟର କରନ୍ତୁ
Facebook
WhatsApp
ଲିଙ୍କ କପି କରନ୍ତୁ
ଡିଲିଟ କରନ୍ତୁ
Embed
ଏହି ପୋଷ୍ଟକୁ ମୁଁ ରିପୋର୍ଟ କରିବାକୁ ଚାହେଁ, କାରଣ..
Embed Post