🏏 ଭାରତ-ୱେଷ୍ଟଇଣ୍ଡିଜ୍‌ ମ୍ୟାଚ

🏏 ଭାରତ-ୱେଷ୍ଟଇଣ୍ଡିଜ୍‌ ମ୍ୟାଚ

ଭାରତ ଦିନିକିଆ ରେ ମଧ୍ୟ ଧୂଳୀଚଟେଇଲା ୱେଷ୍ଟଇଣ୍ଡିଜକୁ – ରୋହିତ ଶର୍ମା ଓ ବିରାଟ ହେଲେ ହିରୋ- ଦୁଇଜଣ କଲେ ଶତକ ।ବିରାଟ କୋହଲି ଓ ରୋହିତ ଶର୍ମା ୱେଷ୍ଟଇଣ୍ଡିଜ ବିପକ୍ଷରେ ହେଇଥିବା ପ୍ରଥମ ଦିନିକିଆ ରେ ନିଜର କମାଲ ଦେଇଖେଇଛନ୍ତି |ଭାରତ ଦିନିକିଆରେ ମଧ୍ୟ ଜିତିକି ଜଣେଇଦେଇଛି ସେ ଦୁନିଆ ର ସବୁଠୁ ଭଲ ଟିମ |ଅଧିନାୟକ ବିରାଟ କୋହଲୀ (୧୪୦) ଏବଂ ଉପଅଧିନାୟକ ରୋହିତ ଶର୍ମା ନଟ୍ ଆଉଟ୍ ୧୫୨ ରନ ବଳରେ ଭାରତ ବିଜୟ ଲାଭ କରିଛି ଭାରତ ଏହି ସିରିଜ୍ ରେ ୧-୦ ରେ ଆଗୁଆ ହୋଇପାରିଛି ଓ ପୁରା ସିରିଜ ଜିତିବାର ଲକ୍ଷ ରଖିଛି ।କୋହଲୀ ତାଙ୍କ ନିଜର ଦିନିକିଆ ମ୍ୟାଚ ରେ ୩୬ତମ ଶତକ ଲଗାଇଥିଲେ। ଏହା ସହ ସେ ଅଧିନାୟକ ଭାବରେ ୧୪ତମ ଶତକ ଥିଲା | କୋହଲୀଙ୍କ ପରେ ରୋହିତ ମଧ୍ୟ ଜବରଦସ୍ତ ଶତକ ଲଗାଇଥିଲେ। ଏହା ତାଙ୍କର ୱାନଡେ କ୍ୟାରିୟରର ୨୦ତମ ଶତକ ଥିଲା। ରୋହିତ ୧୫୨ ରନ ବନାଇକରି ନଟ୍ ଆଉଟ୍ ରହିଥିଲେ। ଅଧିନାୟକ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଅପରାଜିତ ବିସ୍ଫୋରକ ଶତକୀୟ ପାଳି ତଥା ଦ୍ଵିତୀୟ ଓ୍ଵିକେଟରେ ୨୪୬ ରନର ଭାଗିଦାରୀ ଜରିଆରେ ଭାରତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ଇଣ୍ଡିଜକୁ ୮ ଓ୍ଵିକେଟରେ ପରାସ୍ତ କରିଛି| କୋହଲି ଏହା ଶତକ ସହ ଏ ବର୍ଷର ୨୦୦୦ ରନ ସଂଗ୍ରହ କରିଦେଇଛନ୍ତି |ରୋହିତ ଶର୍ମା ୧୧୭ଟି ବଲରୁ ୧୫୨ ରନର ଅପରାଜିତ ଖେଳିଥିଲେ। ସେ ଏହି ଧମାକାଦାର ମ୍ୟାଚ ରେ ୧୫ ଚୌକା ଓ ୮ ବିଶାଳ ଛକା ମାନ ଲଗେଇଥିଲେ ଭାରତ ପକ୍ଷରୁ ଯୁଜବେନ୍ଦ୍ର ଚହଲ ସବୁଠାରୁ ଅଧିକ ୩ଟି ୱିକେଟ ନେଇଥିଲେ, ଏବଂ ଜାଡେଜା ଏବଂ ସାମୀ ୨ଟି ଲେଖାଏଁ ୱିକେଟ ନେଇଥିଲେ। ଅଧିକ ରୁ ଅଧିକ କ୍ରିକେଟ୍ ଖବର ପାଇଁ ମତେ ଫଲୋ କରନ୍ତୁ । ~~~~~~~ଧନ୍ୟବାଦ~~~~~~~~
#

ଭାରତ-ୱେଷ୍ଟଇଣ୍ଡିଜ୍‌ ମ୍ୟାଚ

ଭାରତ-ୱେଷ୍ଟଇଣ୍ଡିଜ୍‌ ମ୍ୟାଚ - O0O INDIA - ShareChat
9.5k ଜଣ ଦେଖିଛନ୍ତି
10 ମାସ ପୂର୍ବରୁ
*ଭାରତ-ଇଣ୍ଡିଜ୍ ପ୍ରଥମ ଦିନିକିଆ ଆଜି, ମଧ୍ୟକ୍ରମ ସଜାଡ଼ିବାର ସୁଯୋଗ* *ଗୌହାଟୀ:* ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯିବାକୁ ଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାର ପ୍ରଥମ ଦିନିକିଆ ରବିବାର ଗୌହାଟୀର ବର୍ଷାପାରା କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ। ଦୁଇ ଟିକିଆ ଟେଷ୍ଟ୍‌ ଶୃଙ୍ଖଳାକୁ ମାତ୍ର ୬ ଦିନ ଭିତରେ ଜିତିବା ପରେ ଭାରତ ସୀମିତ ଓଭର ପର୍ଯ୍ୟାୟରେ ମଧ୍ୟ ଏହି ସଫଳତା ‌େଦାହରାଇବା ଲକ୍ଷ୍ୟରେ ରହିବ। କ୍ରିସ୍ ଗେଲ୍, ଏଭିନ ଲୁଇସ୍, ବ୍ରାଭୋ ଭାଇ, କିରଣ ପୋଲାର୍ଡ, ସୁନୀଲ ନରିନ ଓ ଆ‌େନ୍ଦ୍ର ରସେଲଙ୍କ ବିନା ଇଣ୍ଡିଜ୍ ପଡ଼ିଆକୁ ଓହ୍ଲାଇବାର ଥିବାରୁ ଭାରତ ପାଇଁ କାମ ଆହୁରି ସହଜ ହୋଇଯିବ। ଭାରତ ପାଇଁ ଏହି ଶୃଙ୍ଖଳା ମଧ୍ୟ ବିଶ୍ବକପ୍ ପୂର୍ବରୁ ମଧ୍ୟକ୍ରମ ସଜାଡ଼ିବାର ସୁଯୋଗ ଦେବ। ଭାରତ ପାଖରେ ଭଲ ଶକ୍ତିଶାଳୀ ଦଳ ରହିଛି। ହେଲେ ୱେଷ୍ଟଇଣ୍ଡିଜ୍ ଆଗ ଅପେକ୍ଷା ବେଶ୍ ଦୁର୍ବଳ ହୋଇଯାଇଛି। ‌େସଥିପାଇଁ କ୍ରିକେଟ୍ ପ୍ରେମୀ ଆଉ ଏକ ଏକତରଫା ଶୃଙ୍ଖଳା ଦେଖିବାକୁ ପାଇବାର ଯଥେଷ୍ଟ ଆଶଙ୍କା‌ ରହିଛି। ଶୀତ ଋତୁ ଦ୍ବାର ଦେଶରେ ଥିବାରୁ ଭାରତର ଅଧିକାଂଶ ସ୍ଥାନରେ ଖେଳା ଯାଉଥିବା ମ୍ୟାଚ୍ କାକର ଦ୍ବାରା ପ୍ରଭାବିତ ହୁଏ। ଗୌହାଟୀରେ ମଧ୍ୟ ମ୍ୟାଚ୍ କାକର ଦ୍ବାରା ପ୍ରଭାବିତ ହେବାର ଯଥେଷ୍ଟ ଆଶଙ୍କା ରହିଛି। ମ୍ୟାଚ୍ ସାଢ଼େ ଗୋଟାଏରେ ଆରମ୍ଭ ହେଉଥିବାରୁ ଦ୍ବିତୀୟ ପାଳି ଏହା ଦ୍ବାରା ପ୍ରଭାବିତ ‌ହେବ। ଏଣୁ ଟସ୍ ନିର୍ଣ୍ଣାୟକ ଭୂମିକା ନେବ। ୧୯୭୪ରେ ଇଂଲଣ୍ଡ ବିପକ୍ଷ‌େର ପ୍ରଥମ ଦିନିକିଆ ଖେଳିଥିବା ଭାରତ ଶନିବାର ନିଜ ୯୪୯ତମ ଦିନିକିଆ ଖେଳିବ। ସେଥିମଧ୍ୟରୁ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଖେଳିଥିବା ୧୨୧ ଦିନିକିଆ ମଧ୍ୟରୁ ଭାରତ ୫୬ ମ୍ୟାଚ୍ ଜିତିଥିଲା ବେଳେ ୬୧ରେ ପରାଜିତ ହୋଇଛି। ଏଥରର ଶୃଙ୍ଖଳାର ସବୁ ମ୍ୟାଚ୍ ଜିତିନେଲେ ଇଣ୍ଡିଜ୍ ବିପକ୍ଷରେ ଭାରତୀୟ କ୍ରିକେଟ୍ ଦଳର ହର୍/ଜିତ୍ ସମାନ ସ୍ତରକୁ ଚାଲି ଆସିବ। *ସମ୍ଭାବ୍ୟ ଭାରତ:* ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ଶିଖର ଧାୱନ, ଅମ୍ବାତି ରାୟୁଡୁ, ଋଷବ ପନ୍ତ, ମହେନ୍ଦ୍ର ସିଂହ ଧୋନି, ରବୀନ୍ଦ୍ର ଜାଦେଜା, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଉମେଶ ଯାଦବ, ମହମ୍ମଦ ସାମି/ଖଲିଲ ଅହମ୍ମଦ। *ସମ୍ଭାବ୍ୟ ୱେଷ୍ଟଇଣ୍ଡିଜ୍:* ଜାସନ ହୋଲ୍ଡର (ଅଧିନାୟକ), ସୁନୀଲ ଅମ୍ବ୍ରିସ୍, କିରଣ ପାୱେଲ, ସାଇ ହୋପ୍, ସିମରନ୍ ହେଟମେୟର, ମାର୍ଲନ ସାମୁଏଲ୍ସ, ରଭମନ ପାୱେଲ, ଆସ‌େଲ ନର୍ସ, କିମୋ ପଲ୍, ଦେବେନ୍ଦ୍ର ବିଶୁ, ଆଲଜାରି ଜୋସେଫ/କେମର ରୋଚ୍)। *ପନ୍ତ ପଦାର୍ପଣ* ରବିବାର ଭାରତୀୟ କ୍ରିକେଟ୍‌ର ଉଦୀୟମାନ ତାରକା ଋଷବ ପନ୍ତ ତାଙ୍କ ଦିନିକିଆ ଖେଳ ଜୀବନ ଆରମ୍ଭ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ଅଧିନାୟକ ବିରାଟ କୋହଲି ଏବଂ ଅମ୍ବାତି ରାୟୁଡୁ ତୃତୀୟ ଏବଂ ଚତୁର୍ଥ ସ୍ଥାନରେ ଖେଳିବେ। ପନ୍ତ ସେଥିପାଇଁ ପଞ୍ଚମ ସ୍ଥାନରେ ବ୍ୟାଟିଂ କରିବାକୁ ଆସିପାରନ୍ତି। ଅଲରାଉଣ୍ଡର କେଦାର ଯାଦବ ଆହତ ହେବା ପରେ ଏହି ସ୍ଥାନ ଲାଗି ଜଣେ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ସନ୍ଧାନରେ ଥିଲା ଭାରତ। ପନ୍ତଙ୍କ ରୂପରେ କୋହଲୀ ବାହିନୀକୁ ଜଣେ ଭଲ ପଞ୍ଚମ ସ୍ଥାନ ବ୍ୟାଟ୍ସମ୍ୟାନ୍ ମିଳିଯାଇଛି। ପନ୍ତ ଖେଳିଲେ ମଧ୍ୟ ଅଭିଜ୍ଞ ୱିକେଟ୍ ରକ୍ଷକ ମହେନ୍ଦ୍ର ସିଂହ ଧୋନି ଶୃଙ୍ଖଳାରେ ୱିକେଟ୍ ରକ୍ଷକ ଦାୟିତ୍ବ ତୁଲାଇବେ। ୨୧ ବର୍ଷୀୟ ପନ୍ତ ଚଳିତ ବର୍ଷ ଅଗଷ୍ଟ ମାସରେ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ୍‌ ଜୀବନ ଆରମ୍ଭ କରିଥିଲେ। ୫ ଟେଷ୍ଟ୍‌ରୁ ସେ ଗୋଟିଏ ଶତକ ଏବଂ ଦୁଇଟି ଅଧର୍ଶତକ ବଳରେ ୩୪୬ ରନ୍ କରିଛନ୍ତି। ସେ ମଧ୍ୟ ଚାରିଟି ଟ୍ବେଣ୍ଟି-୨୦ରୁ ୭୩ ରନ୍ କରିଛନ୍ତି। ଶନିବାର ପ୍ରଥମ ଦିନିକିଆ ଖେଳିବାର ସଂକେତ ପନ୍ତ ନିଜ ଟ୍ବିଟର ପୃଷ୍ଠାରେ ମଧ୍ୟ ଦେଇଛନ୍ତି। *୧୦,୦୦୦ରୁ ୨୨୧ ଦୂରରେ କୋହଲି* ୱେଷ୍ଟଇଣ୍ଡିଜ୍ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ପାଖରେ ଦିନିକିଆରେ ୧୦,୦୦୦ ରନ୍ ପୂରଣ କରିବାର ସୁଯୋଗ ରହିବ। ବିରାଟ ସଂପ୍ରତି ଏହି ମାଇଲଖୁଣ୍ଟଠାରୁ ୨୨୧ ରନ୍ ଦୂରରେ ରହିଛନ୍ତି। ଚଳିତ ଶୃଙ୍ଖଳାରେ ଏହି ରନ୍ ସଂଗ୍ରହ କରି ପାରିଲେ ୧୦,୦୦୦ ରନ୍ ଛୁଇଁବାରେ ସେ ଦ୍ରୁତତମ ଖେଳାଳି ହେବେ। ଏହି କୀର୍ତ୍ତିମାନ ଏବେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ନାଁରେ ରହିଛି। ସଚିନ ୨୫୯ ପାଳିରେ ୧୦,୦୦୦ ରନ୍ ଟପିଥିଲେ। କୋହଲି ୨୦୩ ପାଳି ଖେଳି ୯୭୭୯ ରନ୍ କରିସାରିଛନ୍ତି। ସେଥିମଧ୍ୟରେ ୩୫ ଶତକ ଏବଂ ୪୮ ଅର୍ଧଶତକ ସାମିଲ ଅଛି। କୋହଲିଙ୍କ ନିଜର ଏକ କୀର୍ତ୍ତିମାନ ଏହି ଶୃଙ୍ଖଳାରେ ଭାଙ୍ଗିବାର ବିପଦ ବି ରହିଛି। ଶୃଙ୍ଖଳାରେ ୧୭୭ ରନ୍ କରି ପାରିଲେ ଶିଖର ଧାୱନ କୋହଲିଙ୍କୁ ଟପି ୫,୦୦୦ ରନ୍ ପୂରଣ କରିବାରେ ଦ୍ରୁତତମ ଭାରତୀୟ ହୋଇଯିବେ। =========================== *ଯଦି କୌଣସି ବ୍ୟକ୍ତି ଓଡ଼ିଶା ନ୍ୟୁଜ୍ 24×7 ଗ୍ରୁପ୍ ରେ ସାମିଲ ହବାକୁ ଚାହୁଁଛନ୍ତି, ତେବେ ଆମ ହ୍ବାଟ୍ସଆପ୍ ନଂ msg କରନ୍ତୁ । MSG ରେ ଲେଖନ୍ତୁ JONE ME 8018764097* 📰📰📰📰📰📰📰📰📰📰 *📡ଓଡ଼ିଶା ନ୍ୟୁଜ୍ 24×7📡*
#

ଭାରତ-ୱେଷ୍ଟଇଣ୍ଡିଜ୍‌ ମ୍ୟାଚ

ଭାରତ-ୱେଷ୍ଟଇଣ୍ଡିଜ୍‌ ମ୍ୟାଚ - Payfm ODI TROPHY 1ST ODI VS INDIA WEST INDIES - ShareChat
10.3k ଜଣ ଦେଖିଛନ୍ତି
10 ମାସ ପୂର୍ବରୁ
*ହ୍ରାଇଦ୍ରାବାଦ୍‌ ଟେଷ୍ଟରେ ୱେଷ୍ଟଇଣ୍ଡିଜକୁ ୧୦ ଓ୍ଵିକେଟରେ ହରାଇଲା ଭାରତ, ୨-୦ ରେ ଶୃଙ୍ଖଳା ବିଜୟ* 🏏🏆🏏🏆🏏🏆🏏🏆🏏🏆 *ହାଇଦ୍ରାବାଦ୍‌:* ଭାରତ ୨ୟ ଟେଷ୍ଟ ମ୍ୟାଚ୍‌ରେ ୧୦ ଓ୍ଵିକେଟ୍‌ରେ ରବିବାର ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଛି। ରାଜୀବ ଗାନ୍ଧି ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ରବିବାର ୩ୟ ଦିନରେ ଶେଷ ଟେଷ୍ଟ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜକୁ ପ୍ରଥମ ଇନିଂସରେ ୩୧୧ ରନ୍‌ ଓ ଦ୍ୱିତୀୟ ଇନିଂସରେ ୧୨୭ ରନ୍‌ରେ ଅଲଆଉଟ କରିବା ପରେ ଭାରତ ଏହି ଶୃଙ୍ଖଳାକୁ ୨-୦ରେ ବିଶାଳ ବିଜୟର ଅଧିକାରୀ ହୋଇପାରିଛି। ଦ୍ୱିତୀୟ ଇନିଂସରେ ଭାରତର ଓପନର ପୃଥ୍ଵୀ ସ (ଅପରାଜିତ ୩୩ ରନ୍‌) ଓ ଲୋକେଶ ରାହୁଲ (୩୩ ରନ୍‌) ସଂଗ୍ରହ କରିଛନ୍ତି। ଭାରତ ୧୬.୧ ଓଭରରେ ୭୫ ରନ୍‌ ସଂଗ୍ରହ କରି ଏହି ବିଜୟ ଲକ୍ଷ୍ୟ ପୂରା କରିଛି। ପୂର୍ବରୁ ଭାରତ ରାଜକୋଟ ଟେଷ୍ଟରେ ୱେଷ୍ଟଇଣ୍ଡିଜକୁ ଗୋଟିଏ ଇନିଂସ ଓ ୨୭୨ ରନ୍‌ରେ ପରାସ୍ତ କରିଥିଲା। ଭାରତ ପ୍ରଥମ ଇନିଂସରେ ସମସ୍ତ ଓ୍ଵିକେଟ ହରାଇ ୩୬୭ ରନ୍‌ ସଂଗ୍ରହ କରିବା ପରେ ୱେଷ୍ଟଇଣ୍ଡିଜ ନିଜର ଦ୍ୱିତୀୟ ପାଳି ଖେଳିଥିଲା। ପ୍ରଥମ ପାଳି ଆଧାରରେ ଭାରତ ୫୬ ରନ୍‌ ଅଗ୍ରଣୀ ଥିଲା। ଏହା ପରେ ୱେଷ୍ଟଇଣ୍ଡିଜ ୨ୟ ପାଳିରେ ୧୨୭ ରନ୍‌ରେ ଅଲ୍‌ ଆଉଟ୍‌ ହୋଇଥିଲା। ଫଳରେ ଭାରତକୁ ୭୨ ରନ୍‌ ବିଜୟ ଟାର୍ଗେଟ ମିଳିଥିଲା। ଦ୍ୱିତୀୟ ଦିନ ଶନିବାର ଭାରତ ଏକ ସଙ୍କଟଜନକ ପରିସ୍ଥିତିରେ ପହଞ୍ଚିଥିଲା। କିନ୍ତୁ ରାହାଣେ ଓ ପନ୍ତ ୫ମ ଓ୍ଵିକେଟ ପାଇଁ ୧୪୨ ରନ୍‌ ଭାଗିଦାରୀ ହୋଇଛନ୍ତି। ପନ୍ତ ନିଜର ଇନିଂସରେ ଏପର୍ଯ୍ୟନ୍ତ ୧୨୦ ବଲ ଖେଳି ୧୦ ଚୌକା ଓ ଗୋଟିଏ ଛକା ମାରିଥିବା ବେଳେ ରାହାଣେ ୧୭୪ ବଲ ଖେଳି ୬ଟି ଚୌକା ମାରିଛନ୍ତି। ଟିମ୍‌ ଇଣ୍ଡିଆ ପ୍ରଥମ ଓ୍ଵିକେଟ ଭାବରେ ଲୋକେଶ ରାହୁଲଙ୍କୁ ହରାଇଥିଲା। ଓପନର ରାହୁଲ ପୁଣି ଥରେ ବିଫଳ ହୋଇଛନ୍ତି ଓ ସେ ୯ମ ଥର ପାଇଁ ବୋଲ୍ଡ ଅଥବା ଏଲବିଡବ୍ଲୁ ହୋଇ ପାଭଲିଅନ ଫେରିଛନ୍ତି। ଏହି ଇନିଂସରେ ରାହୁଲଙ୍କୁ ଜେସନ ହୋଲଡର ବୋଲ୍ଡ କରିଥିଲେ। ଲୋକେଶ (୪ରନ୍‌) ପାଭଲିଅନ ଫେରିବା ବେଳକୁ ଭାରତର ସ୍କୋର ୬୧ ରନ୍‌ ଥିଲା। ସେହିଭଳି ପୃଥ୍ଵୀ ସ(୭୦ ରନ୍‌) ଆଉଟ ହେବା ବେଳକୁ ସ୍କୋର ୯୮ ରନ୍‌ ଥିବା ବେଳେ ଚେତେଶ୍ୱର ପୂଜାରା ମାତ୍ର ୧୦ ରନ ଯୋଗଦାନ ଦେଇ ପାଭଲିଅନ ଫେରିଥିଲେ। ଅଧିନାୟକ ବିରାଟ କୋହଲି (୪୫)ଙ୍କ ଓ୍ଵିକେଟଙ୍କୁ ଭାରତ ୧୬୨ ରନ୍‌ରେ ହରାଇଥିଲା। =========================== *ଯଦି କୌଣସି ବ୍ୟକ୍ତି ଓଡ଼ିଶା ନ୍ୟୁଜ୍ 24×7 ଗ୍ରୁପ୍ ରେ ସାମିଲ ହବାକୁ ଚାହୁଁଛନ୍ତି, ତେବେ ଆମ ହ୍ବାଟ୍ସଆପ୍ ନଂ msg କରନ୍ତୁ । MSG ରେ ଲେଖନ୍ତୁ JONE ME 9583707792* 📰📰📰📰📰📰📰📰📰📰 *📡ଓଡ଼ିଶା ନ୍ୟୁଜ୍ 24×7📡*
#

ଭାରତ-ୱେଷ୍ଟଇଣ୍ଡିଜ୍‌ ଟେଷ୍ଟ ସିରିଜ

ଭାରତ-ୱେଷ୍ଟଇଣ୍ଡିଜ୍‌ ଟେଷ୍ଟ ସିରିଜ - paytm O INDIA VS WEST INDIES ODI TROPHY Maharashtra Cricket Association - ShareChat
8k ଜଣ ଦେଖିଛନ୍ତି
10 ମାସ ପୂର୍ବରୁ
ଅନ୍ୟ ଏପ୍ ରେ ଶେୟର କରନ୍ତୁ
Facebook
WhatsApp
ଲିଙ୍କ କପି କରନ୍ତୁ
ଡିଲିଟ କରନ୍ତୁ
Embed
ଏହି ପୋଷ୍ଟକୁ ମୁଁ ରିପୋର୍ଟ କରିବାକୁ ଚାହେଁ, କାରଣ..
Embed Post